Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

୫୦୦ କୋଟି ଖର୍ଚ୍ଚ, ୧ ଲକ୍ଷ ଅତିଥି, ନଅ ଦିନ ଉତ୍ସବ… କିଛି ଏମିତି ହେବ ବିଜେପି ମନ୍ତ୍ରୀଙ୍କ ଝିଅର ବିବାହ

1/03/2020 at 3:52 PM

ବେଙ୍ଗାଲୁରୁ ୦୧। ୦୩- କର୍ଣ୍ଣାଟକରେ ବିଜେପିର ସଙ୍କଟମୋଚନ କୁହାଯାଉଥିବା ଦଳିତ ନେତା ତଥା କର୍ଣ୍ଣାଟକ ସରକାରରେ ସ୍ଵାସ୍ଥ୍ୟ ମନ୍ତ୍ରୀ ଥିବା ବି.ଶ୍ରୀରାମୁଲୁ ବିବାହ ଖର୍ଚ୍ଚ ମାମଲାରେ ଇତିହାସ ରଚିବାକୁ ଯାଉଛନ୍ତି। ବି.ଶ୍ରୀରାମୁଲୁଙ୍କ ଝିଅ ରକ୍ଷିତାଙ୍କ ବିବାହ ମାର୍ଚ୍ଚ ୫ରେ ହେବାକୁ ଯାଉଛି। ଏଥିପାଇଁ ପାଣି ପରି ଅର୍ଥ ଖର୍ଚ୍ଚ କରାଯାଉଛି। ଏହି ମାମଲାରେ ସ୍ଵାସ୍ଥ୍ୟ ମନ୍ତ୍ରୀ ଶ୍ରୀରାମୁଲୁ ନିଜର ସାଥୀ ଖଣି ମାଫିଆ ଜି ଜନାର୍ଦ୍ଦନ ରେଡ୍ଡୀଙ୍କୁ ମଧ୍ୟ ପଛରେ ପକାଇବାକୁ ଯାଉଛନ୍ତି। ଆସନ୍ତୁ ଜାଣିବା କେମିତି ହେଉଛି ଏହି ବର୍ଣ୍ଣାଢ୍ୟ ବିବାହରର ପ୍ରସ୍ତୁତି…

ସ୍ଵାସ୍ଥ୍ୟ ମନ୍ତ୍ରୀ ଶ୍ରୀ ରାମୁଲୁଙ୍କ ଝିଅ ରକ୍ଷିତାଙ୍କ ବିବାହ ହାଇଦ୍ରାବାଦ ଉଦ୍ୟୋଗପତି ରବି କୁମାରଙ୍କ ସହ ମାର୍ଚ୍ଚ ୫ରେ ହେବାକୁ ଯାଉଛି। ନଅ ଦିନ ପର୍ଯ୍ୟନ୍ତ ହେବାକୁ ଥିବା ଏହି ବହୁ ପ୍ରତୀକ୍ଷିତ ବିବାହର ଆରମ୍ଭ ଫେବୃଆରୀ ୨୭ରୁ  ହୋଇ ସାରିଛି।  କୁହାଯାଉଛି ଯେ, ଏହି ବିବାହ ଚଳିତ ଦଶନ୍ଧିର ସବୁଠୁ ବଡ ବିବାହ ହେବ। ଏହା ପୂର୍ବରୁ ୨୦୧୬ରେ ଜି ଜନାର୍ଦ୍ଦନ ରେଡ୍ଡୀଙ୍କ ପୁଅ ବ୍ରାହ୍ମଣୀଙ୍କ ବିବାହରେ ସବୁଠୁ ଅଧିକ ଖର୍ଚ୍ଚ ହୋଇଥିଲା। ଏତେ ବଡ ବ୍ୟୟବହୁଳ ଏବଂ ବିରାଟ ବିବାହ ଆୟୋଜନ କରିଥିବା ଜନାର୍ଦ୍ଦନ ରେଡ୍ଡୀ ଏବେ ନିଜର ମିତ୍ର ଶ୍ରୀରାମୁଲୁଙ୍କ ବିବାହ ଆୟୋଜନରେ ସାହାଯ୍ୟ କରୁଛନ୍ତି।

୫୦୦ ପୂଜାରୀ କରିବେ ରକ୍ଷିତାଙ୍କ ବିବାହ

ଏହି ଭବ୍ୟ ବିବାହରେ ବଡ ରାଜନେତାଙ୍କ ବ୍ୟତୀତ ୫୦୦ ପୂଜାରୀଙ୍କୁ ଆମନ୍ତ୍ରିତ କରାଯାଇଛି। ଏତେ ସଂଖ୍ୟାରେ ପୂଜାରୀଙ୍କ ରହଣୀ ପାଇଁ ବେଙ୍ଗାଲୁରୁରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ମାତ୍ର ଶ୍ରୀରାମୁଲୁଙ୍କ ସହିତ ଜଡିତ ବ୍ୟକ୍ତି ବିବାହରେ ହେଉଥିବା ଖର୍ଚ୍ଚ ବିଷୟରେ ମୁହଁ ଖୋଲୁ ନାହାନ୍ତି। ତଥାପି ବିଶ୍ଵସ୍ତ ସୂତ୍ର ମୁତାବକ ଜନାର୍ଦ୍ଦନ ରେଡ୍ଡୀଙ୍କ ଝିଅ ବ୍ରାହ୍ମଣୀଙ୍କ ବିବାହର ବିବାହରେ ସବୁଠୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ୨୦୧୫ରେ ବେଆଇନ ଖନନ ମାମଲାରେ ଜାମିନରେ ମୁକୁଳିବାର ଏକ ବର୍ଷ ପରେ ରେଡ୍ଡୀ ନିଜ ଝିଅର ବିବାହ କରାଇଥିଲେ। ଏହି ବିବାହରେ ୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।

