Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ଦୀପାବଳିରେ ଘରକୁ ନିଅନ୍ତୁ ରୟାଲ ଏନଫିଲ୍ଡ, କମ୍ପାନୀ ଦେଉଛି ଖାସ୍ ଅଫର

10/10/2019 at 7:25 PM

ଯଦି ରୟାଲ ଏନଫିଲ୍ଡ ବାଇକ୍ କିଣିବାକୁ ମନ କରିଛନ୍ତି ତେବେ ଆଉ ବିଳମ୍ବ କାହିଁକି ? ଦୀପାବଳିରେ ଘରକୁ ଆଣନ୍ତୁ ବୁଲେଟ୍। ଏଥିଲାଗି କମ୍ପାନୀ ଆଣିଛନ୍ତି ଖାସ ଅଫର । ଯାହା ଜାଣିଲେ ଆପଣ ବି ସୋ ରୁମ ଆଡେ ଟିକେ ବୁଲିଆସିବାକୁ ନିଶ୍ଚିତ ଇଛା କରିବେ। ତେବେ କମ୍ପାନୀଙ୍କ ଅଫର ସମ୍ପର୍କରେ ପ୍ରଥମେ ବୁଝନ୍ତୁ। ଯଦି ରୟାଲ ଏନଫିଲ୍ଡ ବୁଲେଟ କିଣିବାକୁ ଚାହୁଁଛନ୍ତି ଓ ଡାଉନ ପେମେଣ୍ଟ ଦେବାକୁ ପଇସା ନାହିଁ ତେବେବି ଆପଣ ମାସିକ ସହଜ କିସ୍ତିରେ ଘରକୁ ବୁଲେଟ୍ ନେଇପାରିବେ। ତେବେ ଆସନ୍ତୁ ଜାଣିବା କିପରି?

ଅଧିକରୁ ଅଧିକ ଗ୍ରାହକଙ୍କ ସହ ନିଜକୁ ଯୋଡିବା ଲାଗି ରୟାଲ ଏନଫିଲ୍ଡ ଏହି ଅଫର ଆଣିଛନ୍ତି। ଯାହା ଆପଣଙ୍କୁ ଏଥିଲାଗି ଚିନ୍ତା କରିବାକୁ ବାଧ୍ୟ କରିବ। କମ୍ପାନୀର ୱେବ୍ ସାଇଟରେ ପ୍ରଦାନ କରାଯାଇଥିବା ସୂଚନାରେ ନୂଆ ବାଇକ୍ ଲାଗି କୌଣସି ଡାଉନ ପେମେଣ୍ଟ ନେବେ ନାହିଁ। କେବଳ ଏତିକି ନୁହେଁ ବାଇକକୁ ମାସିକ ୨ହଜାର ୪୯୦ ଟଙ୍କାର ସହଜ କିସ୍ତିରେ କିଣିବାର ବି ସୁଯୋଗ ଦେଉଛନ୍ତି।

ଏଥିଲାଗି ରୟାଲ ଏନଫିଲ୍ଡ ଏକ୍ସଚେଞ୍ଜ ଅଫର ବି ଆଣିଛନ୍ତି। ଯଦି ଆପଣଙ୍କ ପୁରୁଣା ବାଇକ୍ କି ସ୍କୁଟର ଅଛି ତେବେ ଏହା ବଦଳରେ ବି ରୟାଲ ଏନଫିଲ୍ଡ ଘରକୁ ନେଇପାରିବେ। ପୁରୁଣା ବାଇକ ବାବଦ ଆପଣ ପାଉଥିବା ଟଙ୍କା ବୁଲେଟ ଲାଗି ଡାଉନପେଣ୍ଟ ବିବେଚନା କରାଯିବ। ରୟାଲ ଏନଫିଲ୍ଡର ବିସ୍ତୃତ ବର୍ଗମାଳାରେ ଏହି ଅଫର ଏବେ ଉପଲବ୍ଧ ହେଉଛି। ତେବେ ସବୁଠୁ କମ ଇଏମଆଇ ଏହାର ବେସ୍ ମଡେଲ ବୁଲେଟ୍ ୩୫୦ଏକ୍ସରେ ଉପଲବ୍ଧ ହେଉଛି। କମ୍ପାନୀଙ୍କ ଏହି ଅଫର ଯୋଗୁ ରୟାଲ ଏନଫିଲ୍ଡ ମୋଟରସାଇକେଲ ବିକ୍ରିରେ ଅଭିବୃଦ୍ଧି ହେବ ବୋଲି ଆଶା କରାଯାଉଛି।  

   Related Posts