Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

Royal Enfield (ରୟାଲ ଏନ୍‌ଫିଲ୍ଡ)ର ସବୁଠୁ ପାୱରଫୁଲ ବାଇକ୍‌ ଭାରତରେ ହେବ ଲଞ୍ଚ୍, ଜାଣନ୍ତୁ ଦାମ

21/10/2019 at 4:23 PM

ରୟାଲ ଏନ୍‌ଫିଲ୍ଡ ନିଜର ସବୁଠାରୁ ପାୱରଫୁଲ ବାଇକ Bobber 838କୁ EICMA ମୋଟର ଶୋ ୨୦୧୮ରେ ପ୍ରଦର୍ଶନ କରାଇଥିଲା। ସେହି ସମୟରେ କମ୍ପାନୀ ଏହି ବାଇକ ବିଷୟରେ ଅଧିକ ସୂଚନା ଦେଇ ନଥିଲା। ସୂଚନାଯୋଗ୍ୟ ଯେ, ଏହି ବାଇକ ଏବେ ଭାରତରେ ଲଂଚ ହେବ। ଦମଦାର ଇଞ୍ଜିନ Bobber 838ରେ ଲିକ୍ବିଡ୍‌ କୁଲ୍ଡ , ଫୁଏଲ ଇଂଜେକ୍ଟେଡ୍‌ 834ccର ଇଞ୍ଜିନ ଦିଆଯାଇଛି ଯାହା 90-100 Hp ପାୱାର ଦିଏ । ଏହି ବାଇକରେ ୬ଟି ସ୍ପିଡ ଗିୟର ବକ୍ସ ମଧ୍ୟ ଦିଆଯିବ।

ଏହି ବାଇକକୁ ପୋଲାରିସ ଇଣ୍ଡଷ୍ଟ୍ରି ଓ Eicher ମୋଟର୍ସ ମିଶି ପ୍ରସ୍ତୁତ କରିଛନ୍ତି। ରୟାଲ ଏନଫିଲ୍ଡର ଏହା ପ୍ରଥମ ବାଇକ ଯେଉଁଥିରେ ଏତେ ବଡ ଇଞ୍ଜିନ ରହିଛି। ଏହି ନୂଆ ବାଇକରେ ନିଆରା ଫିଚର୍ସ ରହିଛି। ଏହି ବାଇକ୍‌ରେ ଟ୍ବିନ୍‌ ଏଗଜଷ୍ଟ ମଫଲର, ଫ୍ରଣ୍ଟ ହୁଇଲରେ ଟୁଇନ୍‌ ଡିସ୍କ ବ୍ରେକ୍‌, ଫ୍ଲେଟ ହେଣ୍ଡଲବାର ଓ ବଡ ହ୍ୱିଇଲବେସ ଦିଆଯାଇଛି।

ବାଇକର ଫ୍ରଣ୍ଟରେ ଟେଲିସ୍କପିକ୍‌ ଫର୍କ ଓ ରିୟର ହୁଇଲରେ ମୋନୋଶକ ସସ୍‌ପେନ୍ସନ ଦିଆଯାଇଛି। ଏଥିରେ ସିଙ୍ଗଲ ସିଟ୍‌ ଦିଆଯାଇଛି। ଦ୍ବିତୀୟ ସିଟ୍‌ ପାଇଁ ଏଥିରେ ଅପସନ ଦିଆଯିବ।  

ବାଇକର ଡିଜାଇନ ଖୁବ ଆକର୍ଷଣୀୟ ରହିଛି। ଏହାର ବିଲ୍ଟ କ୍ବାଲିଟି ବହୁତ ସଲିଡ ଅଛି। ବାଇକରେ ଫୁଲ ଏଲିଇଡି ହେଡଲାମ୍ପ ସହ ଡିଏଲଆର ଦିଆଯାଇଛି। EICMA ମୋଟର ଶୋ ୨୦୧୮ ମସିହାରେ Bobber 838ର କନସେପ୍ଟ ମଡେଲ ଦେଖାଯାଇଥିଲା। ମିଡିଆ ରିପୋର୍ଟ ଅନୁସାରେ କମ୍ପାନୀ ଏହି ବାଇକକୁ ଆସନ୍ତା ବର୍ଷ ଅଟୋ ଏକ୍ସପୋରେ ଲଂଚ କରିବ। ହେଲେ କମ୍ପାନୀ ଏଯାଏଁ ବାଇକ ଲଂଚ ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରିନାହିଁ। Bobber 838ର ଦାମ ପାଖାପାଖି ୬ ଲକ୍ଷ ଟଙ୍କା ରହିବ।

   Related Posts