ଟ୍ରେନ୍‌ରୁ ଚୋରି କରି, ଟ୍ରକ ଯୋଗେ ହେଉଥିଲା ଚୋରା ଚାଲାଣ : ୩ ଜଣଙ୍କୁ ଗିରଫ ସହ ଗାଡି ଜବତ କଲା RPF

Published By : Prameya-News7 Bureau | June 21, 2020 IST

ଭଦ୍ରକ ୨୧।୦୬: ଟ୍ରେନରୁ ଚୋରି କରୁଥିଲେ , ଆଉ ଟ୍ରକ ଯୋଗେ ଚୋରା ଚାଲାଣ କରୁଥିଲେ । ଏତିକି ବେଳେ ମାଡିବସିଲା ରେଲୱେ ପୋଲିସ ଫୋର୍ସ । କୋଇଲା ଚୋରା ଚାଲାଣ ବେଳେ ଟ୍ରକ ଜବତ ସହ ୩ଜଣଙ୍କୁ ଗିରଫ କରିଛି ପୋଲି ।  ଭଦ୍ରକ ଜିଲ୍ଲା ରେ ଘଟିଛି ଘଟଣା । ଏନେଇ ଭଦ୍ରକ ଆରପିଏଫ ତରଫରୁ ସୂଚନା ମିଳିଛି ।

{"id":289269,"sizeSlug":"large"}

ସୂଚନାଯୋଗ୍ୟ ଯେ, ଦୀର୍ଘଦିନ ହେବ ଏମାନେ ଭଦ୍ରକ ଧାମରା ରେଳପଥରୁ ଟ୍ରେନରେ କୋଇଲା ଚାଲାଣ ହେଉଥିବା ବେଳେ ତାକୁ ଚୋରି କରି ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲାଣ କରୁଥିଲେ । ଏନେଇ ରେଲୱେ ପୋଲିସକୁ ସୂଚନା ମିଳିଥିଲା । ରେଲଓ୍ୱରେ ଏକ ସ୍ୱତନ୍ତ୍ର ଦଳ ଚୋରାଚାଲାଣ କରୁଥିବା ଦଳ ଉପରେ ନଜର ରଖିଥିଲା। ଟ୍ରକ ଯୋଗେ କୋଇଲା ଚୋରା ଚାଲାଣ ବେଳେ କାବୁ କରିଥିଲା ସ୍ୱତନ୍ତ୍ର ଟିମ । ଗିରଫ ୩ ଜଣଙ୍କ ମଧ୍ୟରୁ ଜଣେ ଯାଜପୁର ଟାଉନର ରମେଶ ଚନ୍ଦ୍ର ବିଶ୍ୱାଳ ହୋଇଥିବା ବେଳେ ପଶ୍ଚିମବଙ୍ଗର ପଶ୍ଚିମ ମେଦିନପୁର ଜିଲ୍ଲାର କେଶପୁର ଥାନା ଅଞ୍ଚଳର ନିସିତ କୁମାର ଦତ୍ତ ଓ ସାବଙ୍ଗ ଥାନା ଅଞ୍ଚଳର ସୂର୍ଯ୍ୟକାନ୍ତ ଘଡେଇ ବୋଲି ସୂଚନା ମିଳିଛି ।

{"id":289270,"sizeSlug":"large"}

ଜବତ ସାମଗ୍ରୀ ମଧ୍ୟରେ ଗୋଟିଏ ଧଳା ରଙ୍ଗର ୪୦୭ ଟ୍ରକ ନମ୍ବର OD 04 M 5561 ଓ ଲାଲ ରଙ୍ଗର ଟାଟା ଟ୍ରକ ନଂ WB 33D 6744 ସହ ଧଳା ରଙ୍ଗର ପିକଅପ ଗାଡି ଯାହାର ନମ୍ବର OD 01 AF 9366ରେ ଚୋରା କୋଇଲା ବୋଝେଇ ହୋଇ ଚାଲାଣ ହେଉଥିଲା । କିନ୍ତୁ ପୋଲିସ ଓ ରେଲଓ୍ୱ ଟିମ୍‌ ପହଞ୍ଚି ଜବତ କରିଛି । ତେବେ ଆରପିଏଫ ସହ ସିଆଇବି ଯାଜପୁର ଓ ଏସଟିଏଫ ମିଳିତ ଭାବେ ଚଢାଉ କରିଥିଲେ ।

{"id":289271,"sizeSlug":"large"}

ଘଟଣାକ୍ରମରେ ପ୍ରଥମେ ଭଦ୍ରକ ଜିଲ୍ଲାର ମାଣିପୁର ଗାଁରୁ ଏକ ଚୋରା କୋଇଲା ବୋଝେଇ ପିକଅପ ଜବତ ହୋଇଥିଲା ପରେ ସେହି ଗାଡି ଡ୍ରାଇଭରର ବୟାନକୁ ଆଧାର କରି ଯାଜପୁର ଟାଉନର କପାସି ଗାଁରେ ଚଢାଉ କରାଯାଇ ଚୋରା କୋଇଲା ବୋଝେଇ ୧୨ ଚକିଆ ଟ୍ରକ ଜବତ ହୋଇଥିଲା । ପରେ ଅନ୍ୟ ମାନେ ଧରାପଡିଥିବା ବେଳେ ଏବେ ଚୋରା କୋଇଲା ଚାଲାଣର ଲିଙ୍କ ଖୋଜାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.