Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିୟୁସନ୍‌ ସାରି ଫେରୁଥିବା ବେଳେ ଡ୍ରେନ୍‌ ପାଣିରେ ଭାସିଗଲେ ନାବାଳକ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଛିଡୁନି ଅଡୁଆ, ହଟୁନି ସସପେନ୍ସ : ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବାକୁ ମନା କଲେ କଂଗ୍ରେସ ନେତ୍ରୀ ଅମ୍ବିକା ସୋନୀ
  • ||
  • ବର୍ଷାରେ ଭାସିଗଲା କାଠପୋଲ, ୪୨ ପରିବାର ବାହ୍ୟ ଜଗତରୁ ବିଛିନ୍ନ
  • ||
  • ଟଳିଲା ବନ୍ୟା ଆଶଙ୍କା, ମହାନଦୀ ସମେତ ଶାଖାନଦୀରେ କମୁଛି ପାଣି
  • ||
  • ତିର୍ତ୍ତୋଲ ଓ କୁଜଙ୍ଗରେ ବଢୁଛି ଦୁର୍ଦ୍ଦଶା, ୧୦ ଗାଁରେ ପଶିଲା ବନ୍ୟାଜଳ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୩୦୯ ମୃତ
  • ||
  • ସଫଳ ହେଲା SPACE-X INSPIRATION ମିଶନ, ଅନ୍ତରୀକ୍ଷରୁ ଫେରିଲେ ୪ ପର୍ଯ୍ୟଟକ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୨୩ କୋଭିଡ୍ ପଜିଟିଭ୍
  • ||

ନିର୍ବନ୍ଧ ପରେ ଯୁବତୀଙ୍କୁ ଦୁଷ୍କର୍ମ କଲା ଭାବି ସ୍ୱାମୀ : ଶାରୀରିକ ସମ୍ପର୍କ ରଖି ବିବାହ ପାଇଁ ମନା କଲା, ୧୫ ମାସ ପରେ ଗିରଫ

14/09/2020 at 4:31 PM

ବ୍ରଜରାଜନଗର ୧୪/୦୯: ନିର୍ବନ୍ଧ ପରେ ଦୁଷ୍କର୍ମ । ବିବାହ ପୂର୍ବରୁ ଭାବିସ୍ୱାମୀ ଘଟାଇଲା ସାଙ୍ଘାତିକ କାଣ୍ଡ । ଯାହାକୁ ବିବାହ କରିବା ନେଉ ପ୍ରତିଶ୍ରୁତି ଦେଇଥିଲା, ସେହି ଯୁବତୀଙ୍କୁ କଲା ଦୁଷ୍କର୍ମ । ଏପରି ଏକ ଘଟଣା ଝାରସୁଗୁଡା ବ୍ରଜରାଜନଗରରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି ।

ବ୍ରଜରାଜନଗର ଓରିଏଣ୍ଟ ଥାନା ଅଞ୍ଚଳରେ ଜଣେ ୨୧ ବର୍ଷିୟା ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଭାବି ସ୍ବାମୀଙ୍କୁ ପୁଲିସ୍‌ ୧୫ ମାସ ପରେ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲା ଲଇକେରା ଥାନା ଭାତଲଇଡ଼ା ଗାଁ ପୁରୁଷୋତ୍ତମ ବାଗଙ୍କ ପୁଅ କରିଶୋର(୨୪)।

ସୂଚନାନୁସାରେ, ଅଭିଯୁକ୍ତ ଓ ଯୁବତୀଙ୍କ ବିବାହ ସ୍ଥିର ହୋଇଥିଲା ଉଭୟ ପରିବାରର ସହମତିରେ ନିର୍ବନ୍ଧ ମଧ୍ୟ ସମ୍ପନ୍ନ ହୋଇଥିଲା ନିର୍ବନ୍ଧ ପରେ କିଶୋର ଯୁବତୀ ସହିତ ଦୈହିକ ସଂପର୍କ ରଖିଥିଲା। ପରେ କିଶୋର ବାହା ହେବାକୁ ମନା କରିବାରୁ ଯୁବତୀଙ୍କ ପରିବାର ଲୋକ ଓରିଏଣ୍ଟ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରିଥିଲା କିନ୍ତୁ ଅଭିଯୁକ୍ତ କିଶୋର ଫେରାର ମାରିଥିଲା ଗତକାଲି କିଶୋର ଘରକୁ ଆସିଥିବା ବେଳେ ପୁଲିସ୍ ଜାଣିବା ପରେ ଓରିଏଣ୍ଟ ପୁଲିସ୍ ଚଢ଼ଉ କରି ଗିରଫ କରିବାରେ ସକ୍ଷମ ହୋଇଥିଲା

   Related Posts