ତିଆରି ହେଲା ପୋର୍ଟେବଲ୍ ଅଙ୍କୋସ୍କୋପ୍ ଡିଭାଇସ୍ : ୧୫ମିନିଟରେ ଯାଞ୍ଚ ହୋଇପାରିବ ମୁଖ ଗହ୍ବର କ୍ୟାନସର
2/11/2019 at 4:40 PM

ଇନ୍ଦୋର ୨/୧୧: ଏଠାରେ ଥିବା ରାଜା ରମନ୍ନା ପ୍ରାଦ୍ୟୋଗିକ କେନ୍ଦ୍ର ( ଆରଆର କ୍ୟାଟ)ଗତ ୧୦ବର୍ଷ ହେଲା ଗବେଷଣା କରି ଏକ ପୋର୍ଟେବଲ୍ ଅଙ୍କୋସ୍କୋପ୍ ଯନ୍ତ୍ର ନିର୍ମାଣ କରିଛି। ଏହି ଯନ୍ତ୍ର ଦ୍ବାରା ମୁଖ ଗହ୍ବର କ୍ୟାନସରର ଯାଞ୍ଚ ୧୫ମିନିଟରେ ହୋଇଯିବ। ଏହି ଯନ୍ତ୍ର ଗତକାଲି ସନ୍ଧ୍ୟାରେ ଇଣ୍ଡିଆନ୍ ସୋସାଇଟି ଅଫ ଅଙ୍କୋଲୋଜି ଏବଂ ଇଣ୍ଡିଆନ ସୋସାଇଟି ଅଫ ମେଡିକାଲ୍ ଆଣ୍ଡ ପିଡ଼ିୟାଟ୍ରିକ୍ ଅଙ୍କୋଲୋଜି ଦ୍ବାରା ଆୟୋଜିତ କନଫରେନ୍ସରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏବଂ ଅଭିନେତା ଶତ୍ରୃଘ୍ନ ସିହ୍ନା ଲୋକାର୍ପଣ କରିଛନ୍ତି।
କ୍ୟାଟର ବୈଜ୍ଞାନିକ ଶୋଭନ କୁମାର ମଜୁମଦାର କହିଛନ୍ତି ଯେ ଏହା ଦେଶର ପ୍ରଥମ ଲେଜର ମେସିନ । ଏହି ଉପକରଣ ଟ୍ୟାବଲେଟ୍ ଆଧାରିତ। ଆକାରରେ ଛୋଟ ହେବା କାରଣରୁ ଏହାକୁ ସହଜରେ ଯେକୌଣସି ସ୍ଥାନକୁ ନିଆଯାଇପାରିବ। ଯେଉଁ ରୋଗୀଙ୍କଠାରେ କ୍ୟାନସରର ଲକ୍ଷଣ ନଜର ଆସିନଥାଏ ଏହା ତାଙ୍କ ପାଇଁ କାମରେ ଆସିବ।
ଅଙ୍କୋଡାଇଗ୍ନୋସ୍କୋପ୍ ଦ୍ବାରା ପେନସିଲ ଆକାରର ଫାଇବର ଅପଟିକ୍ ପ୍ରୋବ୍ ସଂଲଗ୍ନ ହୋଇଥାଏ। ଏହାକୁ ସେହି ବ୍ୟକ୍ତିଙ୍କ ମୁହଁରେ ପୂରାଇ କ୍ୟାନସରର ଯାଞ୍ଚ କରାଯାଇଥାଏ। ଏହାର ରିପୋର୍ଟ ମନିଟରରେ ଦେଖାଯାଇଥାଏ।
ଏହି ଲକ୍ଷଣଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତୁ :
- ଯଦି ଶରୀରରେ କଳାଜାଇର ରଙ୍ଗ ବା ଆକାରରେ ପରିବର୍ତ୍ତନ ହୋଇଥାଏ ତେବେ ସଚେତନ ହୋଇଯାଆନ୍ତୁ । ପରିସ୍ରାର ରଙ୍ଗ ଲାଲ ହୋଇଥାଏ କିମ୍ବା ଶରୀରର କୌଣସି ଅଙ୍ଗରେ ଗଣ୍ଠି ପଡେ କିମ୍ବା ରକ୍ତସ୍ରାବ ହେଉଥାଏ, କଣ୍ଠସ୍ବର ଭାରି ଶୁଭିଲେ।
- ଖାଇବା ପିଇବାରେ ଅସୁବିଧା ହେଉଥିଲେ କ୍ୟାନସର ହୋଇଥାଇପାରେ । ତେଣୁ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରିବା ଆବଶ୍ୟକ ।