ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଜୁନିୟର ମ୍ୟାନେଜରଙ୍କ ଅତ୍ମହତ୍ୟା, କାରଣ ଅସ୍ପଷ୍ଟ
4/11/2018 at 1:19 PM

ରାଉରକେଲା ୪|୧୧: ରାଉରକେଲା ସେକ୍ଟର 2 ସ୍ଥିତ ଏଚ 3ରେ ରହୁଥିବା ଆରଏସପିର ଜୁନିୟର ମ୍ୟାନେଜର ଜୟ ଫରବେଶ ନିଜ ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି । ଆତ୍ମହତ୍ୟାର ସଠିକ କାରଣ ଜଣାପଡିନାହିଁ। ଫରବେଶ ପ୍ରତିଦିନ ଭଳି ସଂଧ୍ୟାରେ କାର୍ଯ୍ୟ।ଳୟରୁ ଘରକୁ ଫେରିଥିଲେ ଏବଂ ରାତିରେ ଘରେ କେହି ନଥିବା ବଳେ ପଙ୍ଖାରେ ଏକ ବେଡସିଟ ବାନ୍ଧି ଆତ୍ମହତ୍ୟା କରିଥିଲେ। ଆଜି ସକାଳୁ ଘଟଣା ଜଣା ପଡିବା ପରେ ଘଟଣା ସ୍ଥଳରେ ସେକ୍ଟର 3 ପୋଲିସ ପହଂଚି ଶବ ଜବତ କରିବା ସହ ବ୍ୟବଛେଦ ପାଇଁ ଆରଜିଏଚକୁ ପଠାଇଛି। ଫରବେଶଙ୍କ ପରିବାର ଲୋକ ଗତ 3 ଦିନ ତଳେ ତାଙ୍କ ପୈତୃକ ଘର ରାଜସ୍ଥାନକୁ ଯାଇଥିବା ବଳେ କିପରି ଓ କେଉ ପରିସ୍ଥିତିରେ ସେ ଆତ୍ମହତ୍ୟା କଲେ ତାର ସଠିକ କାରଣ ଜଣାପଡିନଥିଲେ ମଧ୍ୟ ପାରିବାରିକ ସମସ୍ୟା କାରଣରୁ ଆତ୍ମହତ୍ୟା କରିଥିବା କୁହାଯାଉଛି। ତାଙ୍କ ପରିବାର ବର୍ଗ ରାଉରକେଲାରେ ଆସି ପହଂଚିବା ପରେ ଶବ ବ୍ୟବଛେଦ କରାଯିବ । ତେବେ ଫରବେଶଙ୍କୁ ହତ୍ୟା କରାଯାଇଥିବା ଦିଗ ପ୍ରତି ମଧ୍ୟ ପୋଲିସ ନଜର ରଖିଛି ।