୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଶ୍ରୀମନ୍ଦିର ବଜେଟ୍ ପ୍ରସ୍ତୁତ : ଏଥର ରଥଯାତ୍ରାରେ ଖର୍ଚ୍ଚ ହେବ ୬କୋଟି, ଡବଲ ହେଲା ଗଜପତିଙ୍କ ଭତ୍ତା ପରିମାଣ

Published By : Prameya-News7 Bureau | March 16, 2019 IST

ପୁରୀ ୧୬|୩ : ପୁରୀ ଶ୍ରୀମନ୍ଦିରର ଆସନ୍ତା ଆର୍ଥିକ ବର୍ଷ ପାଇଁ ୧୦୨ କୋଟି ଟଙ୍କାର ବଜେଟ୍ ଗୃହୀତ ହୋଇଛି । ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆସନ୍ତା ବର୍ଷ ପାଇଁ ବ୍ୟୟ ଅଟକଳ ୭୮ କୋଟି ଟଙ୍କା ରଖାଯାଇଛି । ଜମି ବିକ୍ରିରୁ ୧୫ କୋଟି ଟଙ୍କା ଆୟ ନିର୍ଦ୍ଧାରିତ ହୋଇଥିବା ବେଳେ, ରଥଯାତ୍ରା ପାଇଁ ୬ କୋଟି ଟଙ୍କାର ବ୍ୟୟବରାଦ ରହିଛି । ସେହିପରି ଗଜପତିଙ୍କ ବାର୍ଷିକ ଭତ୍ତାକୁ ୧୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।

ଦୁଇଗୁଣା ହେଲା ଗଜପତିଙ୍କ ଭତ୍ତା ।୬ଲକ୍ଷରୁ ୧୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ଶ୍ରୀମନ୍ଦିର ଗଜପତି ଦିବ୍ୟସିଂହ ଦେବଙ୍କ ଭତ୍ତା । ଗଜପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପରିଚାଳନା କମିଠି ବୈଠକରେ ଆସନ୍ତା ୨୦୧୯-୨୦ ପାଇଁ ବଜେଟ୍ ଅନୁମୋଦିତ ହୋଇଛି । ଆସନ୍ତା ଆର୍ଥିକ ବର୍ଷ ପାଇଁ ୧୦୨ କୋଟି ଟଙ୍କାର ଆୟ ଓ ୭୮ କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି। ଜମି ବିକ୍ରିରୁ ୧୦୦ କୋଟି ଟଙ୍କାର ଆୟ ବୃଦ୍ଧି ଯୋଜନା ରହିଥିବା ବେଳେ ଆସନ୍ତା ବର୍ଷ ୧୫ କୋଟି ଟଙ୍କା ଆୟ ପାଇଁ ନିଷ୍ପତ୍ତି ହୋଇଛି। ଆସନ୍ତା ରଥଯାତ୍ରା ପାଇଁ ୬ କୋଟି ଟଙ୍କାର ବ୍ୟୟ ବରାଦ ରଖାଯାଇଛି । ସେବାୟତଙ୍କ ପାଉଣା ବାବଦରେ ୨୮ କୋଟି ଟଙ୍କାର ବ୍ୟୟ ବରାଦ ରହିଛି । ରାଜ୍ୟ ସରକାର ଏହି ଅର୍ଥ ଭରଣା କରିବା ପାଇଁ ପରିଚାଳନା କମିଟି ପ୍ରସ୍ତାବ ରଖିଛି।

ଭକ୍ତଙ୍କ ଦାନ ଅର୍ଥ ବାର୍ଷିକ ପ୍ରାୟ ୪ କୋଟି ଟଙ୍କା ଆସୁଛି । ଏହାକୁ ବୃଦ୍ଧି କରିବା ପାଇଁ ଉଦ୍ୟମ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଜଗନ୍ନାଥ ମଠର ଉନ୍ନତିକରଣ ପାଇଁ ୫୬ କୋଟି ଟଙ୍କା ନାଲକୋ ଓ ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି । ସେବାୟତ କଲ୍ୟାଣ ପାଇଁ ୧ କୋଟି ଟଙ୍କାର ସ୍ଥାୟୀ ଜମା ରଖିବାକୁ ବି ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିରରେ ସ୍ଥାୟୀ ଜମା ୬୫୦ କୋଟି ଟଙ୍କା ରହିଛି । ଏହାକୁ ୭ଶହ କୋଟି ଟଙ୍କା ବୃଦ୍ଧି ପାଇଁ ଉଦ୍ୟମ କରାଯିବାକୁ ପ୍ରସ୍ତାବ ରଖାଯାଇଛି।

ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବଜେଟ ବୈଠକରେ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି ଓ ପରିଚାଳନା କମିଟି ସଦସ୍ୟଙ୍କ ସହିତ ସେବାୟତ ପ୍ରତିନିଧି ମାନେ ସାମିଲ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.