ଭୁବନେଶ୍ବର ରେଳ ଷ୍ଟେଶନରେ ଦେବଦୂତ ସାଜିଲେ ଆରପିଏଫ ଯବାନ, ବଞ୍ଚେଇଦେଲେ ଯାତ୍ରୀଙ୍କ ଜୀବନ

Published By : Prameya-News7 Bureau | June 24, 2019 IST

ଭୁବନେଶ୍ବର୨୪|୬; କଥାରେ ଅଛି ରଖେ ହରି ତ ମାରେ କିଏ। ଭୁବନେଶ୍ବର ରେଳ ଷ୍ଟେସନରେ   ଚଳନ୍ତା ଟ୍ରେନରୁ ଖସିପଡି ଟ୍ରେନ ଲାଇନ ମଧ୍ୟ​‌ରେ ଖସି ପଡିବା ​‌ ବେଳେ   ଦେବଦୂତ ସାଜିଲେ ଜଣେ  ଆରପିଏଫ  ଯବାନ।  ନିଶ୍ଚିତ  ମୃତୁମୁ୍‌ଖରୁ   ଜଣେ ଟ୍ରେନ ଯାତ୍ରୀଙ୍କୁ  ବଂଚାଇ ଦେଲେ ଯବାନ। ଯାହାର  ସମସ୍ତ ଦୃଶ୍ୟ କଏଦ ହୋଇଛି ସିସିଟିଭିରେ  ।

{"id":126764,"width":590,"height":326}

୨୦୧୯  ଜୁନ ୨୩ । ସମୟ   ଅପରାହ୍ନ୫ ଟା୪୮। ଭୁବନେଶ୍ବର ରେଳ ଷ୍ଟେସନରୁ ଭଦ୍ରକ ଅଭିମୁଖେ  ବାହାରିଥିଲା ଭୁବନେଶ୍ବର- ଭଦ୍ରକ ମେମୁ ଟ୍ରେନ। ନାଜିର ମଲ୍ଲିକ  ନାମକ ​‌ଜଣେ ୨୪ ବ​‌ର୍ଷ  ବୟସ୍କ ଯାତ୍ରୀ ଭୁବନେଶ୍ବର- ଭଦ୍ରକ ମେମୁ ଟ୍ରେନରେ ଭୁଲରେ ବସିପଡିଥିଲେ। ଟ୍ରେନଟି  ଷ୍ଟେସନ  ଛାଡୁଥିବା ବେଳେ ଯାତ୍ରୀ ଜଣକ ଭୁଲ ଟ୍ରେନରେ ବସି ପଡିଥିବା ଜାଣି ଚଳନ୍ତା ଟ୍ରେନରୁ ତଳକୁ ଡେଇଁ ପଡିଥିଲେ । ​‌​

{"id":126765}

ସେତେବେଳେ ଟ୍ରେନର  ଗିତ ବଢିସାରିଥିଲା  । ଆଉଯାତ୍ରୀଜଣକ ପ୍ଲାଟଫର୍ମ ଓ ଟ୍ରେନ ମଝିରେ ଖସିପଡିଥିଲେ ।  ଠିକ ସେହି ସମୟରେରେଳ ଷ୍ଟେସନରେ କର୍ତ୍ତବ୍ୟରତ  ଆରପିଏଫ ଯବାନ ଏନ ବି ରାଓଙ୍କ  ନଜରକୁ ଆସିଥିଲା ଏହି ଦୃଶ୍ୟ। ସେ ତୁରନ୍ତ ଏହି ଯାତ୍ରୀ ଜଣକୁ ବଂଚାଇବାକୁ ତାଙ୍କ  ନିକଟକୁ ଚାଲି  ଆସିଥିଲେ । ପ୍ଲାଟଫର୍ମ  ଚଳନ୍ତା ଟ୍ରେନ ଲାଇନ ମଧ୍ୟରେ  ଚାପି ହୋଇ ଲଟକି ଯାଇଥିବା ଯାତ୍ରୀ ଜଣକଙ୍କୁ ଟାଣି ଆଣି ଉଦ୍ଧାର କରିଥିଲେ।  ଯାହାର ସମସ୍ତ ଦୃଶ୍ୟ କଏଦ ହୋଇଛି  ସିସିଟିଭିରେ।ଆରପିଏଫର ଏଭଳି ମହାନ କାମକୁ ସାବସି ଦେଇଛନ୍ତି ଟ୍ରେନଯାତ୍ରୀ ଜଣକ।    

{"id":126766}

ଆରପିଏଫ ଯବାନଙ୍କ ଏଭଳି  ଦୁଃସାହାସିକ କାମକୁ ଏବେ ସବୁ ବର୍ଗରୁ  ପ୍ରଶଂସା ମିଳିଛି।   ସୁରକ୍ଷିତ ରେଳ ଯାତ୍ରାନେଇ ରେଳ ବାଇ ପକ୍ଷରୁ ଟ୍ରେନ ଯାତ୍ରୀମାନଙ୍କୁ ବାରମ୍ବାର ସଚେତନ କରାଯାଉଛି। ଟ୍ରେନ ଛାଡିବାର  ଯଥେଷ୍ଡ ପୁର୍ବରୁ ଷଷ୍ଟେସନ ଆସିବାକୁ ପରାମର୍ଶ  ଦିଆଯାଉଛି।  ହେଲେ   ରେଳ ଯାତ୍ରା ପାଇଁ  ଆବଶ୍ୟକୀୟ  ନିରାପତ୍ତା ଗାଇଡ ମାନିବାକୁ ପରାମର୍ଶ ଦେଇଛନ୍ତି   ଭୁବନେଶବର ରେଲ ଷ୍ଟେସନ  ନିର୍ଦେଶକ।

{"id":126767}

ଏବ ନି ରାଓ  ଏହି ମହତ କାମ ଅନ୍ୟ ରେଳ ବାଇ କର୍ମଚାରୀ ମାନଙ୍କୁ ପ୍ରେରଣା ଯୋଗାଇବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.