ବିଜେପିରେ ସାମିଲ ହେବେ କଂଗ୍ରେସ ଭେଟେରାନ ଆରପିଏନ ସିଂହ, ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ ଲଢିବେ ନିର୍ବାଚନ

Published By : Prameya-News7 Bureau | January 25, 2022 IST

ୟୁପି ୨୫/୦୧: ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିବାକୁ ଯାଉଛି ଝଟକା । କଂଗ୍ରେସର ଦିଗ୍ଗଜ ନେତା ଆରପିଏନ ସିଂହ ଖୁବଶୀଘ୍ର ବିଜେପିରେ ସାମିଲ ହେବାକୁ ଯାଉଛନ୍ତି । ସୂଚନା ମୁତାବକ୍ ବିଜେପି ଆରପିଏନ ସିଂହଙ୍କୁ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ କୁଶୀନଗରର ପଡରୈନା ବିଧାନସଭା ଆସନରେ ନିର୍ବାଚନ ଲଢିବାକୁ ଯୋଜନା କରୁଛି ।

ସେପଟେ ଆରପିଏନ ସିଂହଙ୍କ ତରଫରୁ ଏନେଇ କୌଣସି ସୂଚନା ହସ୍ତଗତ ହୋଇନି । ବଡକଥା ହେଉଛି କଂଗ୍ରେସ ପକ୍ଷରୁ ଗତକାଲି ଷ୍ଟାର କ୍ୟାମ୍ପନର ତାଲିକା ପ୍ରକାଶ ପାଇଥିଲା । ଯେଉଁଥିରେ ଆରପିଏନ ସିଂହଙ୍କ ନାଁ ନଥିଲା । ପୂର୍ବରୁ ମଧ୍ୟ ଶ୍ରୀ ସିଂହ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲା । ତେବେ ଯଦି ସେ ବିଜେପିରେ ସାମିଲ ହେବେ ତେବେ ସେ ସ୍ୱାମୀଙ୍କ ବିରୋଧରେ ଲଢିବେ ବୋଲି ଚର୍ଚ୍ଚା ହେଉଛି । କୁହାଯଉଛି ଯେ, କୁଶୀନଗରର ପୂର୍ବାଞ୍ଚଳରେ ଆରପିଏନ ସିଂହଙ୍କର ବହୁତ ଦବଦବା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.