Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ପାଡିକଲ୍‌ଙ୍କ ବିସ୍ଫୋରକ ଶତକ, ରାଜସ୍ଥାନକୁ ୧୦ ଓ୍ଵିକେଟ୍‌ରେ ମାତ୍ ଦେଲା ଆରସିବି, କ୍ରମାଗତ ଜିତିଲା ୪ ମ୍ୟାଚ୍

22/04/2021 at 10:59 PM

ମୁମ୍ବାଇ ୨୨।୦୪: ଆଇପିଏଲ୍‌ର ୧୪ଶ ସଂସ୍କରଣରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବିଜୟ ଯାତ୍ରା ଜାରି ରହିଛି। ଦେବଦତ୍ତ ପାଡିକଲଙ୍କ ଆଇପିଏଲରେ ପ୍ରଥମ ଶତକ ଏବଂ ଅଧିନାୟକ ବିରାଟ କୋହଲିଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଆରସିବି ରାଜସ୍ଥାନ ରୟାଲ୍ସକୁ ଏକ ତରଫା ମ୍ୟାଚ୍‌ରେ ପରାସ୍ତ କରିଛି। ଚାରି ମ୍ୟାଚ୍‌ରୁ କ୍ରମାଗତ ଚତୁର୍ଥ ବିଜୟ  ହାସଲ କରି ପଏଣ୍ଟ ତାଲିକାରେ ଶୀର୍ଷ ସ୍ଥାନରେ ପହଞ୍ଚିଛି ଆରସିବି।

ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ଶିବମ ଦୁବେ(୪୬) ଓ ରାହୁଲ ତେଓ୍ଵତିଆ(୪୦) ରନ ବଳରେ ୨୦ ଓଭରରେ ୯ ଓ୍ଵିକେଟ୍ ହରାଇ ୧୭୭ ରନ କରିଥିଲା। ଜବାବରେ ଦେବଦତ୍ତ ପାଡିକଲଙ୍କ ଅପରାଜିତ ୧୦୧ ରନ ଏବଂ କୋହଲିଙ୍କ ୭୨ ରନ ଦମ୍‌ରେ ବାଙ୍ଗାଲୋର ୧୬.୩ ଓଭରରେ କୌଣସି ଓ୍ଵିକେଟ୍ ନହରାଇ ୧୦ ଓ୍ଵିକେଟ୍ ସହଜ ବିଜୟ ହାସଲ କରିଛି। ଦୁଇ ବ୍ୟାଟସମ୍ୟାନ ଅବିଭାଜିତ ପ୍ରଥମ ଓ୍ଵିକେଟ୍‌ରେ ୧୮୧ ରନ ଯୋଡି ଦଳକୁ ଜିତାଇଛନ୍ତି।

୧୭୮ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଦୁଇ ଓପନର ଦେବଦତ୍ତ ପାଡିକଲ ଓ ଅଧିନାୟକ ବିରାଟ କୋହଲି ଦମଦାର ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟସନ୍ୟାନ ରାଜସ୍ଥାନ ବୋଲରଙ୍କୁ  କୌଣସି ସୁଯୋଗ ଦେଇନଥିଲେ। କୋହଲି ଓ ପାଡିକଲ ଚିତ୍ତାକର୍ଷକ ବ୍ୟାଟିଂ କରି ଚୌକା ଓ ଛକା ବର୍ଷା କରି ଦଳକୁ ଏକତରଫା ବିଜୟ ଦେଇଛନ୍ତି। ପାଡିକଲ  ୫୧ ବଲ୍‌ରୁ ଶତକ ପୂରଣ କରିଥିଲେ। କୋହଲି ଓ ପାଡିକଲଅବିଭାଜିତ ଓପନିଂ ଓ୍ଵିକେଟ୍‌ରେ ୧୬.୩ ଓଭରରେ ୧୮୧ ରନ ଯୋଡି ଦଳକୁ ୧୦ ଓ୍ଵିକେଟ୍‌ରେ ବିଜୟୀ କରାଇଛନ୍ତି।

   Related Posts