ନନ୍ଦନକାନନର ମହାବଳ ବାଘ 'ରୋଶନ'ର ମୃତ୍ୟୁ

Published By : Prameya-News7 Bureau | February 21, 2019 IST

ବାରଙ୍ଗ ୨୧|୨: ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଏକ ସପ୍ତାହ ଧରି ମୃତ ସହ ସଂଗ୍ରାମ କରି ଦୃଷ୍ଟି ହୀନ ମହାବଳ ବାଘ ରୋଶନ ଗୁରୁବାର ଅପରାହ୍ନ ୩ଟା ୨୦ ମିନିଟରେ ପ୍ରାଣ ହରାଇଛି। ଦୀର୍ଘ ୨୦ ଦିନରୁ ଅଧିକ ହେବ ସେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲା। ଗତ ଶୁକ୍ରବାର ଠାରୁ  ଖାଦ୍ୟପେୟ ଛାଡି ଦେବା ପରେ ତାକୁ ସାଲାଇନ ଦିଆଯାଇ ବଂଚାଇ ରଖା ଯାଇଥିଲା। ମହାବଳ ବାଘ ରୋଶନ ଗତ ୨୦୦୨ ମସିହାରେ  ମହାବଳ ବାଘ ରାମ ଏବଂ ବାଘୁଣୀ ଶ୍ରୀୟା ମିଳନରୁ ଜନ୍ମ ଲାଭ କରିଥିଲା। ରୋସନକୁ ମାତ୍ର ଦେଢ ବର୍ଷ ହୋଇ ଥିବା ବଳେ ସେ ଟ୍ରିପାନୋ ସୋମିଆଶିଷ ନାମକ ଏକ ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇଥିଲା। ଯାହା ଫଳରେ ତାର ଦୁଇ ଆଖିର ଦୃଷ୍ଟି ଶକ୍ତି କମି ଯାଇଥିଲା। ରୋଶନ ସହ ଧଳା ବାଘ ବିଜୟା ମିଳନରେ ୪ଟି ବାଘଛୁଆ ଅଛନ୍ତି ।  ଏବେ ରୋଶନକୁ ୧୮ ବର୍ଷ ଉପରେ ବୟସ ହୋଇ ଥିବାରୁ ସେ ବାର୍ଦ୍ଧକ୍ୟ ଜନିତ ରୋଗର ଶିକାର ହୋଇ ଥିବା ନନ୍ଦନକାନନ କରତପକ୍ଷ କହିଛନ୍ତି । ଓୟୁଏଟିରୁ ଶବ ବ୍ୟବଛେଦ ଟିମ୍ ଆସି ତାର ଶବ ବ୍ୟବଛେଦ କଲାପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ। ରୋଶନର ମୃତ୍ୟୁ ପରେ ଏବେ ନନ୍ଦନକାନନରେ ୨୮ ବାଘ ରହିଛନ୍ତି । ସେମାନଙ୍କ ମଧ୍ୟରେ  ନାଲି ୧୫, ଧଳା ୯ ଏବଂ କଳା ୪ଟି ବାଘ ରହିଛନ୍ତି ।

ସେହିପରି ନନ୍ଦନକାନରେ ଗତକାଲି ଜନ୍ମ ହୋଇଥିବା ଗୟଳ ଛୁଆଟିର ଆଜି ମୃତ୍ୟୁ ଘଟିଛି । ତାର ମା କିମ୍ବା ଅନ୍ୟ ଗୟଳଙ୍କ ଗୋଡରେ ଚାପି ହୋଇ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଏବେ ନନ୍ଦନକାନନରେ ୪ଟି ଗୟଳ ରହିଛନ୍ତି । ଦୁଇଟି ମାଇ ଦୁଇଟି ଅଣ୍ଡିରା ଗୟଳ । ୨୦୧୫ ମସିହାରେ ଦୁଇଟି ଗୟଳ ପଞ୍ଜାବ ଛତବୀର ଚିଡିଆଖାନାରୁ ଅଣାଯାଇ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.