ରେଳବାଇ ପୂରଣ କରିବେ ୪ହଜାର ପଦବୀ, ଜାଣନ୍ତୁ ଆବେଦନ ପ୍ରଣାଳୀ ଓ ସମ୍ପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟା

Published By : Prameya-News7 Bureau | November 20, 2019 IST

ନୂଆଦିଲ୍ଲୀ :  ଯଦି ଆପଣ ମେଟ୍ରିକ ପାସ୍  କରିଛନ୍ତି ତେବେ ସାଉଥ-ସେଣ୍ଟ୍ରାଲ ରେଲୱେରେ ଆପଣଙ୍କ ଲାଗି ରହିଛି ଅପାର ନିଯୁକ୍ତି ସୁଯୋଗ। ରେଲୱେ ରିକ୍ରୁଇଟମେଣ୍ଟ ବୋର୍ଡ ୪ହଜାର ୧୦୩ ପଦବୀ ପୂରଣ ନିମନ୍ତେ ଆବେଦନ ଆହ୍ୱାନ କରିଛନ୍ତି। ଏବେ ଏହି ସବୁ ପଦବୀ ନିମନ୍ତେ ଅନ-ଲାଇନ ଆବେଦନ ପ୍ରକ୍ରିୟା ଜାରୀ ରହିଛି। ଜାଣନ୍ତୁ ଏହି ବମ୍ପର ନିଯୁକ୍ତିର ସମ୍ପୂର୍ଣ୍ଣ ପ୍ରକ୍ରିୟା।

୪ହଜାର ୧୦୩ ଆପ୍ରେଣ୍ଟିସ ପଦବୀ ଲାଗି ଅନ-ଲାଇନରେ ଆବେଦନ କରାଯାଉଛି। ଡିସେମ୍ବର ୮ ତାରିଖ ହେଉଛି ଏଥିଲାଗି ଆବେଦନ କରିବାର ଶେଷ ତାରିଖ। ଏହି ପଦବୀ ଲାଗି ୧୦ମ ଓ ଆଇଟିଆଇ ପାସ୍ କରିଥିବା ଛାତ୍ରଛାତ୍ରୀ ଆବେଦନ କରିପାରିବେ। ଏହି ନିଯୁକ୍ତିରେ ଆର୍ଥିକ ଦୁର୍ବଳ ବର୍ଗର ପ୍ରାର୍ଥୀଙ୍କୁ ରିଜର୍ଭେସନ ସୁବିଧା ମଧ୍ୟ ପ୍ରଦାନ କରାଯାଉଛି।

ମନୋନୟନ
ଏହି ପଦବୀ ନିମନ୍ତେ ପ୍ରାର୍ଥୀଙ୍କ ମନୋନୟନ  ୧୦ମ ଶ୍ରେଣୀରେ ପ୍ରାପ୍ତ କରିଥିବା ମୋଟ ଅଙ୍କ ଉପରେ କରାଯିବ। ତେବେ ପ୍ରାର୍ଥୀଙ୍କ ମନୋନୟନ ମେରିଟ୍ ଲିଷ୍ଟ ଆଧାରରେ ହେବ ବୋଲି ଜଣାପଡିଛି।

ଆବେଦନ ଲାଗି ଆୟୁ ସୀମା
ଏହି ପଦବୀ ନିମନ୍ତେ ଆବେଦନ କରିବାର ସର୍ବନିମ୍ନ ଆୟୁ ୧୫ ବର୍ଷ ନିର୍ଦ୍ଧାରଣ କରାଯାଇଛି। ତେବେ ୮ ଡିସେମ୍ବର ୨୦୧୯ ସୁଦ୍ଧା ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମା ଯେପରି ୨୪ ବର୍ଷରୁ ଅଧିକ ହେଉନଥିବ। ଏହାଛଡା ଏସଇବିସି ପ୍ରାର୍ଥୀଙ୍କ ଲାଗି ସର୍ବାଧିକ ଆୟୁସୀମାରେ ୩ ବର୍ଷ କୋହଳ କରାଯାଇଥିବା ବେଳେ ଏସସି ଓ ଏସଟି ପ୍ରାର୍ଥୀଙ୍କ ଲାଗି ୫ ବର୍ଷ କୋହଳ କରାଯାଇଛି।

ପରୀକ୍ଷା
ଏହି ପଦବୀ ନିମନ୍ତେ କୌଣସି ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ ନାହିଁ। ୧୦ମ ଶ୍ରେଣୀରେ ପ୍ରାପ୍ତ କରିଥିବା ନମ୍ବର ଅନୁସାରେ ପ୍ରାର୍ଥୀଙ୍କ ମେରିଟ୍ ଲିଷ୍ଟ ପ୍ରସ୍ତୁତ କରାଯିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.