ରଖେ ହରି ତ ମାରେ କିଏ... ଚଳନ୍ତା ଟ୍ରେନ୍‌ରୁ ଖସିପଡିଲେ ଜଣେ ବ୍ୟକ୍ତି, କେମିତି ମୃତ୍ୟୁ ମୁଖରୁ ରକ୍ଷା କଲେ ଆରପିଏଫ ଯବାନ ଦେଖନ୍ତୁ ଭିଡିଓ

Published By : Prameya-News7 Bureau | July 01, 2021 IST

ମୁମ୍ବାଇ ୧।୭: ମୁମ୍ବାଇର ବୋରିଭାଲି ଷ୍ଟେସନରେ ଜଣେ ଯାତ୍ରୀଙ୍କ ଜୀବନ ରକ୍ଷା କରୁଥିବା ବେଳେ ଆରପିଏଫ ଯବାନଙ୍କ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ୧୫ ସେକେଣ୍ଡର ଏହି ଭିଡିଓରେ ଯବାନଙ୍କ ସାହସିକତା ଦେଖିବାକୁ ମିଳିଛି । ଷ୍ଟେସନରେ ଯେତେବେଳେ ଜଣେ ବ୍ୟକ୍ତି ଚଳନ୍ତା ଟ୍ରେନରୁ ଖସିପଡୁଛନ୍ତି, ଆରପିଏଫ୍ ଯବାନ ଜଣଙ୍କ ଦୌଡି ଆସି ତାଙ୍କୁ ପ୍ଲାଟଫର୍ମ ଆଡକୁ ଟାଣିଆଣୁଛନ୍ତି ।

ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ, ଟ୍ରେନ୍ ଯେତେବେଳେ ପ୍ଲାଟଫର୍ମରେ ପହଞ୍ଚୁଛି ସେହି ସମୟରେ ଦ୍ରୁତ ଗତିରେ ଥିବା ଟ୍ରେନ୍ ରୁ ପ୍ଲାଟଫର୍ମ ଉପରକୁ ଖସିପଡୁଛନ୍ତି । ପ୍ଲାଟଫର୍ମରୁ ତଳକୁ ଖସୁ ଖସୁ ବ୍ୟକ୍ତି ଜଣଙ୍କ ରକ୍ଷା ପାଇଯାଇଥିଲେ । ସେଠାରୁ ତାଙ୍କୁ ଆରପିଏଫ ଯବାନ ଜଣଙ୍କ ଟାଣି ଆଣିଥିଲେ ।

ଭିଡିଓ ସାମ୍ନାକୁ ଆସିବା ପରେ ଆରପିଏଫ ଯବାନଙ୍କୁ ପ୍ରଶଂସା କରାଯାଉଛି। ଭିଡିଓରେ ଆରପିଏଫ୍ ଯବାନଙ୍କ ସହ ଅନ୍ୟ ଜଣେ ବ୍ୟକ୍ତି ସାହାଯ୍ୟ କରିବାକୁ ଆସିଥିବା ଦେଖିବାକୁ ମିଳିଛି ।

 ଚଳନ୍ତା ଟ୍ରେନରେ ରେ ଠିଆ ହେବା କିମ୍ବା ଚଳନ୍ତା ଟ୍ରେନରେ ଓହ୍ଲାଇବାକୁ ଚେଷ୍ଟା କରିବା ସାଂଘାତିକ ହୋଇପାରେ ।  ଲୋଖମାନେ ଶୀଘ୍ର ଓହ୍ଲାଇବା ଚକ୍କରରେ ଚଳନ୍ତା ଟ୍ରେନରୁ ଓହ୍ଲାଇ ଦୁର୍ଘଟଣାର ଶିକାର ହୁଅନ୍ତି  । ଚଳନ୍ତା ଟ୍ରେନରୁ ଓହ୍ଲାଇବା ଯେ କେତେ ବିପଜ୍ଜନକ ହୋଇପାରେ ଏହି ଭିଡିଓ ତାର ଜ୍ବଳନ୍ତ ଉଦାହରଣ ।  ପ୍ରାୟତଃ ଆମେ ଏପରି ଅନେକ ଭିଡିଓ ଦେଖୁ ଯେଉଁଥିରେ ଲୋକମାନେ ଏହିପରି ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଥାନ୍ତି ।   ଏହିପରି ଘଟଣାରୁ ଆମେ ଶିଖିବା ଉଚିତ ଯେ, ଚଳନ୍ତା ଟ୍ରେନରେ ଓହ୍ଲାଇବାକୁ କିମ୍ବା ଚଢିବାକୁ ଚେଷ୍ଟା ନକରିବାକୁ ଉଚିତ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.