ଆଜି RPDAC ବୈଠକ, ବିଭିନ୍ନ ସମସ୍ୟାକୁ ନେଇ ହେବ ଆଲୋଚନା
12/01/2021 at 12:35 PM

ଅନୁଗୁଳ ୧୨।୦୧: ଅନୁଗୁଳ ଜିଲ୍ଲାପାଳଙ୍କ ଅଫିସରେ ଆଜି ଆର୍ପିଡିଏସି ବୈଠକ ହେଉଛି। ଏଥିରେ ସମ୍ବଲପୁର ଆର୍ଡିସି ନିରଞ୍ଜନ ସାହୁ ଉପସ୍ଥିତ ରହି ଏନ୍ଟିପିସ୍ ଏବଂ ନାଲକୋର ବିସ୍ଥାପିତଙ୍କର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।
ଆଜିର ଏହି ବୈଠକରେ ଢେଙ୍କାନାଳ ସାଂସଦଙ୍କ ସହ ଅନୁଗୁଳ,ତାଳଚେର,ଛେଣ୍ଡିପଦା, ପାଲଲହଡାର ବିଧାୟକ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି। ନାଲକୋ ଏବଂ ଏନ୍ଟିପିସିର ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି। ଦିନ ତମାମ ବିସ୍ଥାପିତଙ୍କ ସମସ୍ୟା ଏବଂ ଅନ୍ୟାନ୍ୟ ପାରିପାର୍ଶ୍ବିକ ଉନ୍ନୟନ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହେବ ବୋଲି ସୂଚନା ମିଳିଛି।