Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

Royal Enfield ମୋଟରସାଇକେଲ ମୂଲ୍ୟ On-lineରେ ଲିକ୍, ଜାଣନ୍ତୁ ଏକ୍ସ-ସୋରୁମ ପ୍ରାଇସ୍ କେତେ?

13/03/2020 at 4:58 PM

ନୂଆଦିଲ୍ଲୀ ୧୩।୩:   ବିଏସ୍-୬ ଇଞ୍ଜିନ ଯୁକ୍ତ ରୟାଲ ଏନଫିଲ୍ଡ ବୁଲେଟ୍ ଲଞ୍ଚ ହେବା ପୂର୍ବରୁ ଅନ୍‌-ଲାଇନରେ ମୂଲ୍ୟ ଲିକ୍ ହୋଇଯାଇଛି। ୩୫୦ ସିସିର ଏହି ମୋଟରସାଇକେଲର ୨ଟି ଭେରିଆଣ୍ଟ ବଜାରକୁ ଆସିବ। ଏଥିରୁ ଗୋଟିଏ ଷ୍ଟାଣ୍ଡାର୍ଡ ହୋଇଥିବା ବେଳେ ଅନ୍ୟଟି ‘ଏକ୍ସ’ବୋଲି ଜଣାପଡିଛି। ତେବେ ଅନ ଲାଇନରେ ଲିକ୍ ହୋଇଥିବା ସୂଚନା ଅନୁସାରେ କିକ୍ ଷ୍ଟାର୍ଟ ହେଉଥିବା ଷ୍ଟାଣ୍ଡାର୍ଡ ମଡେଲର ଏକ୍ସ ସୋ ରୁମ ଦାମ ୧ଲକ୍ଷ ୨୮ ହଜାର ଟଙ୍କା ବୋଲି ସୂଚନା ମିଳିଛି।

ସେହିପରି ବାଇକ୍‌ର ଏକ୍ସ-ଭେରିଏଣ୍ଟ ଉଭୟ କିକ୍‌ ଓ ସେଲ୍ଫ ଷ୍ଟାର୍ଟ ବ୍ୟବସ୍ଥା ରହିଛି। ଏଥିରେ କିକ୍‌ ଷ୍ଟାର୍ଟ ମୂଲ୍ୟ ୧.୨୨ ଲକ୍ଷଟଙ୍କା ଥିବା ବେଳେ ସେଲ୍ଫଷ୍ଟାର୍ଟ ମଡେଲର ମୂଲ୍ୟ ରହିଛି ୧ ଲକ୍ଷ ୩୭ ହଜାର ଟଙ୍କା। ତେବେ ବାଇକ୍‌ର ମୂଲ୍ୟକୁ ନେଇ ଏପର୍ଯ୍ୟନ୍ତ  ଅଧିକାରୀକ ଭାବେ କୌଣସି ବୟାନ ଆସି ନାହିଁ।

ଯଦି ଦୁଇ ନୂଆ ମଡେଲର ମୂଲ୍ୟକୁ ପୁରୁଣା ବିଏସ୍-୪ ଇଞ୍ଜିନ ମଡେଲ ସହ ତୁଳନା କରାଯାଏ ତେବେ ପୁରୁଣା ମଡେଲ ଅପେକ୍ଷା ନୂଆ ମଡେଲ ମୂଲ୍ୟରେ ୬ହଜାରରୁ ୭ ହଜାର ଟଙ୍କା ବଢିଛି। ଏବେ କମ୍ପାନୀ ବିଏସ୍-୬ ଇଞ୍ଜିନ ମୋଟରସାଇକେଲ ଲାଗି ବୁକିଂ ମଧ୍ୟ ଆରମ୍ଭ କରିଦେଲେଣି। ବିଏସ୍-୬ ରୟାଲ ଏନଫିଲ୍ଡ ଲାଗି ୧୦ ହଜାର ଟଙ୍କା ଜମା କରି ବୁକିଂ କରାଯାଇପାରେ।

   Related Posts