Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||
  • ଡ୍ୟାମରେ ଭାସୁଛି ଯୁବକଙ୍କ ମୃତଦେହ, ଗାଧୋଇଲା ବେଳେ ବୁଡି ଯାଇଥିଲେ
  • ||
  • ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ର ଫେରିଥିବା ବ୍ୟକ୍ତି କୋଭିଡ ପଜିଟିଭ୍: ଆଇସୋଲେସନରେ ସଂକ୍ରମିତ, ଓମିକ୍ରନ୍ ନେଇ ଆଲର୍ଟ
  • ||
  • ଦାନା ବାନ୍ଧୁଛି ବାତ୍ୟା : ୫ରେ ଓଡିଶା-ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ !
  • ||
  • ସୋମବାରଠୁ ଶୀତ ଅଧିବେଶନ, ପ୍ରଥମ ଦିନରେ କୃଷି ବିଲ୍ ରବ୍ଦ ନେଇ ଆସିବ ପ୍ରସ୍ତାବ
  • ||

ଆଇପିଏଲ ୨୦୨୦ : ବାଙ୍ଗାଲୋରକୁ ୧୫୫ ରନ୍‌ର ଟାର୍ଗେଟ୍ ଦେଲା ରାଜସ୍ଥାନ

3/10/2020 at 5:29 PM

ଦୁବାଇ, ୦୩ ।୧୦:   ଆଇପିଏଲ ୨୦୨୦ରେ ଶନିବାର ମୁହାଁମୁହିଁ ହୋଇଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ରାଜସ୍ଥାନ । ଏହି ମ୍ୟାଚରେ ଟସି ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ । ଏହାସହ ବାଙ୍ଗାଲୋର ସାମ୍ନାରେ ୧୫୫ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ।

ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ପକ୍ଷରୁ ଜୋସ୍ ବଟଲର୍ ଓ ଷ୍ଟିଭ୍ ସ୍ମିଥ୍ କ୍ରିଜକୁ ଓହ୍ଲାଇଥିଲେ । ତେବେ ସ୍ମିଥ୍ ମାତ୍ର ୫ ରନ୍ କରି ପ୍ୟାଭିଲିୟମ ଫେରିଥିଲେ । ଏହାପରେ ବଟଲର୍ ମଧ୍ୟ ବଡ ସ୍କୋର କରି ନପାରି ୨୨ ରନରେ ଆଉଟ ହୋଇଥିଲେ । ସେହିପରି ସଞ୍ଜୁ ସାମସନ ମଧ୍ୟ ୪ ଓ ରବିନ ଉଥାପ୍ପା ୧୭ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ଦଳ ସଙ୍କଟରେ ପଡି ଯାଇଥିଲା । ତେବେ ମହିପାଲ ଲୋମୋର ଓ ରିୟାନ ପ୍ରୟାଗ ଦଳକୁ ସମ୍ମାନଜନକ ସ୍ଥିତିକୁ ନେଇ ଆଉଟ ହୋଇଥିଲେ । ଲୋମୋର ୪୭ ରନ୍ କରିଥିବା ବେଳେ ରିୟାନ ୧୬ ରନ୍ କରି ଆଉଟ ହୋଇଥିଲେ ।  ତେବେ ଶେଷଆଡକୁ ରାହୁଲ ତେଓ୍ୱାତିଆ ଓ ଜୋଫ୍ରା ଆର୍ଚର ଦ୍ରୁତ ୨୪ ଓ ୧୬ ରନ୍ କରିଥିଲେ ।  ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ୱିକେଟ୍ ହରାଇ ୧୫୪ ରନ୍ କରିବାକୁ ସକ୍ଷମ ହୋଇଥିଲା ।

ତେବେ ବାଙ୍ଗାଲୋର ବୋଲର ଆରମ୍ଭରୁ ରାଜସ୍ଥାନ ବ୍ୟାଟସମ୍ୟାନଙ୍କ ଉପରେ ପ୍ରଭାବ ବିସ୍ତାର କରିଥିଲେ । ହାତଖୋଲି ଖେଳିବାକୁ ସୁଯୋଗ ଦେଇ ନଥିଲେ । ବାଙ୍ଗାଲୋର ପକ୍ଷରୁ ୟୁଜବେନ୍ଦ୍ର ଚହଲ ତିନୋଟି ଓ୍ୱିକେଟ୍ ନେଇଥିବା ବେଳେ ଇସୁରୁ ଉଦାନା ୨ଟି ଓ ନବଦୀପ ସାଇନି ଗୋଟିଏ ଓ୍ୱିକେଟ୍ ନେଇଥିଲେ ।

   Related Posts