ଖୁସି ଖବର : ଭାରତରେ ଖୁବ୍ ଶୀଘ୍ର ଲଞ୍ଚ ହେବାକୁ ଯାଉଛି ଶସ୍ତା ଏବଂ ଫାଷ୍ଟ ଚାର୍ଜିଂ ସ୍କୁଟର,ଜାଣନ୍ତୁ ଏହାର ଦମଦାର୍ ଫିଚର ବିଷୟରେ
13/06/2020 at 4:59 PM

ନୂଆଦିଲ୍ଲୀ ୧୩/୬: ଇଲେକ୍ଟ୍ରିକାଲ୍ ଇଣ୍ଡଷ୍ଟ୍ରିରେ ଭାରତର ସବୁଠୁ ବଡ଼ ଏବଂ ସବୁଠୁ ପ୍ରମୁଖ ସମୂହ, RR ଗ୍ଲୋବାଲ୍ ଦେଶରେ ଦୁଇ ଚକିଆ ଇଲେକ୍ଟ୍ରିକ୍ ଗାଡ଼ି ଲଞ୍ଚ କରିବାକୁ ଘୋଷଣା କରିଛନ୍ତି। କମ୍ପାନୀ ଏକ ପ୍ରେସ୍ ରିଲିଜ ଜାରି କରି ଏବିଷୟରେ ସ୍ପଷ୍ଟ କରିଛନ୍ତି। କମ୍ପାନୀ କହିଛି ଯେ ସେ ନିଜ ଇଲେକ୍ଟ୍ରିକ୍ ସ୍କୁଟରକୁ ବ୍ରାଣ୍ଡ ନାଁ BGauss ଜରିଆରେ ଲଞ୍ଚ କରିବ। RR ଗ୍ଲୋବାଲ୍ 800 ମିଲିୟନ୍ ଆମେରିକୀୟ ଡଲାର ସହ ପ୍ରମୁଖ ଇଲେକ୍ଟ୍ରିକାଲ୍ ଇଣ୍ଡଷ୍ଟ୍ରି ମଧ୍ୟରୁ ଗୋଟିଏ। କମ୍ପାନୀ କହିଛି ଯେ ଏହି ଇଲେକ୍ଟ୍ରିକ୍ ଟୁ-ହ୍ବିଲର୍ସରେ ନୂଆ ଡିଜାଇନ୍,ଉପଯୋଗରେ ସହଜତା,ଫାର୍ଷ୍ଟ ଚାର୍ଜିଂ, IoT ଏବଂ ଅନ୍ୟ କେତେକ ସୁବିଧା ଦେବ। କମ୍ପାନୀ ପରିଚାଳନା ଆରମ୍ଭ କରିବା ପାଇଁ ଭାରତ ବଜାରରେ ମୋଟ ୫ଭାରିଏଣ୍ଟସ୍ ସହ ୨ଟି ପ୍ରଡକ୍ଟକୁ ରୋଲ୍ ଆଉଟ୍ କରିବ।

ପୁଣେର ଚାକନରେ BGauss ଇଲେକ୍ଟ୍ରିକ୍ ସ୍କୁଟରର ନିର୍ମାଣ କାମ ଆରମ୍ଭ ହୋଇ ସାରିଛି। ପ୍ରଥମ ପର୍ଯ୍ୟାୟରେ RR ଗ୍ଲୋବାଲ୍ ଆର୍ଥିକ ବର୍ଷ ୨୦୨୦-୨୧ରେ ୮୦,୦୦୦ ୟୁନିଟ୍ ଉତ୍ପାଦନର ଯୋଜନା କରୁଛି। ଏହି ଗାଡ଼ିକୁ ସର୍ବପ୍ରଥମେ ଦେଶର ଦକ୍ଷିଣ ଏବଂ ପଶ୍ଚିମ କ୍ଷେତ୍ରର ସହରରେ ବିକ୍ରି ପାଇଁ ଛଡ଼ାଯିବ। BGauss ପ୍ରିମିୟମ ଇଲେକ୍ଟ୍ରିକ୍ ଅଟୋମୋବାଇଲର ଗୋଟିଏ ରେଞ୍ଜ ହେବ,ଯାହାର ଉଦ୍ଦେଶ୍ୟ ପରିବେଶ ସଂରକ୍ଷିତ କରିବା ରହିଛି।

ପରିବେଶ ପରିବର୍ତ୍ତନ କାରଣରୁ ବିଶ୍ବ ସ୍ତରରେ ଇଲେକ୍ଟ୍ରିକ୍ ଗାଡ଼ିର ଚାହିଦା ଜୋରସୋରରେ ବୃଦ୍ଧି ପାଉଛି। ଭାରତରେ ମଧ୍ୟ ଇଲେକ୍ଟ୍ରିକ୍ ଗାଡ଼ିର ଚାହିଦା ବଢ଼ିବାରେ ଲାଗିଛି। BGauss ସହରରେ ଯାତାୟାତ ପାଇଁ ଏକ ସ୍ମାର୍ଟ ଏବଂ ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ସମାଧାନ କରିବ।

କମ୍ପାନୀର ଆଗାମୀ ୩ବର୍ଷରେ ଏହି ବ୍ୟବସାୟରେ ୧୨୫କୋଟି ଟଙ୍କା ଲଗାଇବାର ପ୍ଲାନ୍ ରହିଛି।
Related Posts
ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
22 January 2021