ରାଉରକେଲା ଏନ୍ଆଇଟି ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

Published By : Prameya-News7 Bureau | May 20, 2019 IST

ରାଉରକେଲା ୨୦/୫ : ରାଉରକେଲାରେ ଏନଆଇଟି ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି | ମୃତ ଛାତ୍ର ହେଲେ ଖୋର୍ଦ୍ଧାର ଏସ୍.ମୁରିଦ୍ ଅସଲମ୍ | ସେ ଏନ୍ଆଇଟିର ହଷ୍ଟେଲ ନଂ-୫ରେ ରହୁଥିଲେ | ସବୁଦିନ ଭଳି ଗତକାଲି ରାତିରେ ସେ ଖାଇପିଇ ଶୋଇଥିଲେ | କିନ୍ତୁ ଆଜି ସକାଳୁ ସେ ଉଠିନଥିଲେ | ଆଜି ସକାଳୁ ଜଣାପଡିଥିଲା ତାଙ୍କର ମୃତ୍ୟୁ ହୋଇଛି | ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି | ଅସଲମଙ୍କ ମୃତ୍ୟୁ ସ୍ୱାଭାବିକ ମୃତ୍ୟୁ ହୋଇଛି ନ କିଏ ତାଙ୍କୁ ହତ୍ୟା କରିଛି ସେନେଇ ପୋଲିସର ତଦନ୍ତ କରୁଛି |

{"id":113799}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.