ମୁମ୍ବାଇ : ବାଇକରଙ୍କ ପ୍ରଥମ ପସନ୍ଦ ‘ବୁଲେଟ୍’ ନିର୍ମାତା ରୟାଲ ଏନଫିଲ୍ଡ ଏବେ ତାଙ୍କ ବ୍ରାଣ୍ଡକୁ ମହିଳା ଓ ଯୁବ ବର୍ଗଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ଯୋଜନାରେ ଅଛନ୍ତି। ଏଥିଲାଗି କମ୍ପାନୀ ଏବେ ନୂଆ ରଣନୀତିରେ କାମ କରୁଛନ୍ତି। ୨୦୨୦ ମସିହା ପ୍ରଥମ ତ୍ରୈମାସିକରେ କମ୍ପାନୀ ଏକ ‘ସ୍ଲିମ୍’ ମୋଟର ସାଇକେଲ ଲଞ୍ଚ କରିବାକୁ ଯାଉଛି। ଏହା ଏକ ରୋଡଷ୍ଟାର ଷ୍ଟାଇଲର ବାଇକ୍ ହେବ। ଯାହାକୁଏକ୍ସପ୍ଲୋରର ବା ହଣ୍ଟର ବି କୁହାଯାଇପାରେ। ତେବେ କମ୍ପାନୀ ଏବେ ଏହାର କୋଡନେମ୍ J-1c ରଖିଛି।
{"id":202966,"sizeSlug":"large"}ରୟାଲ ଏନଫିଲ୍ଡଙ୍କ ଏହି ନୂଆ ବାଇକ୍ ଖୁବ୍ ଷ୍ଟାଇଲିସ୍ ହେବ। ଏହାର ସିଟ୍ ସାମାନ୍ୟ ନିଚା ହୋଇପାରେ ବୋଲି ଅନୁମାନ କରାଯାଉଥିବା ବେଳେ ଏନଫିଲ୍ଡର ଅନ୍ୟ ବାହାନ ତୁଳନାରେ ଶସ୍ତା ବି ହେବ। ମହିଳା ଓ ଯୁବ ବର୍ଗ ଯେପରି ସହଜରେ ଚଳାଇପାରିବେ ତାକୁ ଦୃଷ୍ଟିରେ ରଖି ଏବେ ଏହି ମୋଟରସାଇକେଲର ମଡେଲିଂ କରାଯାଉଥିବା କୁହାଯାଉଛି। ଏଥିଲାଗି ଅନେକ ସମୟ ପୂର୍ବରୁ ବାଇକ୍ ଚଳାଇବାରେ ଋଚି ରଖୁଥିବା ମହିଳା ଓ ଯୁବକଙ୍କ ଠାରୁ କମ୍ପାନୀ ଫିଡବ୍ୟାକ୍ ବି ନେଇଥିଲେ।
{"id":202969,"width":576,"height":476,"sizeSlug":"large"}ସେହି ଅନୁସାରେ କମ୍ପାନୀ ଏନଫିଲ୍ଡର ଓଜନଦାର ଛବି ବଦଳାଇବା ସହ ଯୁବବର୍ଗଙ୍କୁ ହାଲୁକା ଯାନ ଦେବା ବିଚାରରେ ଅଛନ୍ତି। ସଡକରେ ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀମାନଙ୍କ ସ୍ପୋର୍ଟସ୍ ଓ ଷ୍ଟ୍ରିଟ୍ ବାଇକ୍ ଲାଗି ରୟାଲ ଏନଫିଲ୍ଡଙ୍କ ଏହି ନୂଆ ବାଇକ୍ ଚାଲେଞ୍ଜ ସୃଷ୍ଟି କରିବ ବୋଲି କୁହାଯାଉଛି। ନୂଆ ରଣନୀତି ଅନୁସାରେ ଏନଫିଲ୍ଡ ଏଣିକି ପ୍ରତି ତ୍ରୈମାସିକରେ ଗୋଟିଏ ଲେଖାଏଁ ନୂଆ ମଡେଲ ଲଞ୍ଚ କରି ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀଙ୍କ ଲାଗି ପ୍ରତିଯୋଗୀତା ସୃଷ୍ଟି କରିବେ। J-1c ପରେ କମ୍ପାନୀ ଥଣ୍ଡରବାର୍ଡର ନୂଆ ଜେନେରେସନ ଲଞ୍ଚ କରିବେ। ୨୦୨୦ରେ କ୍ଲାସିକ୍ ଓ ବିଏସ୍-୬ ଭର୍ସନ ଲଞ୍ଚ ପୂର୍ବରୁ ମିଟିୟୋର ରୂପେ ଏହାକୁ ଏନଫିଲ୍ଡ ଲଞ୍ଚ କରାଯିବ ବୋଲି ଜଣାପଡିଛି।