ଆଉ ନାହାଁନ୍ତି ପ୍ରସିଦ୍ଧ ଫିଲ୍ମ ନିର୍ମାତା ଆର୍ ଆର୍ ଭେଙ୍କଟ, କିଡନୀ ଫେଲ ହେତୁ ଦେହାନ୍ତ

Published By : Prameya-News7 Bureau | September 27, 2021 IST

ହାଇଦ୍ରାବାଦ ୨୭/୦୯: ଟଲିଉଡର ପ୍ରସିଦ୍ଧ ନିର୍ମାତା ଆର.ଆର ଭେଙ୍କଟଙ୍କ ଆଜି ସକାଳେ ଦେହାନ୍ତ ହୋଇଛି। ସେ ହାଇଦ୍ରାବାଦର AIG ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁର କାରଣ କିଡନୀ ଫେଲ ବୋଲି କୁହାଯାଉଛି। ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।

ଭେଙ୍କଟ ଦୀର୍ଘ ସମୟ ଧରି ନିର୍ମାତା ଭାବରେ କାମ କରୁଥିଲେ। ସେ ଡିଷ୍ଟ୍ରିବ୍ୟୁସନ୍ ହାଉସ୍ ଆର.ଆର ମୁଭି ମେକର୍ସର ମାଲିକ ଥିଲେ। ୨୦୧୨ ରେ ସେ ଇଂରାଜୀ ଫିଲ୍ମ 'ଡିଭୋର୍ସ ଇନଭିଟେସନ୍' ସହିତ ହଲିଉଡରେ ଏଣ୍ଟ୍ରି କରିଥିଲେ। ଏଥିରେ ଅଭିନେତା ଜୋନାଥନ ବେନେଟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଏହି ଫିଲ୍ମକୁ ନିର୍ଦ୍ଦେଶକ ଏସ ଭି କୃଷ୍ଣ ରେଡ୍ଡୀ ନିର୍ଦ୍ଦେଶନା ଦେଇଥିଲେ। ଏହା ତାଙ୍କ ଫିଲ୍ମ 'ଅହ୍ୱାନମ୍'ର ରିମେକ୍ ଥିଲା। ଏଥିରେ ଶ୍ରୀକାନ୍ତ ଏବଂ ରାମ୍ୟ କୃଷ୍ଣନ୍ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହା ବ୍ୟତୀତ ଆର.ଆର ଭେଙ୍କଟ ଅନେକ ତେଲୁଗୁ ଫିଲ୍ମ ନିର୍ମାଣ କରିଥିଲେ। ସେ ପୁରସ୍କାର ବିଜେତା ରୋମାଣ୍ଟିକ ଥ୍ରୀଲର ହିନ୍ଦୀ ଫିଲ୍ମ 'ଏକ ହସିନା ଥି' ମଧ୍ୟ ପ୍ରସ୍ତୁତ କରିଥିଲେ।

ଭେଙ୍କଟ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ନିର୍ମାତା ଥିଲେ। ସେ ତାଙ୍କ ବ୍ୟାନରରେ ମହେଶ ବାବୁଙ୍କ ଫିଲ୍ମ ମଧ୍ୟ ପ୍ରସ୍ତୁତ କରିଥିଲେ। ଏଥିରେ 'ବିଜନେସମ୍ୟାନ୍', ଏନ୍.ଟି.ଆର.ଙ୍କ ଆନ୍ଧ୍ରୱାଲା, ନାଗାର୍ଜୁନଙ୍କ ଡମରୁକମ୍ ଭଳି ସେ ବଡ ବଜେଟ୍ ଫିଲ୍ମ ଅନ୍ତର୍ଭୁକ୍ତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.