ରାଉରକେଲା ସ୍କର୍ପିଓ ପୋଡି ଘଟଣାର ପର୍ଦ୍ଦାଫାସ, ଗୋମାଂସ ଚାଲାଣ ସନ୍ଦେହରେ କରିଥିଲେ ଲଙ୍କାକାଣ୍ଡ, ଡ୍ରାଇଭରଙ୍କ ସହ ୪ ଗିରଫ

Published By : Prameya-News7 Bureau | October 31, 2020 IST

ରାଉରକେଲା ୩୧।୧୦: ରାଉରକେଲା ଟାଙ୍ଗରପାଲି ଥାନା କଚରାପଲ୍ଲୀ ହେକେଟ ରୋଡ଼ରେ ଶୁକ୍ରବାର ଭୋରରୁ ଏକ ସ୍କର୍ପିଓକୁ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣାରେ ପୋଲିସ ୪ଜଣ ଦୁର୍ବୃତ୍ତଙ୍କ ସହ ଚାଳକଙ୍କୁ ମଧ୍ୟ ଗିରଫ କରିଛି ।

{"id":354051,"sizeSlug":"large"}

ସୂଚନାନୁସାରେ, ସ୍କର୍ପିଓରେ ଜଣେ ମହିଳାଙ୍କ ସମେତ ତିନି ଜଣ ଥିଲେ । ୧୦ ରୁ ୧୨ ଜଣ ଯୁବକ ବାଇକରେ ଆସି ବିଭିନ୍ନ ସ୍ଲୋଗାନ ଦେଇ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ । ନିଆଁ ଲଗାଇଥିବା ଯୁବକଙ୍କ ମାଡରେ ଗାଡ଼ିରେ ଥିବା ୩ ଜଣ ଫେରାର ହୋଇଯାଇଥିବା ବେଳେ ପୋଲିସ ସେମାନଙ୍କୁ ଠାବ କରିବାକୁ ଉଦ୍ୟମ କରିଥିଲା । ଗାଡ଼ିରେ ଗୋମାଂସ ଚାଲାଣ ହେଉଥିବା ସୂଚନା ପାଇଥିଲା ପୋଲିସ ।

{"id":354053,"sizeSlug":"large"}

ଏହି ମାମଲାରେ ଟାଙ୍ଗରପାଲି ପୋଲିସ ତଦନ୍ତ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ।ଏହାସହ ଆପତ୍ତିଜନକ ସାମଗ୍ରୀ ଚାଲାଣ ଅଭିଯୋଗରେ ଚାଳକକୁ ମଧ୍ୟ ଗିରଫ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.