ବଡି ବିଲ୍ଡିଂରେ ରାଉରକେଲାର ଯୁବକ ଅଶୋକ ମାଇତି ହେଲେ ବିଶ୍ବ ଚାମ୍ପିଅନ୍

Published By : Prameya-News7 Bureau | October 31, 2018 IST

ରାଉରକେଲା ୩୧|୧୦: କବେ ବି ଭାବିନଥଲେ ଫିଟ୍‌ନେସରେ କ୍ୟାରିଅର କରିବେ ।କିନ୍ତୁ ଧୀରେ ଧୀରେ  ତାଙ୍କର ଏହା  ନିଶା ପାଲଟିଗଲା। ଆର୍ଥିକ ଅନଟନରେ ଗତିକରି ମଧ୍ୟ ସେ ହାର ମାନିନଥିଲେ। ଶେଷରେ ହଲେ ଓବାର୍ଲ୍ଡ ଚାମ୍ପିଅନ ।  ରାଉରକେଲାର ଯୁବକ ଅଶୋକ ମାଇତି 16 ଦେଶକୁ ପଛରେ ପକାଇ ଦେଶ ପାଇଁ ଆଣିଛନ୍ତି ସ୍ବର୍ଣ୍ଣ ପଦକ । ଅଶୋକ ମାଇତି ରାଉରକେଲା ବାସନ୍ତୀ କଲୋନୀର ଏହି ଯୁବକ ଏବେ ଦେଶ ପାଇଁ ଗର୍ବ । ନିଜର ସ୍ବାସ୍ଥ୍ୟର ଯତ୍ନ ନେବାପାଇଁ ଯାଉଥିଲେ ଜିମ୍ । ଆଉ ଧୀରେ ଧୀରେ ପଢ଼ଗିଲେ ଏହାରି ପ୍ରେମରେ । ବନିଗଲା ତାଙ୍କ କ୍ୟାରିୟର । ପ୍ରତ୍ୟେକ ଦିନ ଜିମ୍ ଯିବା ସହ ସ୍ବାସ୍ଥ୍ୟକୁ ଉତ୍ତମ ଭାବରେ ଗଢ଼ିବାରେ ଲଗାତର ଭାବରେ ଆରମ୍ଭ କରିଦେଇଥଲେ ପ୍ରୟାସ । ସେହି ପ୍ରୟାସ ଆଜି ତାଙ୍କୁ ପହଂଚାଇଛି ଶିର୍ଷରେ । ଅଶେକଙ୍କ ବାପା ମାଁ କେବେ ମଧ୍ୟ ଏହି କ୍ଷେତ୍ରରେ ପୁଅକୁ ସମର୍ଥନ କରିନାହାଁନ୍ତି । ସମର୍ଥନ ନକରିବାର କାରଣ ଯେ ଦେହକୁ କଷ୍ଟ ଦେଉଛି ପୁଅ । କୋଉ ମା ବାପା ବା ସମ୍ଭାଳିବେ । ଅଭାବ ଅନଟନରେ ଗତି କରୁଥବା ଅଶୋକ ମାଇତି ସବୁବଳେ ଲକ୍ଷ୍ୟସ୍ଥଳରେ ପହଚିଂବା ପାଇଁ କିନ୍ତୁ ଉଦ୍ୟମ କରିଆସୁଥିଲେ । ଓଡ଼ଶାରେ ବିଭିନ୍ନ ସ୍ଥାନରେ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗୀତାରେ ଭାଗ ନେଇ ଅନେକ ସମ୍ମାନର ଅଧିକାରୀ ହୋଇଥିଲେ । ଅଶୋକ ମାଇତି ଗତ ସେପ୍ଟମ୍ବର ମାସରେ ବିହାର ପାଟନାରେ ଇଷ୍ଟଜୋନ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିଲେ ।  