Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

ଆଇପିଏଲ୍‌ ୨୦୨୦: ଚେନ୍ନାଇ ସୁପର କିଙ୍ଗସ୍‌କୁ ୧୪୬ ରନ୍‌ର ଟାର୍ଗେଟ୍‌ ଦେଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

25/10/2020 at 5:05 PM

ଦୁବାଇ ୨୫/୧୦: ଆଇପିଏଲର ୨୦୨୦ର ୪୪ ତମ ମ୍ୟାଚ୍‌ ଚେନ୍ନାଇ ସୁପର କିଙ୍ଗସ୍‌ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଉଛି। ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ବେଙ୍ଗାଲୁରୁ। ସେପଟେ ସମ୍ମାନ ବଞ୍ଚାଇବାକୁ ପ୍ରୟାସ କରୁଥିବା ଚେନ୍ନାଇ ଫିଲ୍ଡିଂ ପାଇଁ ପଡ଼ିଆକୁ ଓହ୍ଲାଇଥିଲା। ତେବେ ପ୍ରଥମେ ବ୍ୟାଟିଂ କରୁଥିବା ବେଙ୍ଗାଲୁରୁ ୬ ଓ୍ବିକେଟ ବିନିମୟରେ ୨୦ ଓଭରରେ ୧୪୫ ରନ୍‌ କରିଛି। ଚେନ୍ନାଇକୁ୧୪୬ ରନ୍‌ର ଟାର୍ଗେଟ ଦେଇଛି ବେଙ୍ଗାଲୁରୁ।

ବେଙ୍ଗାଲୁରୁକୁ ୩୧ ରନ୍‌ରେ ପ୍ରଥମ ଝଟ୍‌କା ଲାଗିଥିଲା। ୧୧ ବଲ୍‌ରେ ୩ ଚୌକା ସହ କେବଳ ୧୫ ରନ୍‌ କରି ପାଭିଲିୟନ୍‌ ଫେରିଥିଲେ ଆରୋନ ଫିଞ୍ଚ। ୪୬ ରନ୍‌ ବେଳକୁ ଦେବୀଦତ୍ତ ପଡ୍ଡିକଲ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ଦେବୀଦତ୍ତ ୨୧ ବଲ୍‌ରେ ୨ ଚୌକା ଓ ଗୋଟିଏ ଛକା ସହ ୨୨ ରନ୍‌ କରିବାରେ ସକ୍ଷମ ହୋଇଥିଲେ। ଆରସିବି ଅଧିନାୟକ ବିରାଟ କୋହଲି ଓ ଓ୍ବିକେଟ କିପର ଏବି ଡିଭିଲିୟର୍ସ ଦଳକୁ ଏକ ଭଲ ସ୍କୋର ଦେବାରେ ମୁଖ୍ୟ ଭୂମିକା ନେଇଥିଲେ।

ଡିଭିଲିୟର୍ସ ଭଲ ବ୍ୟାଟିଂ କରୁଥିଲେ ହେଁ ୩୯ ରନ୍‌ କରି ଆଉଟ ହୋଇଥିଲେ। ସେତବେଳକୁ ଦଳର ସ୍କୋର ୧୨୮ ହୋଇଥିଲା। ପରେପରେ ମୋଇନ୍‌ ଅଲି ମଧ୍ୟ ଫାଭିଲିୟନ ଫେରିଥିଲେ। ଅଧିନାୟକ କୋହଲି କିନ୍ତୁ ଦମଦାର ପ୍ରଦର୍ଶନ ଜାରି ରଖିଥିଲେ। ତେବେ ଅର୍ଦ୍ଧଶତକ ପୂରା କରିବା ପରେ ସାମ୍‌ କରନ୍‌ଙ୍କ ବଲ୍‌ର ଶିକାର ହୋଇଥିଲେ କୋହଲି। ପରେ କ୍ରିସ୍‌ ମୋରିସ୍‌ ଓ ଗୁରୁକ୍ରିତ ମନ୍‌ ବ୍ୟାଟିଂ କରିଥଲେ। କ୍ରିସ୍‌ ମୋରିସ୍ ୨ ରନ୍‌ କରି ଫାଭିଲିୟନ୍‌ ଫେରିଯାଇଥିଲେ।

ଚେନ୍ନାଇ ସୁପର କିଙ୍ଗସ୍‌ ବୋଲର ମିଚେଲ୍‌ ସାଣ୍ଟନର ଗୋଟିଏ ଓ୍ବିକେଟ ନେବାରେ ସକ୍ଷମ ହୋଇଥିଲେ। ସାମ କରନ୍‌ ସର୍ବାଧିକ ୩ ଟି ଓ୍ବିକେଟ ଓ ଦୀପକ ଚହର ଦୁଇଟି ଓ୍ବିକେଟ୍‌ ନେଇଥିଲେ।

   Related Posts