ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍

Published By : Prameya-News7 Bureau | January 25, 2022 IST

ୟୁପି ୨୫/୦୧: ନିର୍ବାଚନ ପୂର୍ବରୁ କଂଗ୍ରେକୁ ଲାଗିଛି ଶକ୍ତ ଧକ୍କା । କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ଆରପିଏନ ସିଂହ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପଠାଇଛନ୍ତି ନିଜର ଇସ୍ତଫାପତ୍ର । ଆଜି ମଧ୍ୟାହ୍ନରେ ସେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଛି । ସୂଚନା ମୁତାବକ୍ ବିଜେପି ଆରପିଏନ ସିଂହଙ୍କୁ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ କୁଶୀନଗରର ପଡରୈନା ବିଧାନସଭା ଆସନରେ ନିର୍ବାଚନ ଲଢିବାକୁ ଯୋଜନା କରୁଛି ।

wp:html /wp:html wp:gallery {"ids":[579053],"linkTo":"none"} /wp:gallery

ବଡକଥା ହେଉଛି କଂଗ୍ରେସ ପକ୍ଷରୁ ଗତକାଲି ଷ୍ଟାର କ୍ୟାମ୍ପନର ତାଲିକା ପ୍ରକାଶ ପାଇଥିଲା । ଯେଉଁଥିରେ ଆରପିଏନ ସିଂହଙ୍କ ନାଁ ନଥିଲା । ପୂର୍ବରୁ ମଧ୍ୟ ଶ୍ରୀ ସିଂହ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲା । ତେବେ ଯଦି ସେ ବିଜେପିରେ ସାମିଲ ହେବେ ତେବେ ସେ ସ୍ୱାମୀଙ୍କ ବିରୋଧରେ ଲଢିବେ ବୋଲି ଚର୍ଚ୍ଚା ହେଉଛି । କୁହାଯଉଛି ଯେ, କୁଶୀନଗରର ପୂର୍ବାଞ୍ଚଳରେ ଆରପିଏନ ସିଂହଙ୍କର ବହୁତ ଦବଦବା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.