ସେଠାରେ ହିଁ ତାଙ୍କୁ  ଚୟନ କରାଯାଇଥିଲା ଇନ୍ଟରନେସନାଲ ମେନ ଫିଜିକ୍ ଚାମ୍ପିଆନସିପ୍ ପାଇଁ । ଯାହାକୁ ଆୟୋଜନ କରିଥିଲେ  ଇନ୍ଟରନେସନାଲ ଫେଡ଼େରେସନ ଅଫ ବଡ଼ି ବିଲଡ଼ିଂ । ଚଳିତ ମାସ ୧୨ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ମୁମ୍ବାଇର ଅନ୍ଧେରୀରେ ଅନୁଷ୍ଠିତ ହୋଇଥିଲା ଏହି ପ୍ରତିଯୋଗୀତା । ଅଂଶ ଗ୍ରହଣରେ  ଅଶୋକଙ୍କ ପାଇଁ ବାଧକ ସାଜିଥିଲା ଅର୍ଥ । ମାତ୍ର ୪୦ ହଜାର ଟଙ୍କା ନଥିବାରୁ  ଅଶୋକ ଏହି ପ୍ରତିଯୋଗୀତାରୁ ଓହରି ଯିବାକୁ ନିଷ୍ପତି ନେଇଥିଲେ । କିନ୍ତୁ ତାଙ୍କୁ ସହଯୋଗର ହାତ ବଢ଼।ଇଥିଲେ ରାଉରକେଲାର ଆଇନଜୀବୀ , ଓଡ଼ଶା ବଡ଼ି ବଲଡ଼ିଂ ଆଣ୍ଡ ଫିଟନେସ ଆସୋସିଏସନର ରାଜ୍ୟ ସଂପାଦକ ତଥା ଆନ୍ତର୍ଜାତିକ ବିଚାରକ(ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗୀତା) ସତ୍ୟବ୍ରତ ଓଝା । ପ୍ରଥମ ପର୍ଯ୍ୟାରେ  ୧୬ ଦେଶକୁ ପଛରେ ପକାଇ ଷଷ୍ଟ ସ୍ଥାନ ହାସଲ କରିଥିବା ଅଶୋକ ଫାଇନାଲ ରାଉଣ୍ଡରେ ସମସ୍ତଙ୍କୁ ପଛରେ ପକାଇ ଏକ ନମ୍ବର ସ୍ଥାନରେ ପହଚିଂ ହାସଲ କରିଛନ୍ତି ସ୍ବର୍ଣ୍ଣ ପଦକ । ବିଶ୍ବ ଚାମ୍ପିଅନସିପରେ  ଅଶୋକଙ୍କ  ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ସୁପର ଫାଇନାଲରେ ହାସଲ କରିଛନ୍ତି ପ୍ରୋକାଡ଼ର୍ ଯାହା ତାଙ୍କୁ ଆଗକୁ ଆନ୍ତର୍ଜାତିକ ପ୍ରତିଯୋଗୀତାରେ ଅଶଂଗ୍ରହଣ କରିବାପାଇଁ  କୌଣସି ଚୟନର ଆବଶ୍ୟକତା ପଡିବ ନାହିଁ । ରାଉରକେଲାର ଯୁବକ ଅଶୋକ ମାଇତି   ବିଶ୍ବ ମଂଚରେ ଦେଶ ପାଇଁ ହାସଲ କରିଛନ୍ତି ସ୍ବର୍ଣ୍ଣ ପଦକ ।ଏହା ଦେଶପାଇଁ ଗୌରବ । ତେବେ ଆର୍ଥିକ ଅସ୍ବଚ୍ଛଳତା ଯୋଗୁଁ ଏହି ପ୍ରତିଭା ଆଗକୁ ଯେମିତି ମଉଳି ନଯାଏ ସେଥତ୍ପାଇଁ  ସରକାର  ପ୍ରୋତ୍ସାହନ ଯୋଗାଇଦେବାର ଆବଶ୍ୟକତା ରହିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.