ଫାଣ୍ଡି ଅଧିକାରୀଙ୍କୁ ତୀର ବିନ୍ଧିଦେଲେ ଚୋରା ମଦ ବେପାରୀ, ଗୁରୁତର ପୋଲିସ ବାବୁ ଡାକ୍ତରଖାନାରେ

Published By : Prameya-News7 Bureau | January 05, 2021 IST

ରାଉରକେଲା ୦୫/୦୧: ଫାଣ୍ଡି ଅଧିକାରୀଙ୍କୁ ତୀର ବିନ୍ଧିଦେଲେ। ଅପରାଧିଙ୍କ ଭୟଙ୍କର କାରନାମା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଘଟଣା ଘଟିଛି ମଙ୍ଗଳବାର ଅପରାହ୍ଣରେ ରାଉରକେଲାର ଲହୁଣୀପଡ଼ା ଥାନା ଅଞ୍ଚଳରେ। ତୀର ମାଡ଼ରେ ଗୁରୁତର ହୋଇଛନ୍ତି ଲହୁଣୀପଡ଼ା ଥାନା ଅନ୍ତର୍ଗତ ଟେନ୍‌ସା ଫାଣ୍ଡି ଅଧିକାରୀ । କାରଣ ହେଲା ସେ ଚେରା ମଦ କାରବାର ରୋକିବାକୁ ଯାଇଥିଲେ । ତାଙ୍କୁ ଘଟଣାସ୍ଥଳରେ ହିଁ ତୀର ବିନ୍ଧିଛନ୍ତି ଚୋରା ମଦ କାରବାରୀ।  

 ଟେନ୍‌ସାର ଜିରୋ ପଏଣ୍ଟ ନିକଟରେ ଏହି ଆକ୍ରମଣ ଘଟିଥିବା ବେଳେ ଖବର ଲେଖା ହେବା ପର୍ଯ୍ୟନ୍ତ ଫାଣ୍ଡି ବାବୁଙ୍କ ଦେହରେ ତୀର ଲାଗି ରହିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତେବେ ଫାଣ୍ଡି ଅଧିକାରୀଙ୍କ ତୀର ମାଡ଼ କରିଥିବା ଅଭିଯୁକ୍ତଙ୍କ ପତ୍ତା ମିଳିନାହିଁ ।ପୋଲିସ ଛାନଭିନ୍‌ ଜାରୀ ରହିଛି। ଫାଣ୍ଡି ଅଧିକାରୀଙ୍କ ସହ ଆଉ କେତେ ପୋଲିସ କର୍ମଚାରୀ ଥିଲେ, ଆକ୍ରମଣକାରୀଙ୍କ ସଂଖ୍ୟା କେତେ ଥିଲା, ଘଟଣାସ୍ଥଳରେ ଉଚ୍ଚବାଚ ହୋଇଥିଲା କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ତେବେ ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.