Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଆରସିବିର ବିଜୟ ଯାତ୍ରା ଜାରି: ଗ୍ଲେନ ମ୍ୟାକ୍ସଓ୍ଵେଲ ଓ ଏବି ଡିଭିଲିୟର୍ସଙ୍କ ଝଡ, କୋଲକାତାକୁ ୩୮ ରନରେ ହରାଇଲା ବାଙ୍ଗାଲୋର

18/04/2021 at 7:16 PM

ଚେନ୍ନାଇ ୧୮।୦୪: ଆଇପିଏଲ୍‌ର ୧୪ଶ ସଂସ୍କରଣରେ ରୟାଲ ଚ୍ୟାଲେଞ୍ଜର୍ସ  ବେଙ୍ଗାଲୁରୁର ବିଜୟ ଯାତ୍ରା ଅବ୍ୟାହତ ହୋଇଛି। ଗ୍ଲେନ ମ୍ୟାକ୍ସଓ୍ଵେଲ ଓ ଏବି ଡିଭିଲିୟର୍ସଙ୍କ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ବଳରେ ବାଙ୍ଗାଲୋର କୋଲକାତା ନାଇଟ୍ ରାଇଡର୍ସକୁ ୩୮ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ଆରସିବି ପ୍ରଥମ ଦଳ ଭାବେ  ଚଳିତ ସିଜିନ୍‌ରେ ଲଗାତାର ତିନୋଟି ମ୍ୟାଚ୍ ଜିତି ପଏଣ୍ଟ ଟେବୁଲ୍‌ରେ ଶୀର୍ଷରେ ରହିଛି। ପ୍ରଥମେ ବ୍ୟାଟିଂ କରି ଆରସିବି ମ୍ୟାକ୍ସଓ୍ଵେଲ(୭୮) ଓ ଡିଭିଲିୟର୍ସଙ୍କ ଅପରାଜିତ ୭୬ ରନ ବଳରେ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୨୦୪ ରନ କରିଥିଲା। ଜବାବରେ କୋଲକାତା ୮ ଓ୍ଵିକେଟ୍ ହରାଇ ୧୬୬ ରନରେ ସୀମିତ ରହିଥିଲା। ଦଳ ପକ୍ଷରୁ ଆନ୍ଦ୍ରେ ରସେଲ ସର୍ବାଧିକ ୩୧ ରନ କରିଥିଲେ। ବାକି ବ୍ୟାଟସମ୍ୟାନଙ୍କ ବିଫଳତା କାରଣରୁ କେକେଆର ତୃତୀୟ ମ୍ୟାଚ୍‌ରୁ ଦ୍ଵିତୀୟ ପରାଜୟ ଭୋଗିଛି।

୨୦୫ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା କୋଲକାତା ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲା। ୨୩ ରନରେ ଶୁବମାନ ଗିଲ୍ ଆଉଟ୍ ହୋଇଥିଲେ। ସେ ୯ ବଲ୍‌ରୁ ୨ ଚୌକା ଓ ୨ ଛକା ସହ ୨୧ ରନ କରିଥିଲେ। ରାହୁଲ ତ୍ରିପାଠୀ ୨୫ ରନ କରି ପାଭିଲିୟନ ଫେରିଥିଲେ। କେକେଆର ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲେ ମଧ୍ୟ ରନ ଗତି ଜାରି ରଖିଥିଲା। ମଧ୍ୟ କ୍ରମ ବ୍ୟାଟସମ୍ୟାନ୍ ଭଲ ଆରମ୍ଭ କରିଥିଲେ ମଧ୍ୟ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲା। ଇଅନ ମୋର୍ଗାନ ୨୯ ରନ କରି ବିଦାୟ ନେଇଥିଲେ। ସାକିବ ଉଲ ହାସନ (୨୬) ଆଉଟ୍ ହେବା ଦଳକୁ ବଡ ଝଟକା ଲାଗିଥିଲା। ଆନ୍ଦ୍ରେ ରସେଲ (୨୦ ବଲ୍, ୩୧ ରନ)କିଛି ସମୟ ଆଶା ସଞ୍ଚାର କରିଥିଲେ। ଶେଷରେ କେକେଆର ୮ ଓ୍ଵିକେଟ୍ ହରାଇ ୧୬୬ ରନରେ ସୀମିତ ରହିଥିଲା।

ଆରସିବି ପକ୍ଷରୁ କାଏଲ ଜେମିସନ ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଥିବା ବେଳେ ୟୁଜବେନ୍ଦ୍ର ଚହଲ ଓ ହର୍ଷଲ ପଟେଲ୍ ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ତେବେ ହର୍ଷଲ ପଟେଲ୍ ୪ ଓଭରରେ ମାତ୍ର ୧୭ ରନ ଦେଇ କେକେଆରର ରନଗତି ଉପରେ ଅଙ୍କୁଶ ଲଗାଇଥିଲେ। ଓ୍ଵାଶିଂଟନ ସୁନ୍ଦରକୁ ଗୋଟିଏ ଓ୍ଵିକେଟ୍ ମିଳିଥିଲା।

   Related Posts