Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ସାବାସ୍ ସାତ୍ତ୍ବିକ : ଡିସ୍କଭରି ଚ୍ୟାନେଲ ଜୁନିଅର କୁଇଜରେ ଓଡି଼ଶା ଚାମ୍ପିଅନ, ୫ଲକ୍ଷ ଟଙ୍କା ପୁରସ୍କାର ସହ ନାସା ପରିଦର୍ଶନର ସୁଯୋଗ

7/08/2020 at 4:38 PM

ରାଉରକେଲା ୭।୮: କୁନି ପିଲାଟିର ବଡ ସଫଳତା । ବିଚକ୍ଷଣ ବୁଦ୍ଧିମତା ଓ ସ୍କରଣ ଶକ୍ତିର ପ୍ରମାଣ ଦେଇଛନ୍ତି ରାଉରକେଲାର ଛାତ୍ର ସାତ୍ତ୍ବିକ ପଟ୍ଟନାୟକ । ସେ ଡିସ୍କଭରି ଚ୍ୟାନେଲ ଦ୍ବାରା ଆୟୋଜିତ ଜୁନିଅର ସିଜନ ଟୁ କୁଇଜ୍ ପ୍ରତିଯୋଗିତାରେ ଓଡିଶା ଚାମ୍ପିଅନ ହୋଇଛନ୍ତି । ମାତ୍ର ୧୨ ବର୍ଷର ସାତ୍ତ୍ବିକ ରାଉରକେଲା ଦିଲ୍ଲୀ ପବ୍ଲିକ ସ୍କୁଲର ସପ୍ତମ ଶ୍ରେଣୀ ଛାତ୍ର । ତାଙ୍କ ବାପା ଶୁଭେନ୍ଦୁ ପଟ୍ଟନାୟକ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଜଣେ ବରିଷ୍ଠ ଅଧିକାରୀ । ମା’ ଇତିଶ୍ରୀ ସାହୁ ବିଏସଏନଏଲ ବିଭାଗର ଜଣେ ବରିଷ୍ଠ ଅଧିକାରୀ । ତାଙ୍କର ଗୋଟିଏ ବୋଲି ପୁଅ ସାତ୍ତ୍ବିକ ପିଲାବେଳୁ ଉଦ୍ୟମୀ ସହ କିଛି କରିଦେଖାଇବାର ପ୍ରୟାସ ଜାରି ରଖିଥିଲେ । ସେହି ପ୍ରୟାସ ଆଜି ତାଙ୍କୁ ଦେଇଛି ସମ୍ମାନ ।

ଡିସ୍କଭରି ଚ୍ୟାନେଲର ଜୁନିଅର ସିଜନ ଟୁ କୁଇଜ୍ ପ୍ରତିଯୋଗିତାରେ ସାତ୍ତ୍ବିକ ହୋଇଛନ୍ତି ଓଡିଶାର ଚାମ୍ପିଅନ । ବିଜ୍ଞାନ ଓ ଗଣିତକୁ ନେଇ ଦେଶର ୨୯ ରାଜ୍ୟ ସହ ଦିଲ୍ଲୀ ଏନସିଆରକୁ ମିଶାଇ ୩୦ ରାଜ୍ୟ ମଧ୍ୟରେ ହୋଇଥିଲା ପ୍ରତିଯୋଗିତା । ଯେଉଁଥିରେ ଓଡିଶାର ପ୍ରାୟ ୬ଶହ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଗତ ଜୁଲାଇ ୩୦, ୩୧ ସହ ଚଳିତ ମାସ ଅଗଷ୍ଟ ୧ ତାରିଖରେ ଅନଲାଇନରେ ହୋଇଥିଲା ପ୍ରତିଯୋଗିତା । ପ୍ରତିଯୋଗିତା ମୁମ୍ମାଇ ଡିସ୍କଭରି ଚ୍ୟାନେଲରେ ହେବାର ଥିଲା । କିନ୍ତୁ କୋଭିଡ୍-୧୯ ଯୋଗୁଁ ଚ୍ୟାନେଲ ଅନଲାଇନ ମାଧ୍ୟମରେ ପ୍ରତିଯୋଗିତା କରାଇଥିଲା । ଜୁଲାଇ ୩୧ ତାରିଖରେ ଓଡିଶା, ଦିଲ୍ଲୀ, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ଆସାମ ସହ ମେଘାଳୟ ମଧ୍ୟରେ ସେମିଫାଇନାଲ ହୋଇଥିଲା । ସେମିଫାଇନାଲରେ ଓଡିଶାରୁ ଚାମ୍ପିଅନ ହୋଇଥିଲେ ସାତ୍ତ୍ବିକ । 

ଅଗଷ୍ଟ ୧ ତାରିଖରେ ଓଡିଶା, ବିହାର, ଝାଡଖଣ୍ଡ, ଆସାମ, ଛତିଶଗଡ଼ ମଧ୍ୟରେ ହୋଇଥିଲା ଫାଇନାଲ ପ୍ରତିଯୋଗିତା । ଯେଉଁଥିରେ ଓଡିଶାର ଚାମ୍ପିଅନ ହୋଇଛନ୍ତି ସାତ୍ତ୍ବିକ ପଟ୍ଟନାୟକ । ପରିଶ୍ରମ ସହ ଭଗବାନଙ୍କ ଉପରେ ବିଶ୍ବାସ ଓ ବାପା-ମା’ଙ୍କ ପ୍ରେରଣା ହିଁ ତାଙ୍କୁ ଆଣିଦେଇଛି ଏହି ସମ୍ମାନ । ଜୀବନରେ ଡାକ୍ତର ହେବାର ଲକ୍ଷ୍ୟ ରଖିଛନ୍ତି ସାତ୍ତ୍ବିକ । ତାଙ୍କ ସଫଳତା ପରେ ପୁରା ପରିବାରରେ ଖୁସିର ଲହରୀ । ପୁଅର ସମ୍ମାନ ପାଇଁ ବାପା ଶ୍ରେୟ ଦେଇଛନ୍ତି ସାତ୍ତ୍ବିକଙ୍କ ମା’, ସ୍କୁଲର ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସହ ସାତ୍ତ୍ବିକଙ୍କର ସାଙ୍ଗସାଥୀଙ୍କୁ ।

ଚାମ୍ପିଅନ ହେବାପରେ ପୁରସ୍କାର ବାବଦକୁ ଲାପଟପ, ନଗଦ ୫ ଲକ୍ଷ ଟଙ୍କା ସହ ନାସା ପରିଦର୍ଶନ ପାଇଁ ଡିସ୍କଭରି ଚ୍ୟାନେଲ ପକ୍ଷରୁ ଘୋଷଣା କରାଯାଇଛି । ରାଉରକେଲାର ଛାତ୍ର ସାତ୍ତ୍ବିକ ଆଜି ସାଜିଛନ୍ତି ଅନ୍ୟମାନଙ୍କ ପାଇଁ ପ୍ରେରଣା ।

   Related Posts