ବାହାର ରାଜ୍ୟକୁ ଲମ୍ବିଛି ଚୋରା କୋଇଲା କାରବାରର ଚେର, ମାଷ୍ଟର ମାଇଣ୍ଡକୁ ଗିରଫ କଲା ଆରପିଏଫ୍

Published By : Prameya-News7 Bureau | March 08, 2020 IST

ଭଦ୍ରକ ୮।୩: ଧାମର-ଭଦ୍ରକ ରେଳପଥରେ କୋଇଲା ଚୋରୀ ଦିନକୁ ଦିନ ବୃଦ୍ଧି ପାଇଛି। ରେଳପଥ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏହି କୋଇଲାକୁ ବ୍ଲାକ୍ ଡାଇମଣ୍ଡ କୁହାଯାଉଥିବା ବେଳେ ରେଳବାଇ ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲିଟିଛି ।

{"id":234717,"sizeSlug":"large"}

ଭଦ୍ରକ ରେଲୱେ ସୁରକ୍ଷା ବଳ ଦ୍ବାରା କୋଇଲା ଚୋରିର ମାଷ୍ଟର ମାଇଣ୍ଡ ଗିରଫ ହୋଇଛି । ଗିରଫ ଅଭିଯୁକ୍ତ ଭଦ୍ରକ ଜିଲ୍ଲା ତିହିଡି ଥାନା ଅଞ୍ଚଳର ଭଗବାନ ଦାସ ଓରଫ ବାୟା ବୋଲି ସୂଚନା ମିଳିଛି । ଅଭିଯୁକ୍ତ ଭଦ୍ରକ ସମେତ ଯାଜପୁର ଜିଲ୍ଲାରେ ମଧ୍ୟ ଚୋଇଲା ଚୋରିରେ ସଂପୃକ୍ତ ଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ସୂଚନା ମିଳିଛି ।

{"id":234718,"sizeSlug":"large"}

ପୋଲିସ ଆଖିରେ ଧୂଳିଦେଇ ବାୟା ବୁଲୁଥିବା ବେଳେ ବିଶେଷ ସୂତ୍ରରୁ ଖବରପାଇ ତିହିଡି ସ୍ଥିତ ଘରେ ଚଢ଼ାଉ କରି ଧରିବାରେ ସଫଳ ହୋଇଛି ରେଲୱେ ସୁରକ୍ଷା ବଳ । ତେବେ ବିଭିନ୍ନ ସ୍ଥାନରେ ବେକାର ଯୁବକମାନଙ୍କୁ ପ୍ରବର୍ତ୍ତାଇ କୋଇଲା ଚୋରିରେ ନିୟୋଜିତ କରିବା ସହ ବ୍ୟବସାୟର ଚେର ଅନ୍ୟ ରାଜ୍ୟକୁ ଲମ୍ବିଥିବା ପୋଲିସ ଜାଣିବାକୁ ପାଇଛି । ଅଧିକ ତଦନ୍ତ ପାଇଁ କୋର୍ଟରେ ହାଜର ପରେ ରିମାଣ୍ଡରେ ଆଣିବ ବୋଲି ସୂଚନା ମିଳିଛି । ପଚରାଉଚରା ପରେ କୋଇଲା ଚୋରି ରାକେଟର ପର୍ଦ୍ଦାଫାଶ ହେବ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.