Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୧ ରନରେ ହାରିଲା ଦିଲ୍ଲୀ କ୍ୟାପିଟାଲ୍ସ, ପଞ୍ଚମ ମ୍ୟାଚ୍ ଜିତି ଶୀର୍ଷରେ ଆରସିବି

27/04/2021 at 11:26 PM

ଅହମ୍ମଦାବାଦ ୨୭।୦୪: ଚଳିତ ଆଇପିଏଲ୍‌ରେ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଏକ ରନରେ ପରାଜିତ ହୋଇଛି ଦିଲ୍ଲୀ କ୍ୟାପିଟାଲ୍ସ। ଋଷଭ ପନ୍ତଙ୍କ ଅପରାଜିତ ୫୮ ଏବଂ ସିମରନ ହେଟମାୟରଙ୍କ ଅପରାଜିତ ୫୩ ରନ ସତ୍ତ୍ଵେ ବିଜୟଠୁ  ୨ ରନରେ ଦୂରରେ ରହିଗଲା ଦିଲ୍ଲୀ କ୍ୟାପିଟାଲ୍ସ। ଅନ୍ୟପଟେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଷଷ୍ଠ ମ୍ୟାଚ୍‌ରୁ ୫ ଜିତି ପଏଣ୍ଟ ଟେବୁଲ୍‌ର ଶୀର୍ଷ ସ୍ଥାନକୁ ଉଠିଛି। ଏବି ଡିଭିଲିୟର୍ସଙ୍କ ଅପରାଜିତ ବିସ୍ଫୋରକ ୭୫ ରନ ସହାୟତାରେ ଆରସିବି ପ୍ରଥମେ ବ୍ୟାଟିଂ କରି ୫ ଓ୍ଵିକେଟ୍ ହରାଇ ୧୭୧ ରନ କରିଥିଲା। ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୭୦ ରନ କରିବାକୁ ସକ୍ଷମ ହୋଇଥିଲା। ପନ୍ତ ଏବଂ ହେଟମାୟରଙ୍କ ଅର୍ଦ୍ଧଶତକ ନିଷ୍ଫଳ ହୋଇଛି। ଷଷ୍ଠ ମ୍ୟାଚ୍‌ରୁ ଦିଲ୍ଲୀ କ୍ୟାପିଟାଲ୍ସ ଦ୍ଵିତୀୟ ପରାଜୟ ଭୋଗିଛି। ଶେଷ ଓଭରରେ ଦିଲ୍ଲୀକୁ ୧୪ ରନ ଦରକାର ଥିବା ବେଳେ ଦଳ ୧୨ ରନ କରି ୧୭୦ ରନ କରିବାକୁ ସକ୍ଷମ ହୋଇଥିଲା। ବାଙ୍ଗାଲୋର ପକ୍ଷରୁ ହର୍ଷଲ ପଟେଲ୍ ୨ଟି ଓ୍ଵିକେଟ୍ ନେଇଥିବା ବେଳେ ମହମ୍ମଦ ସିରାଜ ଓ କାଇଲ ଜେମିସନ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

   Related Posts