ରକ୍ଷିତାଙ୍କ ବିବାହ ପାଇଁ ଏକ ଲକ୍ଷ ଟଙ୍କାର ସ୍ଵତନ୍ତ୍ର କାର୍ଡ ପ୍ରସ୍ତୁତ କରାଯାଇଛି। ଏହି କାର୍ଡରେ ସ୍ଵାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ନିମନ୍ତ୍ରଣ କାର୍ଡ ଭିତରେ କେସର, ଇଲାଚି, ସିନ୍ଦୂର, ହଳଦି ପାଉଡର ଓ ଅକ୍ଷତ ରଖାଯାଇଛି। ଶ୍ରୀରାମୁଲୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା, ପାର୍ଟିର ଅନ୍ୟ ବରିଷ୍ଠ ନେତା ଓ କର୍ଣ୍ଣାଟକର ନେତାଙ୍କୁ ବ୍ୟକ୍ତିଗତ ଭାବେ ଆମନ୍ତ୍ରିତ କରିଛନ୍ତି। ଏହି ବିବାହ ପ୍ୟାଲେସ୍ ଗ୍ରାଉଣ୍ଡରେ ଆୟୋଜନ ହେଉଛି। ୨୭ ଏକର ବିଶିଷ୍ଟ ଏହି ଜାଗାରେ ବିବାହର ଆୟୋଜନ ଚାଲିଛି। ଏଥିରେ ୧୫ ଏକର ଜାଗା ପାର୍କିଂ ପାଇଁ ରଖାଯାଇଛି।

ବଲିଉଡର ଆର୍ଟ ଡିରେକ୍ଟର ତିଆରି କରୁଛନ୍ତି ସେଟ୍

ଗତ ତିନି ମାସ ହେବ ଶ୍ରମିକମାନେ ଏହି ବିବାହ ପାଇଁ ଭବ୍ୟ ସେଟ୍ ତିଆରି କରିଛନ୍ତି। ଏହି ସେଟ୍ ହମ୍ପି ବିରୁପକ୍ଷ ମନ୍ଦିର ସମେତ ଅନେକ ମନ୍ଦିର ଆଧାରରେ ନିର୍ମାଣ କରାଯାଉଛି, ଯାହା ୪ ଏକର ଜମିରେ ପରିବେଷ୍ଠିତ।  ମାର୍ଚ୍ଚ ୫ରେ ଯେଉଁଠି ବିବାହ ହେବ ସେହି ସ୍ଥାନକୁ ମାଣ୍ଡ୍ୟାର ମେଲୁକୋଟେ ମନ୍ଦିର ଶୈଳୀରେ ନିର୍ମାଣ କରାଯାଇଛି। ୨୦୦ ଲୋକଙ୍କୁ କେବଳ ଫୁଲ ସଜାଇବା ପାଇଁ ନିୟୋଜିତ କରାଯାଇଛି। ବଲିଉଡର ସମସ୍ତ ନିର୍ଦ୍ଦେଶକଙ୍କୁ ନିମନ୍ତ୍ରିତ କରାଯାଇଛି।

ଶ୍ରୀରାମୁଲୁ ନିଜର ଝିଅକୁ ସଜାଇବା ପାଇଁ ବଲିଉଡ ଷ୍ଟାର ଦୀପିକା ପାଦୁକୋଣଙ୍କ ମେକଅପ ଆର୍ଟିଷ୍ଟଙ୍କୁ ଡକାଯାଇଛି। ଏହା ବ୍ୟତୀତ ଫଟୋ ଓ ଭିଡିଓଗ୍ରାଫି ପାଇଁ ଜୟରାମନ ପିଲ୍ଲାଇ ଓ ଦିଲୀପଙ୍କ ଟିମକୁ ଡକାଯାଇଛି। ଏହି ଦଳ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀଙ୍କ ଶାହି ବିବାହରେ ଫଟୋ ଉତ୍ତୋଳନ ସହିତ ଭିଡିଓଗ୍ରାଫି କରିଥିଲେ। ରକ୍ଷିତାଙ୍କ ବିବାହର କପଡା ସାନିଆ ସରଦାରିଆ ଡିଜାଇନ କରିଥିଲେ। କନ୍ୟାର ପରିବାର ଓ ଅତିଥିଙ୍କ ପାଇଁ ପଞ୍ଚତାରକା ହୋଟେଲ୍ ବୁକ କରାଯାଇଛି। ଏମିତି ଏକ ଡାଇନିଂ ହଲ କରାଯାଇଛି, ଯେଉଁଠି ଏକକାଳୀନ ୭ ହଜାର ଲୋକ ଏକାଠି  ବସି ଖାଇ ପାରିବେ।

   Related Posts