Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ସୋଏବ୍ ଅଫତାଵଙ୍କ ସଫଳତା ପରେ ଛୁଟିଲା ଶୁଭେଚ୍ଛାର ସୁଅ, ବଦଳିଗଲା ଚିତ୍ର

17/10/2020 at 1:57 PM

ରାଉରକେଲା ୧୭/୧୦ : ମେଡିକାଲରେ ଆଡ଼ମିସନ ପାଇଁ କିଛି ଦିନ ପୂର୍ବରୁ ଆୟୋଜିତ ନିଟ୍ ପରୀକ୍ଷା ପରିଣାମ ଶୁକ୍ରବାର ସନ୍ଧ୍ୟାରେ ଜାରି ହୋଇଛି। ଏହି ପରୀକ୍ଷାରେ ଓଡିଶାର ସୋଏବ ଅଫତାଵ ୧୦୦ ପ୍ରତିଶତ ଅର୍ଥାତ ୭୨୦ ରୁ ୭୨୦ ନମ୍ବର ରଖି ପ୍ରଥମ ରେଙ୍କ୍ ହାସଲ କରିଛନ୍ତି। ଅଫତାଵଙ୍କ ଏହି ସଫଳତାକୁ ନେଇ ରାଉରକେଲା ନାଲା ରୋଡ୍ ସ୍ଥିତ ଆଜାଦ କଲୋନୀରେ ଖୁସିର ଲହର ଖେଳିଯାଇଛି। ଏହି ଅଞ୍ଚଳ ୪ ବର୍ଷ ପୂର୍ବରୁ ରାଷ୍ଟ୍ରୀୟ ଚର୍ଚ୍ଚାକୁ ଆସିଥିଲା। ଏଠାରୁ ୪ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ ହୋଇଥିଲେ। ୨୦୧୬ ମସିହାରେ ୪ କଟ୍ଟର ସିମି ଅପରେଟର୍ସଙ୍କୁ ଗିରଫ କରାଯାଇଥିଲା। ଶେଖ୍ ମହବୁବ୍, ଅମଜଦ୍ ଖାଁନ୍, ଜାକିର ହୁସେନ୍ ଓ ଏମଡି ସାଲିକକୁ ଫେବୃଆରୀ ୧୬ ତାରିଖ ରାତିରେ ନାଲା ରୋଡ଼ ସ୍ଥିତ କୁରୈଶି କଲୋନୀର ଏକ ଭଡା ଘରୁ ଗିରଫ କରାଯାଇଥିଲା। ଏମାନେ ଏଠାରେ ଲୁଚିକି ରହୁଥିଲେ।

ଅଫତାଵ ନିଟ୍ ପରୀକ୍ଷାରେ ଟପ୍ କରିବାପରେ ଲୋକଙ୍କ ମନରେ ଏକ ଆଶା ସଞ୍ଚାର ହୋଇଛି ଯେ ୪ ବର୍ଷ ପୂର୍ବରୁ ତାଙ୍କ ମହଲ୍ଲାରେ ଲାଗିଥିବା ଦାଗ ଏବେ ଧୋଇହୋଇଯିବ। ଅଫତାଵଙ୍କ ସଫଳତା ପରେ ତାଙ୍କ ପଡୋଶୀ ଅଫତାଵଙ୍କ ପିତା ଓ ତାଙ୍କ ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି। ଅଫତାଵ୍ ଓ ତାଙ୍କ ପରିବାର ବର୍ତ୍ତମାନ ରାଜସ୍ଥାନ କୋଟାରେ ଅଛନ୍ତି। ଅଫତାଵ୍ ଗତ ଦୁଇ ବର୍ଷ ହେଲା ସେଠାରେ NEET କୋଚିଂ ନେଉଥିଲେ। ତାଙ୍କ ସହ ତାଙ୍କ ମା ଓ ସାନ ଭଉଣୀ ମଧ୍ୟ କୋଟାରେ ରହୁଛନ୍ତି। ଅଫତାଵଙ୍କ ପିତା ମହମ୍ମଦ ଶେଖ୍ ଅବ୍ବାସ୍ ଜଣେ ଠିକାଦାର।

ରାଉରକେଲାରେ ଅଫତାଵ୍  ଯେଉଁ ସ୍କୁଲରେ ପଢୁଥିଲେ ସେହି ସ୍କୁଲର ପ୍ରିନ୍ସିପାଲ୍ କହିଛନ୍ତି ଯେ ଅଫତାଵ ପ୍ରଥମରୁ ହିଁ ମେଧାବୀ ଛାତ୍ର ଥିଲେ। ସେ ସବୁବେଳେ ମନ ଲଗାଇ ପଢ଼ନ୍ତି। ଡାକ୍ତର ହେବାକୁ ତାଙ୍କର ପିଲାଦିନୁ ଲକ୍ଷ୍ୟ ଥିଲା। ସେ ଅଫତାଵଙ୍କ ପାଇଁ ବହୁତ ଖୁସି ବୋଲି କହିଛନ୍ତି। ଅଫତାଵଙ୍କ ପ୍ରାଇମେରୀ ସ୍କୁଲର ପ୍ରଧାନ ଶିକ୍ଷକ କହିଛନ୍ତି ଯେ ଅଫତାଵ ରାଉରକେଲା ଓ ଓଡିଶାକୁ ଗୌରବାନ୍ୱିତ କରିଛନ୍ତି। ଅଫତାଵ୍ ସଫଳତା ଏଠାରେ ଲାଗିଥିବା ୪ ବର୍ଷ ପୁରୁଣା ଦାଗ ଧୋଇଦେଇଛି ବୋଲି ସେ କହିଛନ୍ତି।

   Related Posts