ରାଉରକେଲା ଷ୍ଟେସନ୍ରୁ ୨ କୋଟି ୨୩ ଲକ୍ଷ ଟଙ୍କା ଜବତ
22/03/2019 at 2:49 PM

ରାଉରକେଲା ୨୨|୩ : ରାଉରକେଲା ଷ୍ଟେସନ୍ ରୁ ୨ କୋଟି ୨୩ ଲକ୍ଷ ଟଙ୍କା ଜବତ କରିଛି । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ଆରପିଏଫ୍ । ଗିରଫମାନେ ହେଲେ ସଞ୍ଜୟ ଗୁପ୍ତା, ସୁନୀଲ କୁମାର ଏବଂ ରାଜନ ଶ୍ରୀବାସ୍ତବ । କୋଲକାତାର ଜଣେ ବ୍ୟବସାୟୀ ଟ୍ରେନରେ ଏକ ଆଟଚିରେ ୩ କୋଟି ୩୦ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ଝାରସୁଗୁଡ଼ାରୁ ରାଉରକେଲା ମଧ୍ୟରେ ଚୋରି ହୋଇଯାଇଥିଲା। ଏ ନେଇ ସେ ଝାରସୁଗୁଡ଼ା ଜିଆରପିରେ ଏକ ଏତଲା ଦେଇଥିଲେ । ଜବତ ଟଙ୍କା ସହ ଚୋରି ଟଙ୍କାର ସଂପର୍କ ରହିଛି ନା ନାହିଁ, ତାହା ପୋଲିସ୍ ତଦନ୍ତ କରୁଛି ।
Related Posts
ସୋଆରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ
8 March 2021
ଜଙ୍ଗଲରେ ନିଆଁ ପାଇଁ ଅକଳରେ ବନବିଭାଗ, ଡକାଗଲା ଜରୁରୀ ବୈଠକ
8 March 2021