Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ନାଳରୁ ଛାତ୍ର ନିଖୋଜ ଘଟଣା, ୧୮ଘଣ୍ଟା ପରେ ମିଳିଲା ଜ୍ୟୋତିଙ୍କ ମୃତଦେହ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୬ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୧୦ କୋଭିଡ୍ ପଜିଟିଭ୍
  • ||
  • ବାରବାଟୀରେ ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ଟି୨୦ ! ବିସିସିଆଇ ଆପେକ୍ସ ବୈଠକରେ ଲାଗିପାରେ ମୋହର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୬ ମୃତ
  • ||
  • ଭିସୁଟର କୂଳପତି ସମେତ ୨ଛାତ୍ର କୋଭିଡ଼ ପଜିଟିଭ, ସଂଗରୋଧରେ ସମସ୍ତେ
  • ||
  • ବିଦ୍ୟାଭାରତୀଙ୍କର ମିଛଧରା ପରୀକ୍ଷା ଆଜି, ବାହାରିବ କି ସତ ?
  • ||
  • ରାଜଧାନୀ ନାଳରେ ନାବାଳକ ଭାସିଯିବା ଘଟଣା : ଏବେସୁଦ୍ଧା ମିଳିନି ପତ୍ତା, ଉଦ୍ଧାରକାର୍ଯ୍ୟ ଜାରି
  • ||

ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ବରିଷ୍ଠ ଅଧିକାରୀଙ୍କ ମୃତ୍ୟୁ, କୋଭିଡ୍ ସଂକ୍ରମିତ ହେବା ପରେ ଚାଲିଥିଲା ଚିକିତ୍ସା

18/09/2020 at 4:34 PM

ସୁନ୍ଦରଗଡ, ୧୮|୦୯ :   ସୁନ୍ଦରଗଡ଼ ଜିଲାରେ ୬ ହଜାର ଟପିଲା କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ।  ତେବେ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଏଚଏମଏସ  ବିଭାଗର  ସିନିୟର କାର୍ଯ୍ୟନିର୍ବାହୀ ଆସିଷ୍ଟାଣ୍ଡ ଶିଶିର ଦାସଙ୍କ ଶୁକ୍ରବାର ସକାଳ ୭.୪୫ରେ  ପରଲୋକ ଘଟିଛି । ରାଉରକେଲା ଇସ୍ପାତ ଜେନେରାର ହସ୍ପଟାଲରେ ସେ  କୋଭିଡରେ ପ୍ରାଣ ହରାଇଛନ୍ତି।

ଦୁଇ ଦିନ ତଳେ ଶିଶିର ଦାସଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଥିଲା । ରିପୋର୍ଟ ଆସିବା ପରେ ତାଙ୍କୁ ଆଇଜିଏଚ୍‌ର ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଥିଲା । ଚିକିତ୍ସିତ ହେଉଥିବା ବେଳେ ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ, କୋଭିଡରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଶିଶିରଙ୍କୁ ମିଶାଇ ୩ ଅଧିକାରୀଙ୍କ ମୃତ୍ୟ ଘଟିଲାଣି ।

   Related Posts