ଟିଟୋ ଲିଙ୍କ ପ୍ରସଙ୍ଗରେ ମୁହାଁମୁହିଁ ଦାମ ରାଉତ ଓ ବିଷ୍ଣୁ ଦାସ

Published By : Prameya-News7 Bureau | July 30, 2018 IST

ଟିଟୋ ଲିଙ୍କ ପ୍ରସଙ୍ଗରେ ମୁହାଁମୁହିଁ ଦାମ ରାଉତ ଓ ବିଷ୍ଣୁ ଦାସ । ବାପୁ ପରିଡାଙ୍କ ସହ ଦାମ ରାଉତଙ୍କ ପୁଅଙ୍କ ସଂପର୍କକୁ ନେଇ ବିଷ୍ଣୁ ଦାସ କହିଛନ୍ତି ଯଦି ଅଭିଯୋଗ ସତ ପ୍ରମାଣିତ ହୁଏ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେପଟେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ । ଆଜି ଓ ଏବେ ତାଙ୍କୁ ଓ ତାଙ୍କ ପୁଅକୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଦାମ ରାଉତ । ବଡ ମାଛକୁ ଖସାଇବାକୁ ବାପୁ ପରିଡାକୁ ଗିରଫ କରାଯାଇଛି । ଟିଟୋ ସହ ବାପୁ ପରିଡାର କୌଣସି ସଂପର୍କ ନାହିଁ । ତାର କ୍ରାଇମ ରେକର୍ଡ ଥାଇପାରେ ହେଲେ ଟିଟୋ ସହ ତାର ଲିଙ୍କ ନାହିଁ ବୋଲି ଗ୍ୟାରେଣ୍ଟି ଦେଇ କହିଛନ୍ତି ଦାମ ରାଉତ । ବରଂ ବାପି ସର୍ଖେଲ ଓ ସନ୍ତୋଷ ପଟ୍ଟନାୟକ ସହ ଟିଟୋର ଘନିଷ୍ଠ ସଂପର୍କ ରହିଛି । ବିଷ୍ଣୁଦାସଙ୍କୁ ଜବାବ ଦେବାକୁ ଯାଇ ଦାମ କହିଛନ୍ତି ଅସରପା ଗୋଟେ ଚଢେଇ ନା ବିଷ୍ଣୁ ଦାସ ଗୋଟେ ମଣିଷ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.