ବନ୍ଧୁକ ମୁନରେ HDFC ବ୍ୟାଙ୍କରୁ ୧ କୋଟିରୁ ଅଧିକ ଟଙ୍କା ଲୁଟ୍

Published By : Prameya-News7 Bureau | June 10, 2021 IST

ହାଜିପୁର ୧୦/୦୬ : ବିହାରର ବୈଶାଳୀ ଜିଲ୍ଲାର ହାଜିପୁରର ନଗର ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା HDFC ବ୍ୟାଙ୍କର ଶାଖାରୁ ୧ କୋଟିରୁ ଅଧିକ ଟଙ୍କା ଡକାୟତି ହୋଇଥିବା ମାମଲା ସାମ୍ନାକୁ ଆସିଛି। ବ୍ୟାଙ୍କରୁ ୧ କୋଟି ୧୯ ଲକ୍ଷ ଟଙ୍କା ଲୁଟ୍ ହୋଇଛି। ୫ ଅପରାଧୀ ବାଇକ୍ ଯୋଗେ ଆସିଥିଲେ । ପୋଲିସ ଏହି ଘଟଣାର ତଦନ୍ତ କରୁଛି। ଏହି ଘଟଣା ପରେ HDFC ବ୍ୟାଙ୍କର ମୁଖ୍ୟ କବାଟ ବନ୍ଦ କରାଯାଇଛି । ଗଣମାଧ୍ୟମ ପ୍ରବେଶକୁ ମଧ୍ୟ ବାରଣ କରାଯାଇଛି। ଏସପି ମନୀଷ କୁମାର ସୂଚନା ଦେଇଛନ୍ତି ଯେ ଘଟଣା ପରେ ନାକାବନ୍ଦୀ କରି ଅପରାଧୀଙ୍କୁ ତଲାଶ କରାଯାଉଛି ।

wp:gallery {"ids":[463997],"linkTo":"none"} /wp:gallery

ପୋଲିସର ସୂଚନାନୁସାରେ ସିସିଟିଭି ଫୁଟେଜରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି । ସେହି ଆଧାରରେ ତଦନ୍ତ ଚାଲିଛି। ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ଦାବି କରିଛି। ପୁରା ଅଞ୍ଚଳରେ ନାକାବନ୍ଦୀ କରାଯାଇଛି। ବାଇକ୍ ଆରୋହୀଙ୍କ ଯାଞ୍ଚ କରାଯାଇଛି। ବ୍ୟାଙ୍କର କର୍ମଚାରୀ ଏବଂ ପରିଚାଳକଙ୍କୁ ମଧ୍ୟ ପଚରାଉଚରା କରାଯାଉଛି। ବିହାରରେ ବ୍ୟାଙ୍କ ଡକାୟତିର ଏହା ପ୍ରଥମ ଘଟଣା ନୁହେଁ। ପ୍ରତିଦିନ ଯେକୌଣସି ଅଞ୍ଚଳରୁ ଏହିଭଳି ଖାବତ୍ସ ସାମ୍ନାକୁ ଆସିଥାଏ ।

wp:gallery {"ids":[463998],"linkTo":"none"} /wp:gallery

ସୂଚନାନୁଯାୟୀ, ବ୍ୟାଙ୍କ ଖୋଲିବାର କିଛି ସମୟ ପରେ ଅପରାଧୀମାନେ ବ୍ୟାଙ୍କରେ ପ୍ରବେଶ କରିଥିଲେ ଓ ଅସ୍ତ୍ରଶସ୍ତ୍ରର ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଡକାୟତି କରି ଖସି ପଳାଇଥିଲେ। ଦୁର୍ବୁତ୍ତମାନେ ଅସ୍ତ୍ରଶସ୍ତ୍ରର ଭୟ ଦେଖାଇ ଗ୍ରାହକ ଏବଂ ବ୍ୟାଙ୍କ କର୍ମଚାରୀଙ୍କୁ କବଜା କରି ନେଇଥିଲେ। ବ୍ୟାଙ୍କରେ ପାଞ୍ଚ ଜଣ ଦୁର୍ବୁତ୍ତ ପଶିଥିଲେ ବୋଲି କୁହାଯାଉଛି । ସେମାନେ ଚାଲିଯିବା ପରେ ବ୍ୟାଙ୍କ କର୍ମଚାରୀ ପୋଲିସକୁ ସୂଚନା ଦେଇଥିଲେ। ବ୍ୟାଙ୍କ ଭିତରେ ଲଗାଯାଇଥିବା ସିସିଟିଭି ଫୁଟେଜକୁ ମଧ୍ୟ ପୋଲିସ ତଦାରଖ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.