ଶେଷ ବଲ୍‌ରେ ଛକା ମାରି ଆରସିବିକୁ ଜିତାଇଲେ ଭରତ, ଚମକିଲେ ମ୍ୟାକ୍ସଓ୍ଵେଲ

Published By : Prameya-News7 Bureau | October 08, 2021 IST

ଦୁବାଇ ୦୮।୧୦: ଆଇପିଏଲର ୫୬ତମ ତା ଶେଷ ଲିଗ୍ ମ୍ୟାଚ୍‌ରେ ରୋମାଞ୍ଚକର ବିଜୟ ହାସଲ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଶେଷ ବଲ୍‌ରେ ଜିତିବାକୁ ୫ ରନ ଦରକାର ଥିବା ବେଳେ ଶ୍ରୀକର ଭରତ ଅବେଶ ଖାନଙ୍କୁ ଛକା ମାରି ଦଳକୁ ସ୍ମରଣୀୟ ବିଜୟ ଦେଇଛନ୍ତି। ବିଜୟ ସହ ଆରସିବି ନିଜର ପ୍ଲେ ଅଫ୍ ଅଭିଯାନ ଶେଷ କରିଛି। ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ପୃଥ୍ଵୀ ଶ(୪୮) ଏବଂ ଶିଖର ଧାଓ୍ଵନ(୪୩) ରନ ଜରିଆରେ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୬୪ ରନ କରିଥିଲା। ଜବାବରେ ଶ୍ରୀକର ଭରତଙ୍କ ଅପରାଜିତ ୭୮ ଏବଂ ଗ୍ଲେନ ମ୍ୟାକ୍ସଓ୍ଵେଲଙ୍କ ଅପରାଜିତ ୫୧ ରନ ଦମରେ ବେଙ୍ଗାଲୁରୁ ୩ ଓ୍ଵିକେଟ୍ ହରାଇ ଶେଷ ବଲରେ ବିଜୟ ହାସଲ କରିଛି।

୧୬୬ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଆରସିବି ୬ ରନରେ ଦେବଦତ୍ତ ପାଡିକଲ(୦) ଓ ବିରାଟ କୋହଲି(୪) ଓପନର ଦ୍ଵୟଙ୍କୁ ହରାଇ ମୁସ୍କିଲରେ ପଡିଥିଲା। ପରେ ଶ୍ରୀକର ଭରତ ଏବଂ ଏବି ଡିଭିଲିୟର୍ସ ଇନିଂସ ସମ୍ଭାଳି ତୃତୀୟ ଓ୍ଵିକେଟ୍ରରେ ୪୯ ରନ ଯୋଡିଥିଲେ। ଡିଭିଲିୟର୍ସ ବ୍ୟକ୍ତିଗତ ୨୬ ରନରେ ଆଉଟ୍ ହୋଇଥିଲେ। ହେଲେ ଦଳ ପାଇଁ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଶ୍ରୀକର ଭରତ ଓ ଇନ ଫର୍ମ ବ୍ୟାଟସମ୍ୟାନ ଗ୍ଲେନ ମ୍ୟାକ୍ସଓ୍ଵେଲ। ଦୁଇ ବ୍ୟାଟସମ୍ୟାନ ଧୈର୍ଯ୍ୟର ସହ ବ୍ୟାଟିଂ କରି ଦଳକୁ ବିଜୟର ନିକଟତର କରାଇଥିଲେ। ଦମଦାର ବ୍ୟାଟିଂ କରି ଅବିଭାଜିତ ଚତୁର୍ଥ ଓ୍ଵିକେଟ୍‌ରେ ୧୧୧ ରନ ଯୋଡି ଆରସିବିକୁ ସ୍ମରଣୀୟ ବିଜୟ ଦେଇଛନ୍ତି ଭରତ ଓ ମ୍ୟାକ୍ସଓ୍ଵେଲ। ଶେଷ ବଲ୍‌ରେ ଜିତିବାକୁ ୫ ରନ ଦରକାର ଥିବା ବେଳେ ଶ୍ରୀକର ଭରତ ଅବେଶ ଖାନଙ୍କୁ ଛକା ମାରି ଦଳକୁ ସ୍ମରଣୀୟ ବିଜୟ ଦେଇଛନ୍ତି। ଭରତ ୫୨ ବଲ୍‌ରୁ ୩ ଚୌକା ଓ ୪ ଛକା ସହ ୭୮ ରନ ଏବଂ ଗ୍ଲେନ ମ୍ୟାକ୍ସଓ୍ଵେଲ ୩୩ ବଲ୍‌ରୁ ୮ ଚୌକା ସହ ୫୧ ରନରେ ଅପରାଜିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.