Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

IPL 2021: ପ୍ରଥମ ମୁକାବିଲାରେ ଚମକିଲେ ହର୍ଷଲ ଓ ଡିଭିଲିୟର୍ସ, ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ମୁମ୍ବାଇକୁ ୨ ଓ୍ଵିକେଟ୍‌ରେ ହରାଇଲା ବେଙ୍ଗାଲୁରୁ

9/04/2021 at 11:30 PM

ଚେନ୍ନାଇ ୦୯।୦୪: ରୋମାଞ୍ଚକର ଏବଂ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ସହ ଆଇପିଏଲର ୧୪ଶ ସଂସ୍କରଣ ଆରମ୍ଭ ହୋଇଛି। ହର୍ଷଲ ପଟେଲଙ୍କ ୫ ଓ୍ଵିକେଟ୍ ଏବଂ ଏବି ଡିଭିଲିୟର୍ସଙ୍କ ୪୮ ରନ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସକୁ ୨ ଓ୍ଵିକେଟ୍‌ରେ ପରାସ୍ତ କରିଛି। ବିଜୟ ସହ ଚଳିତ ସିଜିନ୍‌ରେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଅଭିଯାନ ଆରମ୍ଭ କରିଥିବା ବେଳେ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ପରାଜୟରୁ ଆରମ୍ଭ କରିଛି। ଏଥିସହ କ୍ରମାଗତ ନବମ ଥର ଆଇପିଏଲର ପ୍ରଥମ ମ୍ୟାଚ୍‌ରେ ମମ୍ବାଇ ଇଣ୍ଡିଆନ୍ସ ପରାଜୟର ସ୍ଵାଦ ଚାଖିଛି।

ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ କ୍ରିସ୍ ଲିନ(୪୯), ସୂର୍ଯ୍ୟକୁମାର ଯାଦବ(୩୧) ଓ ଇଶାନ କିଷନ(୨୮) ରନ ଜରିଆରେ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୧୫୯ ରନ କରିଥିଲା। ଜବାବରେ ବେଙ୍ଗାଲୁରୁ ଏବି ଡିଭିଲିୟର୍ସଙ୍କ ସଂଘର୍ଷପୂର୍ଣ୍ଣ ୪୮ ରନ ବଳରେ ୨୦ ଓଭରରେ ୬ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି। ଗ୍ଲେନ ମ୍ୟାକ୍ସଓ୍ଵେଲ ୩୯ ଏବଂ ବିରାଟ କୋହଲି ୩୩ ରନର ଉପଯୋଗୀ ଇନିଂସ ଖେଳିଥିଲେ।

୧୬୦ ରନର ବିଜୟ  ଲକ୍ଷ୍ୟକୁ ପିଛା କରିଥିବା ବେଙ୍ଗାଲୁରୁର ଦୁଇ ଓପନର ବିରାଟ କୋହଲି ଓ ଓ୍ଵାଶିଂଟନ ସୁନ୍ଦର ପ୍ରଥମ ଓ୍ଵିକେଟ୍‌ରେ ୩୬ ରନ ଯୋଡିଥିଲେ। ଓ୍ଵାଶିଂଟନ ସୁନ୍ଦର(୧୦)ଙ୍କୁ ଆଉଟ୍ କରି କୃଣାଲ ପାଣ୍ଡ୍ୟା ଦଳକୁ ପ୍ରଥମ ସଫଳତା ଦେଇଥିଲେ। ରଜତ ପାଟିଦାର(୮) କିଛି ଖାସ୍ କରି ପାରିନଥିଲେ। ଏହା ପରେ କୋହଲି ଓ ଗ୍ଲେନ ମ୍ୟାକ୍ସଓ୍ଵେଲ ଦ୍ରୁତ ବ୍ୟାଟିଂ କରି ଦଳର ଇନିଂସକୁ ଆଗକୁ ବଢାଇଥିଲେ। ଦୁଇ ବ୍ୟାଟସମ୍ୟାନ ତୃତୀୟ ଓ୍ଵିକେଟ୍ରେ ୫୨ ରନ ଯୋଡିଥିଲେ। କ୍ରିଜରେ ଜମି ଆସିଥିବା ବିରାଟ କୋହଲିଙ୍କୁ ଯଶପ୍ରୀତ ବୁମରା ୧୪ତମ ଓଭରରେ ଆଉଟ୍ କରି ଦଳକୁ ବହୁତ ବଡ ସଫଳତା ଦେଇଥିଲେ। କୋହଲି ୨୯ ବଲ୍‌ରୁ ୪ ଚୌକା ସହ ୩୩ ରନ କରିଥିଲେ।

ବେଙ୍ଗାଲୁରୁ ବିଜୟ ଆଡକୁ ଗତି କରୁଥିବା ବେଳେ ୧୫ତମ ଓଭର ବୋଲିଂ କରିଥିବା ମାର୍କୋ ଜନସେନ ଏହି ଓଭରରେ ଗ୍ଲେନ ମ୍ୟାକ୍ସଓ୍ଵେଲ ଓ ଶାହବାଜ ଅହମ୍ମଦ(୧)ଙ୍କ ଆଉଟ୍ କରି ମୁମ୍ବାଇ ଇଣ୍ଡିଆନ୍ସକୁ ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରାଇଥିଲ। ମ୍ୟାକ୍ସଓ୍ଵେଲ ୨୮ ବଲ୍‌ରୁ ୩ ଚୌକା ଓ ୨ ଛକା ସହ ୩୯ ରନର ଦ୍ରୁତ ବ୍ୟାଟିଂ କରି ଆଉଟ୍ ହୋଇଥିଲେ। ଏହା ପରେ ଡାନିଏଲ କ୍ରିଷ୍ଟିୟାନ(୧)ଙ୍କୁ ବୁମରା ଆଉଟ୍ କରିଥିଲେ। ହେଲେ ଅନ୍ୟପଟେ ଏବି ଡିଭିଲିୟର୍ସ କ୍ରିଜ୍‌ରେ ଜମି ରହି ବେଙ୍ଗାଲୁରୁର ବିଜୟ ଆଶା ଉଜ୍ଜିବୀତ ରଖିଥିଲେ।

ଶେଷ ଓଭରରେ ବେଙ୍ଗାଲୁରୁକୁ ୭ ରନ ଦରକାର ଥିବା ବେଳେ ଏବି ଡିଭିଲିୟର୍ସ ଶେଷ ଓଭରରେ ୪୮ ରନ କରି ଆଉଟ୍ ହୋଇଥିଲେ।। ଡିଭିଲିୟର୍ସ ୨୭ ବଲ୍‌ରୁ ୪ ଚୌକା ଓ ୨ ଛକା ସହ ୪୮ ରନ କରିଥିଲେ। ବେଙ୍ଗାଲୁରୁ ଓଭରରେ ୮ ଓ୍ଵିକେଟ୍ ହରାଇ ୧୬୦ ରନର ବିଜୟ ଲକ୍ଷ୍ୟ  ହାସଲ କରି ନେଇଛି।

ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଯଶପ୍ରୀତ ବୁମରା ୨୬ ରନ  ଦେଇ ୨ ଏବଂ ମାକ୍ରୋ ୨୮ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିଲେ। ଟ୍ରେଣ୍ଟ ବୋଲ୍ଡଙ୍କୁ ଗୋଟିଏ ଓ୍ଵିକେଟ୍ ମିଳିଛି।

   Related Posts