Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହଙ୍ଗା ହେଲା ପ୍ଲାଟଫର୍ମ ଟିକେଟ୍, ପୂର୍ବାପେକ୍ଷା ୩ ଗୁଣା ବଢିଲା ଦାମ୍
  • ||
  • ଭିଜିଲାନ୍ସ ପଞ୍ଝାରେ କିରାଣୀ, ମୃତ୍ୟୁ ପ୍ରମାଣପତ୍ର ପାଇଁ ନେଉଥିଲେ ୬୦୦ ଟଙ୍କା ଲାଞ୍ଚ
  • ||
  • ଆଜି ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ, ପୁରସ୍କୃତ ହେବେ ଶ୍ରେଷ୍ଠ-୧୪ ପ୍ରତିଭାଦୀପ୍ତ ମହିଳା
  • ||
  • ଆଜି ସନ୍ଧ୍ୟାରେ ନ୍ୟୁଜ୍ ସେଭେନ୍ ସର୍ଟଫିଲ୍ମ କଣ୍ଟେଷ୍ଟ୍ ‘ସୋ-କେଶ୍ ୨୦୨୦’ର ପୁରସ୍କାର ବିତରଣୀ, ୧୨ଟି ବର୍ଗରେ ରହିଛି ପୁରସ୍କାର
  • ||
  • ଇଂଲଣ୍ଡ ବ୍ୟାଟିଂରେ ଭନ୍ ନିରାଶ, କହିଲେ- ‘ପିଚ୍ ଭଲ ଥିଲା କିନ୍ତୁ ଖେଳି ପାରିଲେ ନାହିଁ’
  • ||
  • ସୁନ୍ଦରଗଡ଼ : ନଦୀ ପଠାରେ ପଡିଛି ଶରୀରର ବିଭିନ୍ନ କଟା ଅଂଶ, ହତ୍ୟା ପରେ ଫିଙ୍ଗାଯାଇଛି !
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||

ବେଙ୍ଗାଳୁରୁରେ ରେଲଓ୍ବେ ପୋଲିସ ଓ ଟିଟିଇଙ୍କ ଦ୍ବାରା ନିର୍ଯାତନାର ଶିକାର ରୋଭର୍ସ ରେଂଜର ଛାତ୍ରଛାତ୍ରୀଙ୍କୁ ମିଳୁନି ନ୍ୟାୟ: ପୂର୍ବତଟ ରେଳପଥ ଖୋଲୁନି ମୁହଁ

10/11/2018 at 5:50 PM

ଭୁବନେଶ୍ବର୧୦|୧୧: ବେଙ୍ଗାଳୁରୁରେ ରେଲଓ୍ବେ ପୋଲିସ ଓ ଟିଟିଇଙ୍କ ଦ୍ବାରା ନିର୍ଯାତନାର ଶିକାର ରୋଭର୍ସ ରେଂଜର ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଦେବ କିଏ ? କାହିଁକି ଛୋଟ ଛୋଟ ପିଲାଙ୍କୁ ଏଭଳି ଅମାନୁଷିକ ନିର୍ଯାତନାର ଶିକାର ହେବାକୁ ପଡ଼ିଲା ?  ଏଭଳି ପ୍ରଶ୍ନର ଉତ୍ତର ଇଷ୍ଟକୋଷ୍ଟ ରେଲଓ୍ବେର ବଡ଼ ଅଧିକାରୀ ପାଖରେ ଅଛି କି ?….

