Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ନିଜ ଜୀବନକୁ ବାଜି ଲଗାଇ ଜଣଙ୍କ ଜୀବନ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଦେଖନ୍ତୁ ଭିଡିଓ

7/12/2019 at 9:21 AM

ମୁମ୍ବାଇ ୭।୧୨: ମହାରାଷ୍ଟ୍ର ଠାଣେ ରେଲଓ୍ବେ ଷ୍ଟେସନରେ ରେଲଓ୍ବେ ପୋଲିସ ଫୋର୍ସର ଜଣେ କନେଷ୍ଟବଳ ନିଜ ଜୀବନକୁ ବାଜି ଲଗାଇ ରେଲଓ୍ବେ ଟ୍ରାକ୍ ପାର ହେଉଥିବା ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଛନ୍ତି ।

ସୂଚନାଯୋଗ୍ୟ ଯେ, ଠାଣେ ରେଲଓ୍ବେ ଷ୍ଟେସନରେ ଜଣେ ବ୍ୟକ୍ତି ରେଲଓ୍ବେ ଟ୍ରାକ୍ ପାର ହେଉଥିଲେ । ସେହି ସମୟରେ ଟ୍ରେନ୍ ତାଙ୍କ ଆଡକୁ ଆସୁଥିଲା । ଏହା ଦେଖି ସେଠାରେ ଉପସ୍ଥିତ ଥିବା ଆରପିଏଫ୍ କନେଷ୍ଟବଳ ଅନୀଲ କୁମାର ଟ୍ରାକ୍ ଉପରକୁ ଡେଇଁପଡିଥିଲେ ଏବଂ ସଂପୃକ୍ତ ବ୍ୟକ୍ତିଙ୍କୁ ଫ୍ଲାଟଫର୍ମ ଆଡକୁ ଟାଣିଆଣିଥିଲେ । ଫଳରେ ବ୍ୟକ୍ତିଙ୍କ ଜୀବନ ବଞ୍ଚି ଯାଇଥିଲା । ଏହି ସମୟରେ ସମସ୍ତ ଘଟଣାରର କେହି ଜଣେ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଭାଇରାଲ୍ କରିଦେଇଛି ।

ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଯେ, ଧଳା ରଙ୍ଗର ସାର୍ଟ ପିନ୍ଧିଥିବା ଜଣେ ବ୍ୟକ୍ତି ରେଲଓ୍ବେ ଟ୍ରାକ୍ ମଧ୍ୟ ଦେଇ ଅନ୍ୟ ପ୍ଲାଟ୍ ଫର୍ମକୁ ଯାଉଛନ୍ତି । ପ୍ଲାଟଫର୍ମରେ ପହଞ୍ଚିବା ପୂର୍ବରୁ ସେହି ସମୟରେ ଏକ ଟ୍ରେନ୍ ଆସିଯାଉଛି । ଠିକ୍ ସେହି ସମୟରେ ଆରପିଏଫ୍ କନେଷ୍ଟବଳ ଟ୍ରାକ୍ କୁ ଡେଇଁପଡୁଛନ୍ତି ଏବଂ ସଂପୃକ୍ତ ବ୍ୟକ୍ତିଙ୍କ ଜୀବନ ବଞ୍ଚାଉଛନ୍ତି । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ ହେବା ପରେ ଆରପିଏଫ୍ କନେଷ୍ଟବଳଙ୍କର ପ୍ରଶଂସା କରୁଥିବା ବେଳେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରୁଛନ୍ତି ।

   Related Posts