ଏବେ ଆସିଗଲା Royal Enfieldଙ୍କ Himalayan, ନୂଆ ବର୍ଷରେ ଆଣନ୍ତୁ ଘରକୁ

Published By : Prameya-News7 Bureau | January 20, 2020 IST

ରୟାଲ ଏନଫିଲ୍ଡ ଲଞ୍ଚ କରିଛନ୍ତି 'ହିମାଲୟନ'। ବିଏସ୍-୬ ଇଞ୍ଜିନ ସହ ଆସିଥିବା ଏହି ମୋଟର ସାଇକେଲର ପ୍ରାରମ୍ଭିକ ଏକ୍ସ-ସୋରୁମ ମୂଲ୍ୟ ରହିଛି ୧ଲକ୍ଷ ୮୬ ହଜାର ୮୧୧ଟଙ୍କା। ୨୦୨୦ ରୟାଲ ଏନଫିଲ୍ଡ ହିମାଲୟନରେ ରହିଛି ଅନେକ ନୂଆ ଫିଚର୍ସ। ନୂଆ ଇଞ୍ଜିନ ସହ ଡୁଆଲ ଟୋନ କଲର ଅପସନବି ରହିଛି।

{"id":213933,"sizeSlug":"large"}

ଏହି ଦମଦାର ବାଇକ୍ ଲାଗି ଏବେ ବୁକିଂ ଓପନ ରହିଛି। ଏହି ମୋଟର ସାଇକେଲରେ ସ୍ୱିଚେବଲ ଏବିଏସ୍ ସିଷ୍ଟମ ସହ ମିଳିବ। ଏହି ବ୍ୟବସ୍ଥାରେ ରିୟପ ହ୍ୱିଲସ୍‌କୁ ଏବିଏସରୁ ପୃଥକ କରିବାର ବି ସୁବିଧା ଅଛି। ୪୧୧ ସିସିସିଙ୍ଗଲ ସିଲିଣ୍ଡର ଫୋର ଷ୍ଟ୍ରୋକ୍ ଏୟାରକୁଲ୍ଡ ଇଞ୍ଜିନ ୨୪.୩ ବିଏଚପି ପାୱାର ସାଙ୍ଗକୁ ୩୨ଏନଏମ ଟର୍କ ଜେନେରଟ୍ କରିପାରେ। ଏଥିରେ ୫-ସ୍ପିଟ୍ କନଷ୍ଟାଣ୍ଟ ମେସ୍ ଗିୟର ବକ୍ସ ରହିଛି।

{"id":213934,"sizeSlug":"large"}

ପୃଥକ ପୃଥକ ରଙ୍ଗ ଲାଗି ଅଲଗା ଅଲଗା ପ୍ରାଇସ୍
ରୟାଲ ଏନଫିଲ୍ଡର ନୂଆ ହିମାଲୟନ ବାଇକ୍ ଗ୍ରାୱେଲ ଗ୍ରେ, ସ୍ଲିଟ୍ ଗ୍ରେ, ଗ୍ରାନାଇଟ୍ ବ୍ଲାକ୍ ଓ ସ୍ନୋ ହ୍ୱାଇଟ୍ ସମେତ ଲେକ୍ ବ୍ଲୁ ଓ ରକ୍ ରେଡ କଲରରେ ବି ମିଳିବ। ଏଥିରୁ ଦିଲ୍ଲୀରେ ଗ୍ରାନାଇଟ୍ ବ୍ଲାକ୍ ଓ ସ୍ନୋ ହ୍ୱାଇଟ୍ ହିମାଲୟନର ଏକ୍ସ-ସୋ ରୁମ ମୂଲ୍ୟ ରହିଛି ୧ଲକ୍ଷ ୮୬ ହଜାର ୮୧୧ ଟଙ୍କା। ସେହିପରି ଗ୍ରାୱେଲ ଗ୍ରେ, ସ୍ଲିଟ୍ ଗ୍ରେ କଲରର ଏହି ବାଇକ୍ ମୂଲ୍ୟ ୧ଲକ୍ଷ ୮୯ ହଜାର ୫୬୫ ଟଙ୍କା ରଖାଯାଇଛି। ଏହା ଛଡା ଲେକ୍ ବ୍ଲୁ ଓ ରକ୍ ରେଡ ମୂଲ୍ୟ ୧ଲକ୍ଷ ୯୧ ହଜାର ୪୦୧ ଟଙ୍କା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.