ପୁଣି ମହଙ୍ଗା ହେଲା ରୟାଲ୍‌ ଏନଫିଲ୍ଡ Meteor 350, ୧୦ ମାସରେ ବଢ଼ିଲାଣି ୨୫୦୦୦ ଟଙ୍କା !

Published By : Prameya-News7 Bureau | September 11, 2021 IST

ନୂଆଦିଲ୍ଲୀ ୧୧/୦୯:  ରୟାଲ ଏନଫିଲ୍ଡର ଏକ ନିଆରା କ୍ରେଜ୍‌ ରହିଛି। ଗ୍ରାହକଙ୍କ ଗହଣରେ ଏହି କମ୍ପାନୀର ବାଇକ ବେଶ ଲୋକପ୍ରିୟ ହୋଇପାରିଛି। ତେଣୁ ବଜାରକୁ କୌଣସି ମଡେଲ ଆସିଲେ ତାହା କିଣିବାକୁ ଲୋକେ ଆଗ୍ରହ ପ୍ରକାଶ କରନ୍ତି ଏବଂ କିଣନ୍ତି। ତେବେ କମ୍ପାନୀ ୧୦ମାସ ପୂର୍ବେ ଲଞ୍ଚ କରିଥିବା Meteor 350 ମଡେଲ ଉପରେ ପୁଣି ଥରେ ଦାମ ବୃଦ୍ଧି କରିଛି। ୩ଟି ଭାରିଏଣ୍ଟରେ ଲଞ୍ଚ ହୋଇଥିବା Meteor 350 ଉପରେ ଜୁଲାଇରେ ୯୦୦୦ ପର୍ଯ୍ୟନ୍ତ ଦର ବୃଦ୍ଧି ହୋଇଥିବା ବେଳେ ପୁଣି ଥରେ ୭୦୦୦ ଦାମ ବୃଦ୍ଧି କରିବାକୁ କମ୍ପାନୀ ଘୋଷଣା କରିଛି।

ଏହା ସହିତ ବେସ ଭର୍ଜନ ଫାୟରବଲର ଦାମ ଏବେ ୧,୯୯,୧୦୯ ଲକ୍ଷ ଟଙ୍କାରେ ପହଞ୍ଚିଛି। ଯାହାର ପୂର୍ବ ମୂଲ୍ୟ ଥିଲା ୧,୯୨,୧୦୯ ଟଙ୍କା। ମିଡିଲ ଭର୍ଜନ ଷ୍ଟେଲାରର ଦାମ ୧,୯୮,୦୯୯ ଟଙ୍କା ଥିଲା। କିନ୍ତୁ ଦାମ ବୃଦ୍ଧି ପରେ ଏହାର ପ୍ରାଇସ୍‌ ୨,୦୪,୫୨୭ ଟଙ୍କାରେ ପହଞ୍ଚିଛି। ସେହିଭଳି ଟପ ଏଣ୍ଡ ଭାରିଏଣ୍ଟ ସୁପରନୋଭା ଏବେ ଆପଣଙ୍କୁ ୨,୧୫,୦୮୪ ଟଙ୍କାରେ ମଳିବ। କିନ୍ତୁ ଏହା ପୂର୍ବରୁ ଏହାର ଦାମ ଥିଲା ୨,୦୮,୦୮୪ ଟଙ୍କା।

ତେବେ ବାରମ୍ବାର ଦରବୃଦ୍ଧି କମ୍ପାନୀ ପ୍ରତି କ୍ଷତିର କାରଣ ହୋଇପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଦର ବୃଦ୍ଧିର କାରଣ ଅସ୍ପଷ୍ଟ ରହିଛି। କଞ୍ଚା ମାଲର ଦର ବୃଦ୍ଧି ଯୋଗୁଁ କମ୍ପାନୀ ଏମିତି ନିଷ୍ପତ୍ତି ନେଇଥାଇ ପାରେ ବୋଲି କୁହାଯାଉଛି। ତେବେ ଦେଖିବାକୁ ଗଲେ Meteor 350ର ମୂଲ୍ୟ ୧୦ ମାସରେ ପାଖାପାଖି ୨୫୦୦୦ ଟଙ୍କା ବୃଦ୍ଧିପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.