ଆୟକର ବିଭାଗର ଚଢାଉ, କାର୍ ଷ୍ଟେପିନ ଟାୟାରରୁ ୨.୩୦କୋଟି ଟଙ୍କା ଜବତ

Published By : Prameya-News7 Bureau | April 21, 2019 IST

ବେଙ୍ଗାଲୁରୁ ୨୧|୪: ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟର ମତଦାନ ପୂର୍ବରୁ ବେଙ୍ଗାଲୁରୁରୁ ବିପୁଳ ପରିମାଣର ଟଙ୍କା ଜବତ ହୋଇଛି । ଏକ କାର୍ ଯାଞ୍ଚ ବେଳେ ଅଢ଼େଇ କୋଟି ଟଙ୍କା ଜବତ କରିଛି ଆୟକର ବିଭାଗ ।

ସବୁଠାରୁ ବଡ କଥା ହେଲା ଏତେ ଗୁଡାଏ ଟଙ୍କା କାରରେ ଲାଗିଥିବା ଷ୍ଟେପିନ ଟାୟାରକୁ ଜବତ ହୋଇଛି । ଯାଞ୍ଚ ବେଳେ ଟାୟାର ଭିତରେ ବ୍ୟାପକ ପରିମାଣରେ ଟଙ୍କା ଚାଲାଣ ହେଉଥିବା ଜଣାପଡ଼ିଥିଲା । ବିଭାଗୀୟ ଅଧିକାରୀମାନେ ଟାୟାର କାଟି ଟଙ୍କା ବାହାର କରିଥିଲେ । ଏଥିରୁ ୨ କୋଟିରୁ ଅଧିକ ଟଙ୍କା ଥିବା ଜଣାପଡିଥିଲା । ୨.୩୦ କୋଟି ଟଙ୍କା ନଗଦ ଜଣେ ବ୍ୟକ୍ତିଙ୍କ ଦ୍ବାରା ବେଙ୍ଗାଲୁରୁଠାରୁ ଶିମୋଗା ନିଆଯାଉଥିଲା । ସବୁ ନୋଟ୍ ୨୦୦୦ ଟଙ୍କିଆ ଥିଲା ।

ସେହିପରି ଶନିବାର କର୍ଣ୍ଣାଟକ ଏବଂ ଗୋଆର ବିଭିନ୍ନ ସ୍ଥାନରେ ଗାଡି ଯାଞ୍ଚ ବେଳେ ନଗଦ ୪ କୋଟିରୁ ଅଧିକ ଟଙ୍କା ଜବତ କରିଛି ଆୟକର ବିଭାଗ।

wp:core-embed/twitter {"url":"https://twitter.com/ANI/status/1119647445607231488","type":"rich","providerNameSlug":"twitter","className":""}
https://twitter.com/ANI/status/1119647445607231488
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.