ଯେଉଁଠି ରେଲଓ୍ବେ କର୍ମଚାରୀଙ୍କ ଦ୍ବାରା ନିର୍ଯାତିତ ହେଉଛନ୍ତି ଛୋଟ ଛୋଟ ପିଲା ସେଠି ସାଧାରଣ ଲୋକଙ୍କ ସୁରକ୍ଷା କଥା କେମିତି ଚିନ୍ତା କରାଯାଇପାରିବ ?  ସ୍କାଉଟ୍‌ କ୍ୟାମ୍ପରେ ଯୋଗଦେବାକୁ ଯାଇ ରୋଭର୍ସ ରେଞ୍ଜର ଛାତ୍ରଛାତ୍ରୀ ବେଙ୍ଗାଳୁରୁ ଷ୍ଟେସନରେ ଟିଟିଇ ଏବଂ ରେଲଓ୍ବେ ପୋଲିସ ଦ୍ବାରା ଅକଥନୀୟ ନିର୍ଯାତନାର ଶିକାର ହେଲେ । ସେମାନଙ୍କ ମଧ୍ୟରୁ ୫ଜଣଙ୍କ ନାଁରେ ମାମଲା କରି ସେମାନଙ୍କୁ ଆରେଷ୍ଟ କଲା ବେଙ୍ଗଲୁରୁ ରେଲଓ୍ବେ ପୋଲିସ । ସେମାନେ ଏବେ ଓଡ଼ିଶା ଫେରିବା ପରେ ନ୍ୟାୟ ମାଗିବା ସତ୍ବେ କାହିଁକି ମୁହଁ ଖୋଲୁନାହାନ୍ତି ଇଷ୍ଟକୋଷ୍ଟ ରେଲଓ୍ବେର ବଡ଼ ଅଧିକାରୀ ? ପିଲାମାନେ ଖୋର୍ଦ୍ଧାରୋଡ଼ରେ ପହଞ୍ଚିବା ପରେ ସମସ୍ତ ଘଟଣା ବୟାନ କରିବା ସହ ପ୍ରଥମେ ଜଟଣୀ ଥାନା ଓ ପରେ ଖୋର୍ଦ୍ଧାରୋଡ୍‌ ଜିଆରପିରେ ଅଭିଯୋଗ କରିଛନ୍ତି । ହେଲେ ଏପର୍ଯ୍ୟନ୍ତ ସେମାନଙ୍କୁ ନ୍ୟାୟ ଦେବାକୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ।

ଇଷ୍ଟକୋଷ୍ଟ ରେଲଓ୍ବେର ୨୦ଜଣ ରୋଭର୍ସ ଓ ରେଂଜର ଛାତ୍ରଛାତ୍ରୀ ଗଲା ୧ରୁ ୪ ପର୍ଯ୍ୟନ୍ତ ବେଙ୍ଗଳୁରୁରେ ଆୟୋଜିତ ନ୍ୟାସନାଲ ସ୍କାଉଟ୍‌ ଗାଇଡ୍‌ କ୍ୟାମ୍ପରେ ଯୋଗଦେବାକୁ ଯାଇଥିଲେ । ସେଠାରୁ ଫେରିବା ସମୟରେ ବେଙ୍ଗଳୁରୁ ଷ୍ଟେସନରେ କୌଣସି କାରଣରୁ ଟିଟିଇଙ୍କ ସହ ସେମାନଙ୍କର ବଚସା ହୋଇଥିଲା । ଏହାପରେ ସେମାନଙ୍କ ଉପରେ ଜୁଲମ୍‌ ଆରମ୍ଭ କରିଦେଇଥିଲେ ବେଙ୍ଗଳୁରୁ ଜିଆରପି ଏବଂ ଟିଟିଇ । ଏମିତିକି ୪ଜଣ ଛାତ୍ରଙ୍କୁ ଆରେଷ୍ଟ କରିଥିଲା ବେଙ୍ଗଳୁରୁ ଜିଆରପି । ଖବର ପାଇ ୩ଜଣ ରେଲଓ୍ବେକର୍ମଚାରୀ ଖୋର୍ଦ୍ଧାରୋଡ଼ରୁ ଯାଇ ସେମାନଙ୍କୁ ବେଲ୍‌ରେ ଆଣିଥିଲେ । ଏବେ ପିଲାମାନେ ଖୋର୍ଦ୍ଧାରୋଡ଼ ଜିଆରପିରେ ଅଭିଯୋଗ କରିଥିଲେ ମଧ୍ୟ ଏନେଇ କୌଣସି ଆଖି ଦୃଷିଆ ପଦକ୍ଷେପ ଗ୍ରହଣ କରାଯାଇନାହିଁ ।

ଛୋଟ ଛୋଟ ପିଲାମାନଙ୍କ ଉପରେ ଏମିତି ଅକଥନୀୟ ନିର୍ଯାତନା ଦେଇଥିବା ସଂପୃକ୍ତ ରେଲଓ୍ବେ କର୍ମଚାରୀଙ୍କୁ ତୁରନ୍ତ ଗିରଫ କରିବା ସହ ସେମାନଙ୍କୁ ଚାକିରିରୁ ବରଖାସ୍ତ କରାଯାଉ । ଖୋର୍ଦ୍ଧାରୋଡ୍‌ ରେଲଓ୍ବେର ଉଚ୍ଚ କର୍ତ୍ତୃପକ୍ଷ ଏହି ଘଟଣାରେ ହସ୍ତକ୍ଷେପ କରିବା ସହ ନିର୍ଯାତନାର ଶିକାର ପିଲାମାନେ କିଭଳି ନ୍ୟାୟ ପାଇବେ ସେ ନେଇ ପଦକ୍ଷେପ ଗ୍ରହଣ କରିବା ନିହାତି ଜରୁରୀ ହୋଇପଡ଼ିଛି ।

   Related Posts