Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ପ୍ରଫେସର ଡକ୍ଟର ମନୋଜ ରଞ୍ଜନ ନାୟକଙ୍କୁ ମିଳିଲା ରାଉରକେଲା ଏନଆଇଟିର ସମ୍ମାନଜନକ ଆଲମନସ୍ ପୁରସ୍କାର

18/01/2020 at 7:22 PM

ରାଉରକେଲା ୧୮।୦୧ – ରାଉରକେଲା ଏନଆଇଟିର ୧୭ତମ ସମାବର୍ତ୍ତନ ଉତ୍ସବ । ଏହି ଉତ୍ସବରେ ସଫଳ ଉଦ୍ୟୋଗୀ ତଥା ସାଧାରଣ ଜନଜୀବନ କ୍ଷେତ୍ରରେ ବଳିଷ୍ଠ ଯୋଗଦାନ ପାଇଁ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜ ରଞ୍ଜନ ନାୟକଙ୍କୁ ସମ୍ମାନଜନକ ଆଲମନସ୍ ପୁରସ୍କାରରେ ସମ୍ମାନିତ କରାଯାଇଛି ।

ଏଥି ସହ ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ୧୩ ଜଣ ଛାତ୍ରଛାତ୍ରୀଙ୍କୁ ମିଳିଛି ଗୋଲ୍ଡ୍ ମେଡାଲ । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ନାକ୍‌ର କାର୍ଯ୍ୟକାରୀ ଅଧ୍ୟକ୍ଷ ପଦ୍ମଶ୍ରୀ ଡକ୍ଟର ବୀରେନ୍ଦ୍ର ସିଂହ ଚୌହାନ୍ । ଉତ୍ସବରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜ ରଞ୍ଜନ ନାୟକଙ୍କୁ ସମ୍ମାନଜନକ ଆଲମନ୍ସ୍ ପୁରସ୍କାରରେ ସମ୍ମାନିତ କରାଯାଇଛି ।

୧୯୮୩ ବ୍ୟାଚ୍‌ର ଇଲେକ୍ଟ୍ରିକାଲ ଇଞ୍ଜିନିୟର ପ୍ରଫେସର ମନୋଜ ରଞ୍ଜନ ନାୟକଙ୍କୁ ଜଣେ ସଫଳ ଉଦ୍ୟୋଗୀ ତଥା ସାଧାରଣ ଜନଜୀବନ କ୍ଷେତ୍ରରେ ବଳିଷ୍ଠ ଯୋଗଦାନ ପାଇଁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ତେବେ ପ୍ରଫେସର ମନୋଜ ରଞ୍ଜନ ନାୟକ ଯୋଗଦେଇପାରିନଥିବା ବେଳେ ତାଙ୍କ ପକ୍ଷରୁ ସୋଆ ବିଶ୍ୱବିଦ୍ୟାଳୟର ଡିନ୍ ପ୍ରଦୀପ କୁମାର ନନ୍ଦ ଏହି ପୁରସ୍କାର ଗ୍ରହଣ କରିଥିଲେ । ନାକ୍‌ର କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରଦ୍ମଶ୍ରୀ ଡକ୍ଟର ବୀରେନ୍ଦ୍ର ସିଂହ ଚୌହାନ୍ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଥିଲେ। ସେହିଭଳି କଳାକ୍ଷେତ୍ରରେ ବିଶିଷ୍ଠ ନାଟ୍ୟକାର, ଅଭିନେତା, ନିର୍ଦ୍ଦେଶକ, ସ୍ଥପତି ଓ ଶିଳ୍ପୀ ଇଞ୍ଜିନିୟର ଲଲାଟେନ୍ଦୁ ରଥଙ୍କୁ ମଧ୍ୟ ଏହି ଉତ୍ସବରେ ସମ୍ମାନିତ କରାଯାଇଛି।

ଏଥି ସହ ରାଉରକେଲା ଏନଆଇଟିର ସମାବର୍ତ୍ତନ ଉତ୍ସବରେ ୧୩ଜଣ କୃତି ଛାତ୍ରଛାତ୍ରୀଙ୍କୁ ଗୋଲ୍ଡ ମେଡାଲ ଦିଆଯାଇଥିବା ବେଳେ ବିଭିନ୍ନ ପାଠକ୍ରମରେ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି ।

ଏହି ଉତ୍ସବରେ ୧୪୧ଜଣଙ୍କୁ ପିଏଚଡି ସହ ୧୧ଜଣ ପୁରାତନ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସମ୍ମାନିତ ହୋଇଛନ୍ତି ।

   Related Posts