ସେପ୍ଟେମ୍ବରରେ ବଜାରକୁ ଆସିବ ରୟାଲ ଏନ୍‌ଫିଲ୍ଡର ନୂଆ ମଡେଲ୍‌, ଦମଦାର ଲୁକ୍‌, ଷ୍ଟାଇଲ ସହ ଏବେଠୁ କଲାଣି ଧମକା

Published By : Prameya-News7 Bureau | August 26, 2020 IST

ନୂଆଦିଲ୍ଲୀ୨୬/୮: ବଜାରକୁ ଆସୁଛି ରୟାଲ ଏନ୍‌ଫିଲ୍ଡର ନୂଆ ମଡେଲ। ପୂର୍ବରୁ ବଜାରରେ ପ୍ରଭାବ ରଖିଥିବା ରୟାଲ ଏନଫିଲ୍ଡର ବିଭିନ୍ନ ମଡେଲକୁ ମିଳି ସାରିଛି ଗ୍ରାହକଙ୍କ ପ୍ରଶଂସା । ତେଣୁ ତାକୁ ଆଖିରେ ରଖି ଖୁବ ଶ୍ରୀଘ୍ର ଏହି ନୂଆ ମଡେଲ ଲଞ୍ଚ ହେବାକୁ ଯାଉଛି। ଏହା ରୟାଲ ଏନ୍‌ଫିଲ୍ଡର UCE350 । ରୟାଏ ଏନ୍‌ଫିଲ୍ଡର  Meteor 350  ବାଇକ୍ ସିରିଜରେ ଆସୁଛି ଏହି ମଡେଲ।

ଲଞ୍ଚ ହେବାକୁ ଥିବା ଏହି ରୟାଲ ଏନ୍‌ଫିଲ୍ଡର ବାଇକ୍‌ର ଡେମୋ ମଧ୍ୟ ଆରମ୍ଭ ହୋଇ ସାରିଛି । ୩ ପ୍ରକାର ଏବଂ ୭ଟି ରଙ୍ଗର ଏହି ବାଇକ୍‌ ବଜାରରେ ଧମକା କରିବେ ବୋଲି କମ୍ପାନୀ ଆଶା ରଖିଛି।  ରୟାଲ ଏନ୍‌ଫିଲ୍ଡ Meteor 350 ବାଇକ୍‌ ବନ୍ଦ ହୋଇସାରିଛି କିନ୍ତୁ  BS4 ଏବଂ X350 ରିପ୍ଲେସମେଣ୍ଟ ହେବ। ଏହାସହ Meteor 350 ମଡେଲ ବାଇକ୍ ନୂଆ ପ୍ଲାଟଫର୍ମରେ ଆସୁଛି। ଲଞ୍ଚ ହେବାକୁ ଥିବା ଏହି ବାଇକ୍‌ରେ ଏୟାର କୁଲଡ୍‌ ଇଞ୍ଜିନ୍‌ ରହିବ। ସୂଚନା ମୁତାବକ, ରୟାଲ ଏନ୍‌ଫିଲ୍ଡ Meteor 350 ଭଳି UCE350 ବାଇକ୍‌ରେ ଫାୟାରବଲ, ଷ୍ଟେଲର ଏବଂ ସୁପରନୋଭା ରହିଛି। ଏଥିସହ ମୋଟରସାଇକେଲ ଫାୟାରବଲ ୟେଲୋ, ଫାୟାର ବଲ ରେଡ୍‌, ଷ୍ଟେଲର ରେଡ୍‌ ମେଟାଲିକ୍, ଷ୍ଟେଲର ବ୍ଲାକମେଟ୍, ଷ୍ଟେଲର ବ୍ଲୁ ମେଟାଲିକ୍, ସୁପରନୋଭା ବ୍ରାଉନ୍ ଡ୍ୟୁଲ ଟୋନ୍ ଏବଂ ସୁପରନୋଭା ବ୍ଲୁ ଡ୍ୟୁଲ ଟୋନ ସହ ୭ଟି ରଙ୍ଗରେ ଏହି ମଡେଲ ଆସୁଛି।

ଏହି ମଡେଲର ଇଞ୍ଜିନ୍‌ ମଧ୍ୟ ଦମଦାର ରହିଛି। ସୁପରନୋଭା ଭେରିୟଣ୍ଟ ପ୍ରିମିୟମ ଡ୍ୟୁଳ ଟୋନ ପେଣ୍ଟ, ପ୍ରିମିୟମ ଡ୍ୟୁଲ ସିଟ୍‌ ଫିନିଶ୍, ଓ୍ବିଣ୍ଡସ୍କ୍ରିନ୍ ଏବଂ କ୍ରୋମ ଇଣ୍ଡିକେଟରସ୍‌ ରହିଛି। ରୟାଲ ମୋଟର ସାଇକେଲରେ ପ୍ରଥମଥର ବ୍ଲୁଟୁଥ୍ କନେକ୍ସନ ରହିଛି। Meteor 350 ବାଇକର ଇଞ୍ଜିନ ସହ UCE 350 ନୂଆ ମଡେଲ ବାଇକ୍‌ ବଜାରକୁ ଆସିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.