Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||
  • ରାଜ୍ୟରେ ୯ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮୪୫ କୋଭିଡ୍ ପଜିଟିଭ୍, ୧୧୯୬୧୪୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ଚିରା ଫଟା ନୋଟ୍ ଏକ୍ସଚେଞ୍ଜ ପାଇଁ ଯାଉଥିଲା ଦିଲ୍ଲୀ : ବାହାଘର ପାର୍ଟିରେ ତିଆରି ହୋଇଥାନ୍ତା ହାର

9/12/2021 at 4:45 PM

କଟକ ୯।୧୨: କଟକ ରେଳ ଷ୍ଟେସନରୁ ଟଙ୍କା ଜବତ ତଦନ୍ତର ଭାର ନେଲା ଆୟକର ବିଭାଗ । ଏତେ ଗୁଡିଏ ଟଙ୍କାର ଉତ୍ସ ଜାଣିବା ପାଇଁ ଘଟଣାର ତଦନ୍ତ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ହାତକୁ ନେଇପାରେ ବୋଲି ଜଣାପଡିଛି । ଅଭିଯୁକ୍ତ ଅରୁଣ ସ୍ବାଇଁଙ୍କୁ ଜେରା ବେଳେ କିଛି ସୂଚନା ମିଳିଥିବା ପୋଲିସ କହିଛି ।

ଆରପିଏଫର କହିବା ଅନୁଯାୟୀ, ଭୁବନେଶ୍ବରର ୨୦ରୁ ୨୫ଜଣ ଯୁବକ ଚିରାଫଟା ଟଙ୍କା ସଂଗ୍ରହ କରି ସେଗୁଡିକୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଜମା କରି ନୂଆ ନୋଟ୍ ନେବା କାମ କରନ୍ତି । ଏ ବାବଦରେ ଯୁବକମାନେ ନିର୍ଦ୍ଧିଷ୍ଟ ପ୍ରତିଶତର କମିଶନ ପାଇଥାଆନ୍ତି । ପ୍ରାଥମିକ ତଦନ୍ତରେ ଜବତ ୨୪ ଲକ୍ଷ ୫୦ ହଜାର ଟଙ୍କା ଏହି ଚିରାଫଟା ଟଙ୍କା ଏକ୍ସଚେଞ୍ଜ ପାଇଁ ଦିଲ୍ଲୀ ନିଆଯାଉଥିଲା । ଦିଲ୍ଲୀରେ ବିଭିନ୍ନ ପାର୍ଟି, ବାହାଘର ଆଦିରେ ଏହି ଟଙ୍କାରେ ହାର ତିଆରି କରାଯାଇଥାନ୍ତା ବୋଲି ଆରପିଏଫ୍ କହିଛି ।

ଅଭିଯୁକ୍ତ ଅରୁଣଙ୍କୁ ଲେଖାପଢା କରି ଆୟକର ବିଭାଗ ଛାଡି ଦେଇଛି । ଜେରା ପାଇଁ ଅରୁଣଙ୍କୁ ଗୁରୁବାର ଆୟକର ବିଭାଗରେ ହାଜର ହେବା ପାଇଁ ନୋଟିସ୍ ହୋଇଛି । ଜବତ ଟଙ୍କାକୁ ଆରବିଆଇ ହେପାଜତରେ ରଖାଯାଇଛି । ତେବେ ଏତେ ଟଙ୍କା ଟ୍ରେନରେ ନେବା ଉପରେ କଟକଣା ଥିବାରୁ ଅରୁଣଙ୍କ ଉପରେ ରେଳବାଇ କାର୍ଯ୍ୟାନୁଷ୍ଠାନ କରିପାରେ । ଅରୁଣ କେବଳ ଭୁବନେଶ୍ବରରୁ ଟଙ୍କା ନେଇ ଦିଲ୍ଲୀରେ ଦେବା କାମରେ ନିୟୋଜିତ ହୋଇଥିଲେ । ତେବେ ଅରୁଣଙ୍କୁ ନିୟୋଜିତ କରିଥିବା ବ୍ୟକ୍ତିଙ୍କ ବାବଦରେ ପୋଲିସ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ ।

   Related Posts