Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ଆରପିଏଫ ଯବାନଙ୍କୁ ସ୍ଥାନୀୟ ଲୋକଙ୍କ ଆକ୍ରମଣ ଘଟଣା: ଆଖିବୁଜିଲେ ଯବାନ ସମଶେର କୁମାର ସିଂହ

17/10/2021 at 5:54 PM

ବଡ଼ବିଲ୍‌ ୧୭/୧୦: ଯୋଡ଼ା ବାଂଶପାଣି ରେଳ ଷ୍ଟେସନରେ ଆରପିଏଫ ଯବାନଙ୍କୁ ସ୍ଥାନୀୟ ଲୋକଙ୍କ ଆକ୍ରମଣ ଘଟଣାରେ ଚିକିତ୍ସାଧିନ ଅବସ୍ଥାରେ ଆରପିଏଫ ଯବାନ ସମଶେର କୁମାର ସିଂଙ୍କ ମୃତ୍ୟୁ ଘଟିଛି । ଗତ ୧୨ ତାରିଖରେ ବାଂଶପାଣି ରେଳ ସାଇଡିଂ ଆରପିଏଫ ଯବାନଙ୍କ ମାଡ଼ରେ ଜଣେ ସ୍ଥାନୀୟ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ତୁମୁଳ କାଣ୍ଡ ଭିଆଇଥିଲେ । 

ଷ୍ଟେସନରେ ବ୍ୟାପକ ଭଙ୍ଗାରୁଜା କରିବା ସହ ଆରପିଏଫ ଜବାନମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୪ଜଣ ଆରପିଏଫ ଯବାନ ଗୁରୁତର ଆହତ ହୋଇଥିଲେ । ଆହତ ଆରପିଏଫ ଜବାନ ପି ଏନ ପାଶୱାନ, ସମଶେର କୁମାର ସିଂଙ୍କୁ ଜାମଶେଦପୁର ସ୍ଥିତ ଟାଟା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ସମଶେରଙ୍କର ମୃତ୍ୟୁ ଘଟିଛି । ସମଶେର, ବିହାର ମୁଙ୍ଗେର ଜିଲ୍ଲାର ବୋଲି ଜଣାପଡିଛି । ତାଙ୍କ ମର ଶରୀରକୁ ବ୍ୟବଚ୍ଛେଦ ପରେ ଜାମଶେଦପୁର ସ୍ଥିତ ଆରପିଏଫ ବାରାକକୁ ନିଆଯାଇଥିଲା । ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା ।

   Related Posts