Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||

ମିଷ୍ଟର ବିନ୍ ଚରିତ୍ରରେ ଆଉ ନଜର ଆସିବେନି ରୋୱନ ଆଟକିନ୍ସନ୍

6/01/2021 at 7:37 PM

ମୁମ୍ବାଇ ୦୬/୦୧ : ଦୁନିଆର ସର୍ବୋତ୍ତମ ହାସ୍ୟ ଅଭିନେତାମାନଙ୍କ ମଧ୍ୟରେ ଜଣେ ହେଲେ ରୋୱନ ଆଟକିନ୍ସନ୍। ବୋଧହୁଏ ଆପଣ ଏହି ବରିଷ୍ଠ ହାସ୍ୟ ଅଭିନେତାଙ୍କୁ ତାଙ୍କ ପ୍ରକୃତ ନାଁରେ ଚିହ୍ନି ନଥିବେ। ରୋୱନ ଆଟକିନ୍ସନ୍ ପ୍ରସିଦ୍ଧ କମେଡି ଚରିତ୍ର ମିଷ୍ଟର ବିନ୍ ଭୂମିକାରେ ଅଭିନୟ କରିଛନ୍ତି।

ସାରା ଦୁନିଆ ତାଙ୍କୁ ମିଷ୍ଟର ବିନ୍ ବୋଲି ହିଁ ଜାଣିଚି।  ଆଜି ରୋହନ ଆଟକିନ୍ସନଙ୍କ ଜନ୍ମଦିନ। ତାଙ୍କ ପ୍ରଶଂସକ ପ୍ରତ୍ୟେକ ଦେଶରେ ପାଇବେ। ପିଲାମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ମିଷ୍ଟର ବିନଙ୍କ ପ୍ରଶଂସକ।  ବର୍ତ୍ତମାନ ରୋହନ ଆଟକିନ୍ସନ୍ ଏକ ବଡ଼ ଖୁଲାସା କରିଛନ୍ତି।

ନିକଟରେ ଏକ ସାକ୍ଷାତକାରରେ ରୋହନ ଆଟକିନ୍ସନ୍ କହିଛନ୍ତି ଯେ ସେ ଆଉ ମିଷ୍ଟର ବିନ୍ ଭୂମିକାରେ ଅଭିନୟ କରିବେ ନାହିଁ। ସେ କେବଳ ଏହାର ଆନିମେଟେଡ୍ ସିରିଜରେ ଭଏସ୍ ଦେବେ। ରୋହନ କହିଛନ୍ତି ମିଷ୍ଟର ବିନ୍ ଦାୟିତ୍ୱ ବହୁତ ଭାରୀ ଥିଲା। ସେ କହିଛନ୍ତି ଯେ ବର୍ତ୍ତମାନ ସେ ଏହି ଚରିତ୍ରରେ ଅଭିନୟ କରିବାକୁ ପସନ୍ଦ କରୁନାହାନ୍ତି ସେଥିପାଇଁ ଏହି ଚରିତ୍ର ଠାରୁ ଦୁରେଇ ଯିବାକୁ ଚାହୁଁଛନ୍ତି।

୧୯୯୦ ମସିହାରେ ଟିଭିରେ ପ୍ରଥମଥର ପାଇଁ ମିଷ୍ଟର ବିନ ପ୍ରଦର୍ଶିତ ହୋଇଥିଲା। ସେବେଠାରୁ ଏହି ଶୋ’ ଏତେ ଲୋକପ୍ରିୟ ହୋଇଗଲା ଯେ ଏହାର ସିରିଜ୍ ମଧ୍ୟ କପି ହେବା ଆରମ୍ଭ କଲା। ଏହା ଏତେ ଲୋକପ୍ରିୟ ହେଲା ଯେ ମିଷ୍ଟର ବିନ୍ ଉପରେ ଏକ ଫିଲ୍ମ ମଧ୍ୟ ତିଆରି କରାଯାଇଥିଲା। ରୋହନ କହିଛନ୍ତି ଯେ ମିଷ୍ଟର ବିନ୍ ଚରିତ୍ର ଅତ୍ୟନ୍ତ ଚାପଗ୍ରସ୍ତ। ସେଥିପାଇଁ ସେ ଏହି ଚରିତ୍ରରେ ଆଉ ଅଭିନୟ କରିବାକୁ ଚାହୁଁ ନାହାନ୍ତି।

https://www.instagram.com/p/CJsnZJ5g73t/?utm_source=ig_embed

ମିଷ୍ଟର ବିନ୍ ସିରିଜ୍ ଦୁନିଆର ୧୦୦ରୁ ଅଧିକ ଦେଶରେ ପ୍ରସାରିତ ହୋଇଛି। ମିଷ୍ଟର ବିନ୍ ଚରିତ୍ର ପାଇଁ ରୋହନ ଆଟକିନ୍ସନ୍ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି।

   Related Posts