Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଆରପିଏଫ୍ ଓ ରେଲୱେ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଞ୍ଚିଗଲା ଶତାଧିକ ଯାତ୍ରୀଙ୍କ ଜୀବନ

27/08/2019 at 10:51 AM

ପୁରୀ ୨୭|୮: ଆରପିଏଫ  ଓ ରେଲୱେ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଞ୍ଚିଗଲା ଶତାଧିକ ଯାତ୍ରୀଙ୍କ ଜୀବନ ।  ଦୁଇ କର୍ମଚାରୀ ହେଉଛନ୍ତି ଆରପିଏଫ ହେଡ଼ କନଷ୍ଟେବଳ ଅଶୋକ କୁମାର ରାଉତରାୟ ଓ ଡ୍ୟୁଟି ଅଫିସର ପ୍ରଶାନ୍ତ କୁମାର ସେଠୀ ।

ପୁରୀ ରେଲୱେ ଷ୍ଟେସନର ଘଟଣା ଗତ ୨୫ ତାରିଖ ରାତିରେ ଯାତ୍ରା କରିବା ପାଇଁ ପ୍ରସ୍ତୁତ ହେଉଥିଲା ଜଗନ୍ନାଥ ଏକ୍ସପ୍ରେସ ।  ଏହି ସମୟରେ କର୍ମଚାରୀ ଟ୍ରେନ ଯାଞ୍ଚ କରୁଥିଲେ । ଏତିକି ବେଳେ ହଠାତ୍  ପ୍ଲାଟଫର୍ମ ନମ୍ବର ୩,୪ରେ ପଡ଼ିଥିବା ବିଦ୍ୟୁତ ତାରରୁ ନିଆଁ ବାହାରିବା ସହିତ ଧୂଆଁ ଚାରିଆଡ଼େ ବ୍ୟାପି ଯାଇଥିଲା । ଯାହାକୁ ଦେଖି ଯାତ୍ରୀମାନେ ଏଣେ ତେଣେ ଧାଇଁବାକୁ ଲାଗିଥିଲେ ।

ତେବେ ସେଠାରେ ଉପସ୍ଥିତ ଥିବା ଅଶୋକ କୁମାର ରାଉତରାୟ ନିଆଁକୁ ଅଗ୍ନିନିର୍ବାପକ ଯନ୍ତ୍ର ସାହାଯ୍ୟରେ ଆୟତ୍ତ କରିବା ସହ ଡ୍ୟୁଟିରେ ଥିବା ପ୍ରଶାନ୍ତ କୁମାର ସେଠୀଙ୍କୁ ଖବର ଦେଇଥିଲେ । ସଙ୍ଗେ ସଙ୍ଗେ ପ୍ରଶାନ୍ତ ଅନ୍ୟ ଅଧିକାରୀଙ୍କ ସହ ଘଟଣାସ୍ଥଳରେ ପହଁଞ୍ଚି ସ୍ଥିତିକୁ ଆୟତ୍ତ କରିଥିଲେ । ପରିସ୍ଥିତି ଶାନ୍ତ ପଡ଼ିବା ପରେ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲା ଜଗନ୍ନାଥ ଏକ୍ସପ୍ରେସ । ତେବେ ଦୁଇ କର୍ମଚାରୀଙ୍କ ଉପସ୍ଥିତି ବୁଦ୍ଧି ପାଇଁ ଅନେକ ଧନଜୀବନ ରକ୍ଷା ପାଇଛି ।

   Related Posts