ନୂଆଦିଲ୍ଲୀ ୨୨/୬: ରେଲଓ୍ବେରେ ଚାକିରୀ କରିବା ସ୍ବପ୍ନ ଦେଖୁଥିବା ଯୁବବର୍ଗ ପାଇଁ ଖୁସି ଖବର। ରେଲଓ୍ବେ ରିକ୍ରୃଟମେଣ୍ଟ ସେଲ୍ କିରାଣୀ,ଷ୍ଟେଶନ ମାଷ୍ଟର ଏବଂ ଗୁଡସ୍ ଗାର୍ଡ଼ର ଅନେକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି। ଏହି ପଦବୀରେ ଆବେଦନ କରିବା ପାଇଁ ଇଚ୍ଛୁକ ଆଶାୟୀମାନେ ସାଉଥ ଓ୍ବେଷ୍ଟର୍ଣ୍ଣ ରେଲଓ୍ବେର ଅଫିସିଆଲ ଓ୍ବେବସାଇଟ ମାଧ୍ୟମରେ ଅନଲାଇନ୍ ଆବେଦନ କରି ପାରିବେ। ଆବେଦନ ପ୍ରକ୍ରିୟା ଜୁନ୍ ୨୪ତାରିଖରୁ ଆରମ୍ଭ ହୋଇ ଜୁଲାଇ ୧୫ ୨୦୧୯ ଯାଏଁ ଚାଲିବ। ଆଶାୟୀଙ୍କ ନ୍ୟୁନତମ ବୟସ ୧୮ବର୍ଷ ଏବଂ ସର୍ବାଧିକ ବୟସ ୪୨ବର୍ଷ ନିର୍ଦ୍ଧାରିତ କରାଯାଇଛି।
ଜୁନିୟର କ୍ଲାର୍କ କମ୍ ଟାଇପିଷ୍ଟ – ୧୧୭ ପୋଷ୍ଟ
ଷ୍ଟେସନ ମାଷ୍ଟର- ୪୨ପୋଷ୍ଟ
ଗୁଡସ ଗାର୍ଡ଼- ୨୦ ପୋଷ୍ଟ
ଜୁନିୟର କ୍ଲାର୍କ କମ୍ ଟାଇପିଷ୍ଟ ପଦ ପାଇଁ ଆବେଦନ କରିବା ପାଇଁ ଆଶାୟୀଙ୍କୁ ମାନ୍ୟତା ପ୍ରାପ୍ତ ସଂସ୍ଥାନ/ବୋର୍ଡ଼ରୁ ଅତି କମରେ ୫୦% ଅଙ୍କ ସହ ଦ୍ବାଦଶ ପାସ୍ କରିବାକୁ ପଡ଼ିବ ଏବଂ ଏହା ସହ ଟାଇପିଙ୍ଗ ସ୍କିଲ୍ ଏବଂ କମ୍ପ୍ୟୁଟର ଜ୍ଞାନ ମଧ୍ୟ ଥିବା ଦରକାର।
ଷ୍ଟେସନ ମାଷ୍ଟର ଏବଂ ଗୁଡସ୍ ଗାର୍ଡ଼ ପାଇଁ ଗ୍ରାଜୁଏସନ କରିବା ନିହାତି ଆବଶ୍ୟକ।
ଆଶାୟୀ ଅଫିସିଆଲ ଓ୍ବେବସାଇଟ୍ swr.indianrailways.gov.in ରେ ଲଗ୍ ଇନ୍ କରି ଆବେଦନ କରି ପାରିବେ।