କମ୍‌ ଟଙ୍କାରେ ଲଞ୍ଚ ହେଲା ରୟାଲ ଏନ୍‌ଫିଲ୍ଡ୍‌ର Royal Enfield Classic 350 S, ଜାଣନ୍ତୁ ବିଶେଷତ୍ତ୍ୱ

Published By : Prameya-News7 Bureau | September 14, 2019 IST

ନୂଆଦିଲ୍ଲୀ - ଗତମାସରେ ରୟାଲ ଏନ୍‌ଫିଲ୍ଡଡ ବୁଲେଟ୍‌ ୩୫୦ ଓ ବୁଲେଟ୍‌ ୩୫୦ ଏସ୍‌ର ଶସ୍ତା ଭାରିଏଣ୍ଟକୁ ଲଞ୍ଚ କରିବା ପରେ ଏବେ ଲୋକ ପ୍ରିୟ କ୍ଲାସିକ ୩୫୦ର ନୂଆ ମଡେଲ୍‌ ଲଞ୍ଚ କରିଛି । ଏହାର ନାମ ରୟାଲ ଏନ୍‌ଫିଲ୍ଡ ୩୫୦ ଏସ୍‌ Royal Enfield Classic 350 S ରଖାଯାଇଛି ।
ଏହି ନୂଆ ବାଇକ୍‌ର ଦାମ ୧,୪୫ ଲକ୍ଷ ଟଙ୍କା । ଦୁଇଟି ରଙ୍ଗରେ ଏହା ଉପଲବ୍ଧ । ଗୋଟିଏ ମର୍କ୍ୟୁରି ଓ ଦ୍ୱିତୀୟଟି କଳା ରଙ୍ଗର । କ୍ଲାସିକ ୩୫୦ ଠାରୁ ଏହାର ଦାମ ୯ ହଜାର ଟଙ୍କା କମ୍‌ ।

{"id":157785}

ଏଥିରେ କମ୍ପାନୀ ସିଙ୍ଗିଲ ଚ୍ୟାନେଲ୍‌ ଏବିଏସ୍‌ ଦେଇଛି । ଷ୍ଟାଣ୍ଡାର୍ଡ କ୍ଲାସିକ୍‌ରେ ଡୁଆଲ୍‌ ଚ୍ୟାନେଲ୍‌ ଏବିଏସ୍‌ ଦିଆଯାଇଛି । ଏଥିରେ କମ୍‌ ଦାମ କରିବା ପାଇଁ ଇଂଜିନ ଓ ଅନ୍ୟ ସ୍ଥାନରେ କଳା ରଙ୍ଗ ଦିଆଯାଇଛି । ଷ୍ଟାଣ୍ଡାର୍ଡ କ୍ଲାସିକରେ କ୍ରିମ୍‌ ଫିନିସ୍‌ ଦିଆଯାଇଛି ।

{"id":157786}

ମାତ୍ର ଏହା ଇଞ୍ଜିନ ଅନ୍ୟ ବୁଲେଟ୍‌ ଇଞ୍ଜନ ସହ ସମାନ ।
ଏଥିରେ ଷ୍ଟାଣ୍ଡାର୍ଡ କ୍ଲାସିକ ସହ ସମାନ ୩୪୬ ସିସି ର ସିଙ୍ଗିଲ ସିଲିଣ୍ଡର ଏୟାର କୁଉଲ୍ଡ ଇଞ୍ଜିନ ଦିଆଯାଇଛି ।
ଏହା ୧୯.୮ ପାଓ୍ୱାର ଓ ୨୮ ଏନ୍ଏମ୍‌ ଟର୍କ ଜେନେରେଟ୍‌ କରିବ ।

ନୂଆ କ୍ଲାସିକ ଏସ୍‌ରେ ଏବେ କେବଳ ତାମିଲନାଡୁ ଓ କେରଳରେ ଉପଲବ୍ଧ ।ଏବେ କମ୍ପାନୀ ଅଧିକ ବିକ୍ରି ପାଇଁ ଅନେକ ଭାରିଏଣ୍ଟ ଆଣିବ । ଖୁବଶୀଘ୍ର ଦେଶର ଅନ୍ୟ ଅଂଶରେ ଏହି ବାଇକ୍‌ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.